Below header

ଅନ୍‌ଲାଇନ ବ୍ୟାଙ୍କିଂ ସ୍କାମ୍‌ରୁ ବଞ୍ଚିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ : ଦେଶରେ ଡଜିଟାଲ ନେଣଦେଣ ବଢ଼ିବା ସହ ଅନ୍‌ଲାଇନ୍‌ ଠକାମୀ ମଧ୍ୟ ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ସହ ଭାରତୀୟ ବ୍ୟାଙ୍କ ମଧ୍ୟ ଏହି ଠକାମୀକୁ ରୋକିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି । ତଥାପି ଅନ୍‌ଲାଇନ ସ୍କାମ୍‌ କମିବାରେ ନାଁ ଧରୁନି । ଅନ୍‌ଲାଇନ୍‌ ଠକମାନେ ନୂଆ ପଦ୍ଧତି ଆପଣାଇ ଲୋକଙ୍କ ଏକାଉଣ୍ଟ ଖାଲି କରିଦେଉଛନ୍ତି । ତେବେ ବ୍ୟାଙ୍କ୍‌ ଫ୍ରଡ଼୍‍କୁ ରୋକିବା ସହ ସୁରକ୍ଷିତ ବ୍ୟାଙ୍କିଂ ପାଇଁ ଆଜି ଆପଣାନ୍ତୁ ଏମିତି କିଛି ଟିପ୍ସ ….

ଓରିଜିନାଲ୍‌ ଏଣ୍ଟି-ଭାଇରସ୍‌ ସପ୍ଟେଓ୍ଵୟାର ଉପଯୋଗ କରନ୍ତୁ :

ଫିଶିଙ୍ଗ ଓ ମାଲ୍‌େଓ୍ଵୟର ଭଳି ଆଟାକ୍‌ ରୁ ବଞ୍ଚିବା ପାଇଁ ଆପଣଙ୍କ କମ୍ପ୍ୟୁଟର କିମ୍ବା ଲାପ୍‌ଟପ୍‌ରେ ସର୍ବଦା ଏଣ୍ଟି-ଭାଇରସ୍‌ ସପ୍ଟେଓ୍ଵୟାର ବ୍ୟବହାର କରନ୍ତୁ । ଏହା କୈାଣସି ବି ଡିଭାଇସ୍‌ରେ ସ୍ପାଇେଓ୍ଵୟରକୁ ଡିଟେକ୍ଟ କରିବା ସହ ଏହାକୁ ରିମୁଭ କରିବାରେ କାମଦେବ । ଫଳରେ ଆପଣଙ୍କ ସମ୍ବେଦନଶୀଳ ଡାଟାକୁ ଚୋରାଇବା ସମ୍ଭବ ହେବ ନାହିଁ ।

ମୋବାଇଲ୍‌ ନୋଟିଫିକେସନ୍‌ ଆକ୍ଟିଭ୍‌ କରନ୍ତୁ :

ଯଦି ଆପଣ ମୋବାଇଲ୍‌ ନୋଟିଫିକେସନ୍‌ ପାଇଁ ସବ୍‌ସ୍କ୍ରାଇବ କରିନାହାଁନ୍ତି ତେବେ ତୁରନ୍ତ କରନ୍ତୁ । ଯଦି ଆପଣଙ୍କ ଆକାଉଣ୍ଟରେ କୈାଣସି ଟ୍ରାଞ୍ଜାକ୍‌ସନ୍‌ ହୁଏ ତେବେ ଆପଣଙ୍କ ପାଖକୁ ନୋଟିଫିକେସନ୍‌ ସଙ୍ଗେ ସଙ୍ଗେ ଚାଲି ଆସିବ । କେବଳ ଟ୍ରାଞ୍ଜାକ୍‌ସନ୍‌ ନୁହେଁ ଯଦି ଆପଣଙ୍କ ଆକାଉଣ୍ଟରେ କେତେଥର ପାସ୍‌ଓ୍ଵାର୍ଡ ଚେଞ୍ଜ ହୋଇଛି ତାହା ମଧ୍ୟ ଜଣାଯିବ ।

ପବ୍ଲିକ କମ୍ପ୍ୟୁଟରର ଉପଯୋଗ କରନ୍ତୁ ନାହିଁ :

ନେଟ୍‌ ବ୍ୟାଙ୍କିଂ କରିବା ପାଇଁ ପବ୍ଲିକ କମ୍ପ୍ୟୁଟର ଉପଯୋଗ କରନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ଜରୁରୀ ଡ଼କୁମେଣ୍ଟ ଲିକ୍‌ ହୋଇପାରେ । ଯଦି ବା କେବେ ଆପଣଙ୍କୁ ଏମିତି କରିବାକୁ ଜରୁରୀ ପଡ଼େ ତେବେ ଲଗ୍‌ ଆଉଟ୍‌ କରିବା ସହ ବ୍ରାଉଜର ହିଷ୍ଟ୍ରିକୁ ଡିଲିଟ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.