ଇସ୍ଲାମବାଦ : ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା ଉଗ୍ର ରୂପ ଧାରଣ କରିଛି । ଏହି ହିଂସାକାଣ୍ଡରେ ୧୨ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ପୋଲିସ ନିହତ ହୋଇଛନ୍ତି । ଗତ ସୋମବାର ଠାରୁ ପାକିସ୍ତାନରେ ଏହି ହିଂସା ଆରମ୍ଭ ହୋଇଛି । ଏହି ହିଂସାରେ ପ୍ରାୟ ୪୦ ଜଣ ଆହତ ହୋଇଥିବା ଜଣାଯାଇଛି । ଏହା ପାକିସ୍ତାନର ବିଭିନ୍ନ ସହରକୁ ବ୍ୟାପିବାରେ ଲାଗିଛି । ପାକିସ୍ତାନରେ ଏହି ହିଂସା ଉଗ୍ର ରୂପ ଧାରଣ କରିବା ପରେ ଫ୍ରାନ୍ସ ସରକାର ନିଜ ନାଗରିକମାନଙ୍କୁ ପାକିସ୍ତାନ ଛାଡ଼ି ପଳାଇ ଆସିବାକୁ ପରାମର୍ଶ ଦେଇଛନ୍ତି ।
ପାକିସ୍ତାନରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟଦୂତଙ୍କୁ ବହିଷ୍କାର କରିବା ସହ ଫ୍ରାନ୍ସ ସହ ବାଣିଜ୍ୟ କାରବାର ବନ୍ଦ କରିବାକୁ ମୌଳବାଦୀ ସଂସ୍ଥା ତେହେରିକ-ଇ-ଲବାଇବ ପାକିସ୍ତାନ (ଟିଏଲପି) ପକ୍ଷରୁ ଦେଶବ୍ୟାପି ଏହି ଆନ୍ଦୋଳନ କରାଯାଉଛି । ଗତ ବର୍ଷ ଫ୍ରାନ୍ସର ପ୍ୟାରିସଠାରେ ପ୍ରକାଶିତ ବିବାଦୀୟ କାର୍ଟୁନକୁ ଟିଏଲପି ପକ୍ଷରୁ ବିରୋଧ କରାଯାଉଛି ।
ଏହି କାର୍ଟୁନରେ ଇସଲାମର ଅବମାନନା କରାଯାଇଥିବା କୁହାଯାଉଛି ।
ହିଂସା ପରେ ପାକ୍ ସରକାର ଟିଏଲ୍ପିକୁ ନିଷିଦ୍ଧ ଘୋଷଣା କରିବା ସହ ଏହାର ମୁଖ୍ୟ ସାଦ ହୁସେନ୍ ରିଜଭିଙ୍କୁ ଗିରଫ କରିଛି । ଗତ ନଭେମ୍ବରରେ ମଧ୍ୟ ଟିଏଲ୍ପି ପାକିସ୍ତାନରେ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଥିଲା ।
ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…
ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…
ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…
କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…
ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍ ଜନସନ୍ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…
ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…