ଦେଶ ବିଦେଶ

ବିଟିଂ ରିଟ୍ରିଟ୍‌ ଉତ୍ସବ ୨୦୨୨ : ପ୍ରଥମ ଥର ପାଇଁ ୧୦୦୦ ସ୍ୱଦେଶୀ ଡ୍ରୋନ ସହିତ ହେବ ଲାଇଟ୍‌ ଶୋ, ସାମିଲ ହେବେ ଭାରତର ପ୍ରମୁଖ ବ୍ୟକ୍ତି ବିଶେଷ

ଆଜି ସନ୍ଧ୍ୟାରେ ପାଳନ କରାଯିବ ବିଟିଂ ରିଟ୍ରିଟ ସମାରୋହ। ଏହି ସମାରୋହରେ ରାଷ୍ଟ୍ରପତି ଏବଂ ସଶସ୍ତ୍ର ବଳ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସାମିଲ ହେବେ । କିନ୍ତୁ ଚଳିତବର୍ଷ ଏହି ସମାରୋହରେ ୧୦୦୦ ଡ୍ରୋନ ପ୍ରଦର୍ଶନ ଏହାର ପ୍ରମୁଖ ଆକର୍ଷଣ ରହିବ। ପ୍ରଥମ ଥର ପାଇଁ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଏହି ସମାରୋହ କରାଯିବ। ଏହାକୁ ସ୍ୱାଧୀନତାର ଅମୃତ ମହୋତ୍ସବ ବୋଲି କୁହାଯାଉଛି।

ନିର୍ମିତ ହୋଇଥିବା ୧ ହଜାରରୁ ଅଧିକ ସ୍ୱଦେଶୀ ଡ୍ରୋନ ଆଜି ସନ୍ଧ୍ୟାରେ ହେବାକୁ ଥିବା ବିଟିଂ ରିଟ୍ରିଟ୍‌ ସମାରୋହରେ ଲାଇଟ ଶୋ ପ୍ରଦର୍ଶନ କରାଯିବ। କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଦ୍ୟୋଗିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ରୁଷ, ଚୀନ ଏବଂ ବ୍ରିଟେନ ପରେ ଏତେ ମାତ୍ରାରେ ସ୍ୱଦେଶୀ ନିର୍ମିତ ଡ୍ରୋନକୁ ପ୍ରଦର୍ଶନ କରିବାରେ ଭାରତ ଚତୁର୍ଥ ଦେଶ ରହିବ।

ଏହି ସମାରୋହ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବିଜୟ ଚୌକରେ ଆୟୋଜିତ ହେବାକୁ ଥିବା ବିଟିଂ ରିଟ୍ରିଟ୍‌ ସମାରୋହ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ଜାରି ହୋଇଥିବା ପରାମର୍ଶ ଅନୁସାରେ ବିଜୟ ଚୌକ ଏବଂ ଏହାର ଆଖପାଖ ଅଞ୍ଚଳରେ ଆଜି ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗୁ ହେଉଛି।

ସୂଚନାଯୋଗ୍ୟ, ଏଥର ବିଟିଂ ଦ ରିଟ୍ରିଟରେ କିଛି ଅଲଗା ଧ୍ୱନି ଶୁଣିବାକୁ ମିଳିବ। ଗତ ୭୦ ବର୍ଷ ମଧ୍ୟରେ ଯେଉଁ ଗୀତ ବାଜୁଥିଲା ଏବେ ତାହା ଆଉ ବାଜିବ ନାହିଁ । ଏବେ ବିଟିଂ ଦ ରିଟ୍ରିଟ ସେରିମନିରେ ଏହି ଗୀତ ବାଜିବ ନାହିଁ। ଜାଣି ରଖନ୍ତୁ ଯେ ଏହି ଗୀତ ପ୍ରତି ବର୍ଷ ଏହି ଦିନରେ ବାଜିଥାଏ। କିନ୍ତୁ ସରକାର ଏହାକୁ ପରିବର୍ତ୍ତନ କରିଛନ୍ତି। ଏବେ ଏହା ସ୍ଥାନ ନେଇଛି “ସାରେ ଜାହାଁସେ ଅଚ୍ଛା” ।

୧୯୫୦ ମସିହାରୁ ଏହି ଗୀତକୁ ବଜାଯାଉଛି। ସମାରୋହ ଶେଷରେ Abide with me ଧ୍ୱନି ଶେଷକୁ ବଜାଯାଏ। କିନ୍ତୁ ଏବେ ଏହା ଆଉ ବାଜିବ ନାହିଁ।

Swagatika

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

27 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

29 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

35 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

44 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

44 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago