ଅଣ୍ଡର-୧୯ ବିଶ୍ୱକପ୍‌: ବାଲାଂଦେଶ ଠାରୁ ପୂର୍ବ ବିଶ୍ୱକପ୍‌ ପ୍ରତିଶୋଧ ନେବା ପାଇଁ ଭାରତ ପାଖରେ ଆଜି ସୁଯୋଗ

ଅଣ୍ଡର-୧୯ ବିଶ୍ୱକପର ସେମିଫାଇନାଲରେ ମୁହାଁମୁହିଁ ହୋଇଥାନ୍ତେ ଭାରତ ଓ ପାକିସ୍ତାନ । କିନ୍ତୁ କ୍ୱାଟରଫାନାଇଲରେ ପାକିସ୍ତାନକୁ ୧୧୯ରନରେ ପରାସ୍ତ କରି କଙ୍ଗାରୁ ଟିମ୍ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି । ଏହାସହ ସେମିରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା ସମ୍ଭାବନା ଅଧିକ ରହିଛି । ଆଜି ସନ୍ଧ୍ୟାରେ ଭାରତ ଓ ବାଲାଂଦେଶ ମଧ୍ୟରେ ମ୍ୟାଚ ହେବାକୁ ରହିଛି। ଭାରତ ପାଖରେ ବାଲାଂଦେଶ ସହିତ ହିସାବ ବରାବର କରିବା ପାଇଁ ସୁଯୋଗ ରହିଛି। ଭାରତ ଅଣ୍ଡର-୧୯ ଟିମ୍‌ ୨୦୨୦ ବିଶ୍ୱକପ୍‌ରେ ବାଲାଂଦେଶ ଠାରୁ ହାରିଥିଲା। ତେଣୁ ଆଜି ପ୍ରତିଶୋଧ ନେବାର ସୁଯୋଗ ରହିଛି। ଯଦି ଭାରତ ଆଜି ବାଲାଂଦେଶକୁ ହରାଇଦିଏ ତେବେ ଅଷ୍ଟ୍ରେଲିଆ ସହିତ ସେମି ଫାଇନାଲ ମ୍ୟାଚ ଖେଳିବ।

ଅଷ୍ଟ୍ରେଲିଆ କ୍ୱାଟରଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୧୯ ରନରେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ଓ୍ୱିକେଟ୍ ହରାଇ ୨୭୬ ରନ୍ କରିଥିଲା । ତେବେ ପାକିସ୍ତାନ ମାତ୍ର ୩୫.୧ ଓଭରରେ ୧୫୭ ରନରେ ଅଲଆଉଟ ହୋଇଯାଇଥିଲା ।

ପାକିସ୍ତାନ ଅଧିନାୟକ କାସିମ ଆକ୍ରମ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆର ଦୁଇ ଓପନର ୧୬.୪ ଓଭରରେ ୮୬ ରନ୍ ଯୋଡି ଦଳକୁ ମଜବୁତ ସ୍ଥିତିରେ ରଖିଥିଲେ । ସେହିପରି ବିଲି ଡେଟ୍ ୭୧ ରନ୍ କରିଥିଲେ । ଏତତ୍ ବ୍ୟତୀତ କ୍ୟାରୀ ମିଲର ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୬୪ ରନ୍ କରିଥିଲେ ।

ଯଦି ପାକିସ୍ତାନ ଏହି ମୁକାବିଲା ଜିତିଥାନ୍ତା ତେବେ ଭାରତ ସହ ସେମିଫାଇନାଲରେ ମୁହାଁମୁହିଁ ହୋଇଥାନ୍ତା । ଶନିବାର ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଖେଳାଯିବ । ଏହି ମୁକାବିଲା ଜିତିଥିବା ଟିମ୍ ସହ ଅଷ୍ଟ୍ରେଲିଆ ସେମିଫାଇନାଲରେ ମୁହାଁମୁହିଁ ହେବ । ଭାରତର ଜିତିବା ସମ୍ଭାବନା ଅଧିକ ରହିଛି । ତେଣୁ ସେମିରେ ଭାରତ-ଅଷ୍ଟ୍ରେଲିଆ ଟକ୍କର ଦେଖିବାକୁ ମିଳିପାରେ ।

ଟିମ୍‌ ଇଣ୍ଡିଆପାଖରେ ଏହା ପୂର୍ବରୁ ଦୁଇ ଦୁଇଟି ଖରାପ ଖବର ସାମ୍ନାକୁ ଆସିଥିଲା। ଗତ ଦୁଇ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ନିଶାନ୍ତ ସିନ୍ଧୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲା।