Below header

ପାର୍ଲର ନ ଯାଇ ବି ତ୍ବଚାରେ ଆଣିପାରିବେ ଚମକ, ଏହି ସବୁ ଫଳର ଚୋପାକୁ କରନ୍ତୁ ବ୍ୟବହାର

ଏବେ ବିବାହ ଋତୁ ଚାଲିଥିବା ବେଳେ ଝିଅ ମାନେ ନିଜ ସୌନ୍ଦର୍ଯ୍ୟ ପ୍ରତି ଖୁବ ସଚେତନ ରହୁଥିବା ନଜର ଆସୁଛନ୍ତି । ଅଳ୍ପ ସମୟରେ କିପରି ନିଜ ତ୍ୱଚାରେ ଚମକ ଆଣିବେ ସେନେଇ ସମସ୍ତଙ୍କ ଚିନ୍ତା । ପାର୍ଲର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ଠାରୁ ଆରମ୍ଭ କରି ଘରେ ବି ନୂଆ ନୂଆ ତରିକା ବ୍ୟବହାର କରୁଛନ୍ତି । କିନ୍ତୁ ଜାଣନ୍ତିକି ଆପଣଙ୍କ ଏହି ସମସ୍ୟାର ଏକ ଖୁବ ସରଳ, ସହଜ ସମାଧାନ ରହିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏଥିପାଇଁ ଆପଣଙ୍କୁ ଟଙ୍କା ଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବନି କି ହଇରାଣ ହରକତ ବି ହେବାକୁ ପଡ଼ିବନି । ଯେଉଁ ଫଳ କହୁଛନ୍ତି ତାହାରି ଚୋପାରେ ନିଜ ତ୍ୱଚାର ଚମକ ଦୁଇ ଗୁଣା ବଢ଼ାଇ ପାରିବେ । ତେବେ ଥରେ ଉପରେ ନଜର ପକାନ୍ତୁ ।

ସେଓ ଚୋପା:

ସେଓ ଚୋପା ତ୍ୱଚା ପାଇଁ ଖୁବ ଲାଭଦାୟୀ ହୋଇଥାଏ । ତ୍ୱଚା ଚମକାଇବାକୁ ପ୍ରଥମେ ସେଓ ଚୋପାକୁ ଗୁଣ୍ଡ କରି ଦିଅନ୍ତୁ । ଏହି ପାଉଡରକୁ ଓଟ୍ସ ଓ ଦହି ସହିତ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ତ୍ୱଚାରେ ନିୟମିତ ବ୍ୟବହାର କଲେ ଏକ ଅଦ୍ଭୁତ ଚମକ ଆସିବ ।

fruit peel

କମଳା ଚୋପା:

ସ୍କିନକୁ ସୁସ୍ଥ ରଖିବା ପାଇଁ କମଳା ଚୋପା ବି ଏକ ଭଲ ବିକଳ୍ପ । ଏହାକୁ ଶୁଖାଇ ଗୁଣ୍ଡ କରି ଦହି ସହିତ ମିଶାଇ ଏକ ଚିକ୍କଣ ପେଷ୍ଟ ବନାନ୍ତୁ । ଏବେ ଏହାକୁ ଚେହେରାରେ ଲଗାଇ ଦିଅନ୍ତୁ ।

ଅମୃତଭଣ୍ଡା ଚୋପା:

ଅମୃତଭଣ୍ଡା ଚୋପା ବି ସ୍କିନ ପାଇଁ ଖୁବ ଉପଯୋଗୀ । ଏହାର ଚୋପାକୁ ଏକାଠି କରି ବାଟି ଦିଅନ୍ତୁ । ଏଥିରେ କିଛି ଲେମ୍ବୁ ରସ ମିଶାଇ ମିଶ୍ରଣକୁ ମୁହଁ, ବେକରେ ଲଗାଇ ଦିଅନ୍ତୁ । ଦେଖିବେ କିଛି ଦିନ ଭିତରେ ଏକ ନୂଆ ଚମକ ଆସିବ ।

fruit peel  କଦଳୀ ଚୋପା:

କଦଳୀରେ ଭରପୁର ମ୍ୟାଗନେସିୟମ, ପୋଟାସିୟମ ଅଛି । ଏଥିରେ କିଛି ବୁନ୍ଦା ମହୁ ପକାଇ ତ୍ବଚାରେ ଘସନ୍ତୁ । କିଛି ସମୟ ଭିତରେ ସଫା ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.