Below header

ବୃଦ୍ଧ ବାପାକୁ କଲବଲ କରି ହାଣିଲା ପୁଅ, ଶବକୁ ଲୁଚାଇଲା ବିଲରେ

ସୁବର୍ଣ୍ଣପୁର (କେନ୍ୟୁଜ) : ଏ କଳିଯୁଗରେ ଆଉ କଣ କଣ ସବୁ ଦେଖିବାକୁ ମିଳିବ। ସତରେ କଣ ଦିନକୁ ଦିନ ମଣିଷ ଭୁଲିଯାଉଛି ମାନବିକତା। ଛୋଟରୁ ବଡ ଯାଏ ବଢ଼େଇ କୁଢ଼େଇ ଗଢ଼ି ତୋଳିଥିବା ବାପାକୁ ଏଠି ମାରିବାକୁ ପଛାଉନାହିଁ ପୁଅ। ଏଠି ରକ୍ତ ଚିନ୍ହୁନି ରକ୍ତକୁ, ନିଜ ଜନ୍ମକଲା ବାପାକୁ ମାରୁଛି କୁଳାଙ୍ଗାର ପୁଅ। ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ଜଣାଇବୁ ଯାହାକୁ ଶୁଣି ଆପଣଙ୍କ ପାଦତଳୁ ମାଟି ଖସିଯିବ। ଆପଣ ଏକଥାକୁ ବିଶ୍ୱାସ ବି କରିପାରିବେନି। ବୃଦ୍ଧ ବାପାକୁ ଧାରୁଆ ଅସ୍ତ୍ରରେ ହାଣି ପକାଇଛି ପୁଅ। ଆଉ ପ୍ରମାଣ ଲୁଚେଇବାକୁ ଯାଇ ବାପାର ମୃତଦେହକୁ ନେଇ ଗୋପନରେ ଗାଁ ବିଲରେ ପୋତି ଦେଇଛି।

ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମହଦା ଗ୍ରାମ ପଂଚାୟତ ଅନ୍ତର୍ଗତ ପାଲିଗାଁରେ । ଘରୋଇ କଳହକୁ କେନ୍ଦ୍ରକରି ଗାଁର ରାଜୁ ତସା ତାଙ୍କ ବାପା ସୁରଲୀ ତସାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା । ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରିବାକୁ ରାଜୁ ଏବଂ ପରିବାର ସଦସ୍ୟ ମିଶି ମୃତକଙ୍କ ଶବକୁ ନିକଟ ନାଳରେ ପୋତିଦେଇଥିଲେ ।

ତେବେ ବୀରମହାରାଜପୁର ପୋଲିସ ଖବର ପାଇ ରାତିତମାମ ପାଲିଗାଁର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । ତେବେ ଆଜି ସକାଳୁ ପୋଲିସ ମୃତକର ଶବକୁ ନାଳରେ ପୋତାଯାଇଥିବା ନେଇ ଖବର ପାଇଥିଲା । ଯାହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନାଳରୁ ଖୋଳି ଶବକୁ ବାହାର କରାଯାଇଛି । ସେପଟେ ହତ୍ୟାକାରୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.