ବଡ଼ ଖବର! ଥିଏଟର ମାଲିକଙ୍କ ଅନୁରୋଧ କ୍ରମେ ସଲମାନ ଖାନ୍‌ ସିନେମା ଘରେ ହିଁ ରିଲିଜ୍‌ କରିବେ ଫିଲ୍ମ ‘ରାଧେ’, ଏହିଦିନ ଦେଖିପାରିବେ ଦର୍ଶକ

ସଲମାନ ଖାନ୍‌ଙ୍କ ମୋଷ୍ଟ ଅୱେଟେଡ ଫିଲ୍ମ ‘ରାଧେ’ ସିନେମା ଘରେ ରିଲିଜ୍‌ ହେବ ଏବଂ ଏହି କଥାର ପୁଷ୍ଟି ନିଜେ ହିଁ ସଲମାନ ଖାନ୍‌ କରିଛନ୍ତି। ତାଙ୍କର ଏହି ଫିଲ୍ମକୁ ଥିଏଟରରେ ରିଲିଜ୍‌ କରିବା ପାଇଁ ଦେଶର ଥିଏଟର ଏଗଜିବିଟର୍ସ ଆସୋସିଏଶନ ଅନୁରୋଧ କରିଥିଲା। ସେମାନଙ୍କ କଥା ରଖି ଏବେ ସଲମାନ କହିଛନ୍ତି କି, ତାଙ୍କର ଏହି ଫିଲ୍ମ ଇଦ୍‌ ଅବସରରେ ସିନେମା ଘରଗୁଡ଼ିକରେ ରିଲିଜ୍‌ ହେବ।

କରୋନା ମହାମାରୀ ଯୋଗୁ ଅନେକ ବଡ଼ ବଡ଼ ଫିଲ୍ମ ଓଟିଟି ପ୍ଲାଟଫର୍ମକୁ ଆସିସାରିଛି। ଏଭଳି ସ୍ଥିତିରେ ସିନେମା ଘର ମାଲିକମାନଙ୍କ କହିବା ହେଲା, ଅନ୍ତତଃ ସଲମାନଙ୍କ ଫିଲ୍ମ ଥିଏଟରରେ ରିଲିଜ୍‌ ହେଉ ଏବଂ ଜନତା ପୁଣିଥରେ ଥିଏଟରକୁ ଫେରନ୍ତୁ। ସଲମାନ ଖାନ୍‌ ଏବଂ ଏହି ଫିଲ୍ମକୁ ପ୍ରଯୋଜନା କରୁଥିବା କମ୍ପାନୀ ସେମାନଙ୍କ ଅନୁରୋଧକୁ ଧ୍ୟାନରେ ରଖି ‘ରାଧେ’କୁ ସିନେମା ଘରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସଲମାନ ନିଜ ଟୁଇଟରରେ ଲେଖିଛନ୍ତି, ‘କ୍ଷମା କରନ୍ତୁ, ମୋତେ ସମସ୍ତ ଥିଏଟର ମାଲିକଙ୍କୁ ପ୍ରତିତ୍ତ୍ୟୁର ଦେବାରେ ଲମ୍ବା ସମୟ ଲାଗିଗଲା। ଏଭଳି ସମୟରେ ଏହା ଏକ ବଡ଼ ନିର୍ଣ୍ଣୟ। ମୁଁ ଏହି ବିତ୍ତୀୟ ସମସ୍ୟାକୁ ବୁଝି ପାରୁଛି, ଯାହା ଦେଇ ଥିଏଟର ମାଲିକମାନେ ଗତି କରୁଛନ୍ତି। ‘ରାଧେ’କୁ ସିନେମା ଘରେ ରିଲିଜ୍‌ କରି ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ଏହା ପ୍ରତିବଦଳରେ ‘ରାଧେ’ର ଦର୍ଶକମାନଙ୍କ ପାଇଁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ସେମାନଙ୍କଠାରୁ ଆଶା କରୁଛି। କମିଣ୍ଟମେଣ୍ଟ ଇଦର ଥିଲା ଏବଂ ଏହା ୨୦୨୧ ଇଦରେ ହିଁ ରିଲିଜ୍‌ ହେବ।’

 

View this post on Instagram

 

A post shared by Salman Khan (@beingsalmankhan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.