ଦେଶ ବିଦେଶ

ଯୁଦ୍ଧକୁ ୧୦୦ ଦିନ: ସଂହାରଲୀଳା ମଧ୍ୟରେ ୟୁକ୍ରେନ୍‌ରେ ଜନ୍ମ ନେଇଛନ୍ତି ୪୮,୦୦୦ରୁ ଅଧିକ ଶିଶୁ

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଥିବା ଯୁଦ୍ଧକୁ ଆଜି ୧୦୦ ଦିନ ହୋଇଛି। କିନ୍ତୁ ଏବେ ଯାଏଁ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି। ତେବେ ରୁଷ୍‌ ଯୁଦ୍ଧ ଆରମ୍ଭ କରିବା ଦିନଠାରୁ ଏବେ ମଧ୍ୟରେ ୟୁକ୍ରେନ୍‌ରେ ପାଖାପାଖି ୪୮ ହଜାରରୁ ଅଧିକ ଛୁଆ ଜନ୍ମ ନେଇଛନ୍ତି। ୟୁକ୍ରେନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜୁନ୍‌ ୨ରେ ଏକ ବୟାନ ଜାରି କହିଥିଲେ ଯେ ଫେବ୍ରୁଆରୀ ୨୪ ପରେ ସବୁଠୁ ଅଧିକ ପିଲା ଲ୍ଵିବ୍‌, ନିପ୍ରାପେଟ୍ରୋସ୍‌ ଓ ଓଡ଼େଶା ଓବ୍ଲାଷ୍ଟରେ ଜନ୍ମ ନେଇଛନ୍ତି।

ବାହାରି ପାରୁନି ନିଷ୍କର୍ଷ:

ଯୁଦ୍ଧ ଆରମ୍ଭ ବେଳେ ରୁଷ୍‌କୁ ଲାଗୁଥିଲା ଯେ ସେମାନେ ମାତ୍ର କିଛି ଦିନରେ ହିଁ ଯୁଦ୍ଧ ସାରି ଦେବେ। କିନ୍ତୁ ୟୁକ୍ରେନ୍‌ ତାଙ୍କୁ କଡ଼ା ଟକ୍କର ଦେଇଛି। ଏହି ଯୁଦ୍ଧ କାରଣରୁ ପୂରା ଦୁନିଆ ପ୍ରଭାବିତ ହୋଇଛି। ସାରା ବିଶ୍ୱରେ ଗହମ ଓ ତୈଳର ମୂଲ୍ୟ ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି। କିନ୍ତୁ ଏବେ ୧୦୦ ଦିନ ପରେ ବି ଯୁଦ୍ଧର କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଯଦିଓ ବର୍ଷେ ଯାଏଁ ଚାଲିବ ନାହିଁ, କିନ୍ତୁ ଏହି ଯୁଦ୍ଧ ଆହୁରି କିଛି ମାସ ଚାଲିପାରେ। ରୁଷ୍‌ ନିଜେ ଏକ ବୃହତ୍‌ ତଥା ଶକ୍ତିଶାଳୀ ଦେଶ ହୋଇଥିବା ବେଳେ ୟୁକ୍ରେନ୍‌କୁ ସମସ୍ତ ପଶ୍ଚିମ ଦେଶ ସମର୍ଥନ କରୁଛନ୍ତି। ଏଣୁ ଏହି ଯୁଦ୍ଧ ଆଗକୁ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପଟେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ ଭାବୁଛନ୍ତି ଯେ ଯୁଦ୍ଧ ଯେତେ ଲମ୍ବା ହେବ, ପଶ୍ଚିମ ଦେଶର ସେତେ ଆର୍ଥିକ କ୍ଷତି ଘଟିବ। ଆଉ ଗୋଟିଏ ସମୟରେ ୟୁକ୍ରେନ୍‌ ସମ୍ପୂର୍ଣ୍ଣ କାଙ୍ଗାଳ ହୋଇଯିବ। କିନ୍ତୁ ପଶ୍ଚିମ ଦେଶ ଲଗାତାର ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି।

ବିଶେଷଜ୍ଞଙ୍କ ମତ ଅନୁସାରେ, ଯୁଦ୍ଧକୁ ପୁଟିନ୍‌ ଆରମ୍ଭ କରିଛନ୍ତି ଓ ସେ ହିଁ ଶେଷ କରିବେ। ପୁଟିନ୍‌ ଏକ ତରଫା ଯୁଦ୍ଧ ବିରାମ ଘୋଷଣା କରି ପୂରା ଦୁନିଆକୁ ଚମକାଇ ଦେଇ ଯୁଦ୍ଧ ବନ୍ଦ କରିପାରନ୍ତି। କବ୍‌ଜା କରିଥିବା ଅଞ୍ଚଳକୁ ୟୁକ୍ରେନ୍‌ ଠାରୁ ଛଡ଼ାଇ ନେଇ ମଧ୍ୟ ସେ ନିଜ ବିଜୟ ଘୋଷଣା କରିପାରନ୍ତି। ପୁଟିନ୍‌ ପ୍ରଥମରୁ ହିଁ ଏହାକୁ ଯୁଦ୍ଧ ଜାଗାରେ ଏକ ମିଲିଟାରୀ ଅପରେସନ୍‌ ବୋଲି କହୁଛନ୍ତି। ୟୁକ୍ରେନ୍‌ର ଡୋନବାସ ଅଞ୍ଚଳକୁ ଅଲଗା କରି ସେ କ୍ରିମିଆ ସହ ଯୋଡ଼ିପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି।

Also Read: ପାରିଲେନି କରନ୍‌ ଜୋହର, ବିଗ୍‌ବସ୍‌ ଓଟିଟି ୨କୁ ହୋଷ୍ଟ କରିବେ କରନ୍‌ କୁନ୍ଦ୍ରା-ତେଜସ୍ୱୀ ପ୍ରକାଶ !

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago