ପୁଅକୁ ବାହା ହେବାକୁ ସ୍ୱାମୀକୁ ଛାଡ଼ପତ୍ର ଦେଲେ ମହିଳା, ସୁନ୍ଦର ଦେଖାଯିବାକୁ କରିଛନ୍ତି ପ୍ଲାଷ୍ଟିକ୍‌ ସର୍ଜରୀ

ବର୍ତ୍ତମାନ ଯୁଗ ସହ ସମ୍ପର୍କର ମୂଲ୍ୟ ବି ବଦଳିବାରେ ଲାଗିଛି। ମା’-ପୁଅର ସମ୍ପର୍କକୁ ଦୁନିଆର ସବୁଠୁ ମଜଭୁତ ସମ୍ପର୍କ କୁହାଯାଉଥିବା ବେଳେ ଏବେ ସୋସିଆଲ ମିଡିଆରେ ଏକ ଏମିତି କାହାଣୀ ଭାଇରାଲ ହେଉଛି, ଯାହା ଶୁଣିବା ପରେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏମିତି ଜଣେ ମହିଳା ଯିଏ ନିଜ ସ୍ୱାମୀଙ୍କୁ ଶ୍ୱଶୁର କରିଦେଲେ ଓ ନିଜ ସ୍ୱାମୀର ବୋହୂ ପାଲଟିଗଲେ ।

ଋଷିଆରେ ଜଣେ ମା’ ନିଜ ପୁଅକୁ ବିବାହ କରିଛି। ତେବେ ପୁଅ ତାଙ୍କ ନିଜର ନୁହେଁ ତାଙ୍କ ପୂର୍ବ ସ୍ୱାମୀଙ୍କର ପୁଅ। ଅର୍ଥାତ୍‌ ମହିଳା ଯାହାକୁ ବିବାହ କରିଛନ୍ତି ଯେ ତାଙ୍କର ସାବତ ପୁଅ। ଋଷିଆନ୍‌ ବ୍ଲଗର ମରିନା ବଲମଶେବା ୨୧ ବର୍ଷୀୟ ସାବତ ପୁଅ ଭ୍ଲାଦମିର ଶେବରିନ୍‌ଙ୍କୁ ବିବାହ କରିଛନ୍ତି। ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେବା ପରେ ମରିନା ସାବତ ପୁଅଙ୍କୁ ବିବାହ କରିଛନ୍ତି।

ରିପୋର୍ଟ ମୁତାବକ, ମରିନା ଓ ତାଙ୍କ ସାବତ ପୁଅଙ୍କ ପ୍ରଥମ ସାକ୍ଷାତ ୧୪ ବର୍ଷ ତଳେ ହୋଇଥିଲା। ସେତେବେଳେ ମରିନାଙ୍କୁ ୨୧ ବର୍ଷ ଓ ସାବତ ପୁଅକୁ ୭ ବର୍ଷ ହୋଇଥିଲା। ମରିନା ସାବତ ପୁଅର ବାପାଙ୍କୁ ବିବାହ କରିଥିଲେ, ଯାହା ୧୩ ବର୍ଷ ପରେ ଭାଙ୍ଗିଯାଇଥିଲା। ବିବାହ ଭାଙ୍ଗିଯାଇଥିଲେ ମଧ୍ୟ ମରିନା ଓ ଭ୍ଲାଦମିରଙ୍କ ମଧ୍ୟରେ ଭଲ ପାଇବା କମିନଥିଲା। ସେମାନେ ପରସ୍ପରକୁ ଛାଡ଼ି ରହିପାରିଲେ ନାହିଁ। ଫଳରେ ସେମାନେ ବିବାହ କରିଥିଲେ।

step2

ମରିନା ପୂର୍ବରୁ ବହୁତ ମୋଟି ଥିଲେ। କିନ୍ତୁ ଭ୍ଲାଦମିରଙ୍କୁ ଭଲ ପାଇବା ପରେ ସେ ବେଶ୍‌ ପତଳା ହୋଇଯାଇଛନ୍ତି। ଏଥିପାଇଁ ସେ ପ୍ଲାଷ୍ଟିକ୍‌ ସର୍ଜରୀ ମଧ୍ୟ କରିଛନ୍ତି। ଏବେ ସେ ଭ୍ଲାଦମିରଙ୍କ ବୟସର ଲାଗୁଛନ୍ତି। ନିକଟରେ ମରିନା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରଥମ ସନ୍ତାନକୁ ପାଇ ଉଭୟ ମରିନା ଓ ଭ୍ଲାଦମିର ଉଭୟ ବେଶ୍‌ ଖୁସି ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.