ଧଳାସ୍ରାବ ସମସ୍ୟାକୁ ମୂଳରୁ ନାଶ କରିଥାଏ ଏହି ୮ଟି ଘରୋଇ ଉପଚାର, ପ୍ରତିଦିନ ପେଜରେ ସଫା କରନ୍ତୁ ପ୍ରାଇଭେଟ୍‌ ପାର୍ଟ

ମହିଳାଙ୍କଠାରେ ମାସିକ ଧର୍ମ ଭଳି ହ୍ଵାଇଟ୍‌ ଡିସ୍‌ଚାର୍ଜ ବା ଧଳାସ୍ରାବ ସମସ୍ୟା ବି ସାଧାରଣତଃ ଦେଖିବାକୁ ମିଳିଥାଏ। ଧଳା ପାଣି ମାସିକ ଧର୍ମ ପୂର୍ବରୁ ଅଥବା ପରେ ଆସିବା ସ୍ୱାଭାବିକ ଅଟେ, କିନ୍ତୁ ଅଧିକ ମାତ୍ରାରେ ଧଳା ପାଣି ଆସିବା ଏକ ରୋଗ ହୋଇପାରେ। ଏହାଦ୍ୱାରା ମହିଳାଙ୍କୁ ଦୁର୍ବଳ ଲାଗିପାରେ ଏବଂ ସେମାନଙ୍କଠାରେ ସଂକ୍ରମଣ ଆଶଙ୍କା ବଢ଼ିଯାଇଥାଏ। ତେଣୁ ସମୟ ପୂର୍ବରୁ ଏହାର କାରଣ ଏବଂ ଲକ୍ଷଣ ବିଷୟରେ ଜାଣି ଚିକିତ୍ସା କରିବା ବହୁତ ଜରୁରୀ। ଆଜି ଆମେ ଆପଣଙ୍କୁ ଏହି ରୋଗକୁ ମୂଳରୁ ନାଶ କରିବା ପାଇଁ କିଛି ଘରୋଇ ଉପାୟ ବିଷୟରେ କହିବୁ।

୧. ଫିଟିକିରି: ଫିଟିକିରିକୁ ଗରମ ପାଣିରେ ଭିଜାଇ ସେଥିରେ ପ୍ରାଇଭେଟ ପାର୍ଟକୁ ସଫା କରନ୍ତୁ। ଏମିତି ୧ ସପ୍ତାହ ପର୍ଯ୍ୟନ୍ତ ଜାରି ରଖନ୍ତୁ।

୨. ଭାତ ପାଣି: ଭାତକୁ ଗାଳି ତା’ର ପାଣିକୁ ଅଲଗା କରି ଦିଅନ୍ତୁ। ଏହି ପାଣିରେ ପ୍ରାଇଭେଟ୍‌ ପାର୍ଟକୁ ସଫା କରନ୍ତୁ।

୩. ଅଦା: ୧ ଲିଟର ପାଣିରେ ଅଦାକୁ ଭଲ ଭାବେ ସିଝାନ୍ତୁ। ଯେତେବେଳେ ଏହା ସିଝି ଅଧା ହୋଇଯିବ, ସେହି ପାଣିକୁ ସେବନ କରନ୍ତୁ।

୪. ଗୋଲାପ ପତ୍ର: ଗୋଲାପ ପତ୍ରକୁ ଶୁଖାଇ ତାକୁ ଗୁଣ୍ଡ କରି ନିଅନ୍ତୁ। ପ୍ରତିଦିନ ଗରମ ପାଣିରେ ଏହି ଗୁଣ୍ଡକୁ ପକାଇ ପିଅନ୍ତୁ। ଆପଣଙ୍କୁ ୧ ସପ୍ତାହ ପର୍ଯ୍ୟନ୍ତ ଏପରି କରିବାକୁ ହେବ।

rice

୫. ପରିବା ରସ: ଗାଜର, ପାଳଙ୍ଗ, କୋବି ଏବଂ ବିଟ୍‌କୁ ମିଶାଇ ଜୁସ୍‌ ବନାନ୍ତୁ। ପ୍ରତିଦିନ ଏହି ଜୁସ୍‌କୁ ସେବନ କଲେ ଶୀଘ୍ର ରୋଗ ଭଲ ହୋଇଯାଇଥାଏ।

୬. ଜାମୁକୋଳି ଗଛର ଛାଲ: ଏହାକୁ ନେଇ ଚୂର୍ଣ୍ଣ ବନାଇ ଦିଅନ୍ତୁ। ଦିନକୁ ୩ରୁ ୪ ଥର ପାଣି ସହିତ ପିଅନ୍ତୁ।

୭. ମେଥି: ମେଥିକୁ ପାଣିରେ ସିଝାଇ ତାକୁ ଏକ କପଡ଼ାରେ ବାନ୍ଧି ଦିଅନ୍ତୁ। ଏହାକୁ ଯୋନି ସ୍ଥାନରେ ରଖିଲେ ରୋଗରୁ ମୁକ୍ତି ମିଳିଥାଏ। ଏହାସହିତ ମେଥି ଚୂର୍ଣ୍ଣକୁ ପାଣି ସହିତ ପିଅନ୍ତୁ।

୮. ଭଜା ଚଣା: ଭଜା ଚଣାକୁ ପେସି ସେଥିରେ ଅଳ୍ପ ମିଠା ମିଶାନ୍ତୁ। ଏହି ମିଶ୍ରଣକୁ କ୍ଷୀର ଏବଂ ଦେଶୀ ଘିଅ ସହିତ ମିଶାଇ ପ୍ରତିଦିନ ୨ ଚାମଚ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.