ବିଟିଂ ରିଟ୍ରିଟ୍ ଉତ୍ସବ ୨୦୨୨ : ପ୍ରଥମ ଥର ପାଇଁ ୧୦୦୦ ସ୍ୱଦେଶୀ ଡ୍ରୋନ ସହିତ ହେବ ଲାଇଟ୍ ଶୋ, ସାମିଲ ହେବେ ଭାରତର ପ୍ରମୁଖ ବ୍ୟକ୍ତି ବିଶେଷ
ଆଜି ସନ୍ଧ୍ୟାରେ ପାଳନ କରାଯିବ ବିଟିଂ ରିଟ୍ରିଟ ସମାରୋହ। ଏହି ସମାରୋହରେ ରାଷ୍ଟ୍ରପତି ଏବଂ ସଶସ୍ତ୍ର ବଳ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସାମିଲ ହେବେ । କିନ୍ତୁ ଚଳିତବର୍ଷ ଏହି ସମାରୋହରେ ୧୦୦୦ ଡ୍ରୋନ ପ୍ରଦର୍ଶନ ଏହାର ପ୍ରମୁଖ ଆକର୍ଷଣ ରହିବ। ପ୍ରଥମ ଥର ପାଇଁ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଏହି ସମାରୋହ କରାଯିବ। ଏହାକୁ ସ୍ୱାଧୀନତାର ଅମୃତ ମହୋତ୍ସବ ବୋଲି କୁହାଯାଉଛି।
ନିର୍ମିତ ହୋଇଥିବା ୧ ହଜାରରୁ ଅଧିକ ସ୍ୱଦେଶୀ ଡ୍ରୋନ ଆଜି ସନ୍ଧ୍ୟାରେ ହେବାକୁ ଥିବା ବିଟିଂ ରିଟ୍ରିଟ୍ ସମାରୋହରେ ଲାଇଟ ଶୋ ପ୍ରଦର୍ଶନ କରାଯିବ। କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଦ୍ୟୋଗିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ରୁଷ, ଚୀନ ଏବଂ ବ୍ରିଟେନ ପରେ ଏତେ ମାତ୍ରାରେ ସ୍ୱଦେଶୀ ନିର୍ମିତ ଡ୍ରୋନକୁ ପ୍ରଦର୍ଶନ କରିବାରେ ଭାରତ ଚତୁର୍ଥ ଦେଶ ରହିବ।
ଏହି ସମାରୋହ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବିଜୟ ଚୌକରେ ଆୟୋଜିତ ହେବାକୁ ଥିବା ବିଟିଂ ରିଟ୍ରିଟ୍ ସମାରୋହ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ଜାରି ହୋଇଥିବା ପରାମର୍ଶ ଅନୁସାରେ ବିଜୟ ଚୌକ ଏବଂ ଏହାର ଆଖପାଖ ଅଞ୍ଚଳରେ ଆଜି ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗୁ ହେଉଛି।
ସୂଚନାଯୋଗ୍ୟ, ଏଥର ବିଟିଂ ଦ ରିଟ୍ରିଟରେ କିଛି ଅଲଗା ଧ୍ୱନି ଶୁଣିବାକୁ ମିଳିବ। ଗତ ୭୦ ବର୍ଷ ମଧ୍ୟରେ ଯେଉଁ ଗୀତ ବାଜୁଥିଲା ଏବେ ତାହା ଆଉ ବାଜିବ ନାହିଁ । ଏବେ ବିଟିଂ ଦ ରିଟ୍ରିଟ ସେରିମନିରେ ଏହି ଗୀତ ବାଜିବ ନାହିଁ। ଜାଣି ରଖନ୍ତୁ ଯେ ଏହି ଗୀତ ପ୍ରତି ବର୍ଷ ଏହି ଦିନରେ ବାଜିଥାଏ। କିନ୍ତୁ ସରକାର ଏହାକୁ ପରିବର୍ତ୍ତନ କରିଛନ୍ତି। ଏବେ ଏହା ସ୍ଥାନ ନେଇଛି “ସାରେ ଜାହାଁସେ ଅଚ୍ଛା” ।
୧୯୫୦ ମସିହାରୁ ଏହି ଗୀତକୁ ବଜାଯାଉଛି। ସମାରୋହ ଶେଷରେ Abide with me ଧ୍ୱନି ଶେଷକୁ ବଜାଯାଏ। କିନ୍ତୁ ଏବେ ଏହା ଆଉ ବାଜିବ ନାହିଁ।