Below header

କୋଭିଡ୍‌ ଟିକା ନେବା ପରେ ଶୋଭାଙ୍କର କଣ ହେଲା?

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ବର୍ତ୍ତମାନ ଚାଲିଥିବା କୋଭିଡ୍‌ ଟିକାକରଣକୁ ନେଇ ଅନେକ ଲୋକଙ୍କ ମନରେ କିଛି ଆଶଙ୍କା ରହିଛି । ସରକାର ଯଦିଓ କହୁଛନ୍ତି ଅତି ନଗଣ୍ୟ ଭାବେ କାଁଭାଁ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଉଛି ତଥାପି ଲୋକଙ୍କ ମନରେ ଡର ରହିଛି । ଏମିତିରେ ଆଜି ଏକ ଘଟଣା ଘଟିଛି ଯାଜପୁର ଟାଉନ୍‌ରେ । ଶୋଭା ନାୟକ ନାମକ ଜଣେ ସଫେଇ କର୍ମଚାରୀ ଆଜି ଟିକା ନେଇଥିଲେ । ତା ପରେ ଅସୁସ୍ଥ ହୋଇପଡ଼ିଲେ । ଅବଶ୍ୟ ପ୍ରାଥମିକ ଚିକିତ୍ସା ପରେ ସେ ପୁଣି ସୁସ୍ଥ ହୋଇଛନ୍ତି ।

ତେବେ ପରେ ଜଣାପଡ଼ିଲା ଯେ ତାଙ୍କ ଅସୁସ୍ଥତାର କାରଣ ଟିକା ନୁହେଁ, ସାନିଟାଇଜର୍‌ । ଶୋଭା ପାଣି ବଦଳରେ ଭୁଲରେ ସାନିଟାଇଜର ପିଇ ଦେଇଥିଲେ । ଫଳରେ ଦେହ ଖରାପ ଲାଗିଥିଲା । ଯାଜପୁର ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଶୋଭା ସକାଳୁ କିଛି ଖାଇନଥିଲେ । ହୁଏତ ମନରେ ତାଙ୍କର ଟିକେ ଡର ଥିଲା । ବୋଧହୁଏ ସେହି ଡରରେ ଟିକା ନେବା ପୂର୍ବରୁ ସେ ପାଣି ପିଇଥିଲେ । ତେବେ ପରେ ସେ ନିଜେ ମାନିଥିଲେ ଯେ ପୁଣି ବଦଳରେ ଭୁଲରେ ସାନିଟାଇଜର ପିଇ ଦେଇଥିଲେ । ଯାହାଫଳରେ ଅସୁସ୍ଥତା ଅନୁଭବ କରିଥିଲେ । ଅବଶ୍ୟ ଶୋଭା ଏବେ ସୁସ୍ଥ ଅଛନ୍ତି ଏବଂ ଟିକା ଯୋଗୁଁ ଏଭଳି ହୋଇନାହିଁ ବୋଲି କହିଛନ୍ତି । ଏବେ ଶୋଭା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.