ଲାଇଫ୍ ଷ୍ଟାଇଲ୍

ଶରୀରରେ ଦେଖାଯାଉଛି ଏହିସବୁ ଲକ୍ଷଣ, ତେବେ ହୋଇଯାଆନ୍ତୁ ସତର୍କ, ହୋଇପାରେ କ୍ଯାନସର

କ୍ୟାନସରକୁ ଆରମ୍ଭରୁ ଯଦି ଧ୍ୟାନ ନ ଦିଆଯାଏ ତ ଥାର୍ଡ ଷ୍ଟେଜ୍ରେ ଏହି ରୋଗରୁ ମଣିଷକୁ ବଞ୍ଚାଇବା ଅସମ୍ଭବ ହୋଇପଡ଼େ। ଏହାର ଲକ୍ଷଣକୁ ସଠିକ୍ ସମୟ ପୂର୍ବରୁ ଚିହ୍ନି ପାରିଲେ ଆପଣ କୌଣସି ବ୍ୟକ୍ତିର ଜୀବନ ବଞ୍ଚାଇ ପାରିବେ। ୱେବଏମ୍ଡିର ଏକ ରିପୋର୍ଟ ମୁତାବକ, ଶରୀରରେ କ୍ୟାନସରର ଲକ୍ଷଣ ବା ୱାର୍ଣ୍ଣିଂ ସାଇନ୍ ଦେଖିବା କ୍ଷଣି ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ୍।

ରିପୋର୍ଟ ମୁତାବିକ୍ , କ୍ୟାନସର ହେବା ପରେ ମହିଳା ଓ ପୁରୁଷ ଉଭୟଙ୍କ ଠାରେ ସମାନ ଲକ୍ଷଣ ଦେଖାଯାଇପାରେ। ଡିପ୍ରେସନ ବା ଫ୍ଲୁରେ ମଣିଷ ଭୋକରେ ମରିଯାଏ । କ୍ୟାନସର ଆପଣଙ୍କର ମେଟାବଲିଜିମ୍ରେ ପ୍ରଭାବ ପକାଇ ଏମତି କରିଦେଇପାରେ। ପେଟ, ପାନକ୍ରିୟାଜ୍, ଲାର୍ଜ ଇଣ୍ଟେଷ୍ଟାଇନ୍ ବା ଓଭାରିୟନ କ୍ୟାନସର ହେବା ଦ୍ୱାରା ପେଟରେ ବହୁତ ପ୍ରଭାବ ପଡ଼ିଥାଏ। ଯେଉଁ କାରଣରୁ ଆପଣଙ୍କୁ ଭୋକ ଲାଗି ନଥାଏ।

ମଳରେ ରକ୍ତ ପଡ଼ିବା ମଧ୍ୟ କ୍ୟାନସରର ଏକ ବଡ଼ ସତର୍କ ଘଣ୍ଟି ହୋଇପାରେ । ଅଲସର, ପାଇଲ୍ସ ବା ଇଫେକ୍ସନ ହେବା ପରେ ମଧ୍ୟ ଏମିତି ହୋଇପାରେ। ମଳରେ ରକ୍ତ ପଡ଼ିବା ଅର୍ଥ ଆପଣଙ୍କୁ ଗ୍ୟାଷ୍ଟ୍ରୋ –ଇଣ୍ଟେଷ୍ଟିନାଲ ଟ୍ରାକ୍ଟରେ କିଛି ସମସ୍ୟା ରହିଛି । ମଳ ଦ୍ୱାରରୁ ଆସୁଥିବା ରକ୍ତ ଯଦି ବ୍ରାଇଟ୍, ତ ରେକ୍ଟମ ( ମଳାଶୟ) ବା ଇଣ୍ଟେଷ୍ଟାଇନ୍ର ସମସ୍ୟା ହୋଇପାରେ । ଡାର୍କ କଲର ପେଟର ଅଲସର ହେବାର ଇସାରା କରିଥାଏ ।

ପରିସ୍ରାରେ ରକ୍ତ ବାହାରିବା କ୍ୟାନସରର ଏକ ବଡ଼ ସଙ୍କେତ ହୋଇଥାଏ । ଏହା କିଡନୀ ବା ବ୍ଲାଡର କ୍ୟାନସରର ଲକ୍ଷଣ ହୋଇପାରେ। ପଥୁରୀ ( କିଡନୀ ଷ୍ଟୋନ୍) ବା କିଡନୀ ଡିଜିନ୍ ହେବା ପରେ ମଧ୍ଯ ଏମିତି ସମସ୍ୟା ହୋଇପାରେ । ଏମିତି ହେବା ପରେ ତୁରନ୍ତ ଡାକ୍ତରଙ୍କ ସହ ସଂପର୍କ କରି ଏହାର ଟେଷ୍ଟ କରିନେବା ଉଚିତ୍।

ଯଦି ଆପଣଙ୍କୁ ଦୀର୍ଘ ଦିନ ଧରି କାଶ ହେଉଥାଏ ଏବଂ ଚିକିତ୍ସା ପରେ ମଧ୍ୟ ଆରାମ ଅନୁଭବ ହେଉନାହିଁ ତ ଫୁସ୍ଫୁସ୍ କ୍ୟାନସରର ଯାଞ୍ଚ କରିନେବା ଉଚିତ୍। ଫୁସ୍ଫୁସ୍ କ୍ୟାନସର ହେବାରେ ଛାତିରେ ଯନ୍ତ୍ରଣା ହେବା, ଗଳା ବସିଯିବା, ଥକା ଲାଗିବା ଓ ନିଶ୍ୱାସ ନେବାରେ କଷ୍ଟ ହୋଇପାରେ।

Swagatika

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago