ଦେଶ ବିଦେଶ

କଅଁଳ ଶିଶୁ ଉପରେ କାର୍‌ ଚଢାଇଦେଲା ମା’, ଜାଣନ୍ତୁ କାହିଁକି

ଆମେରିକାରେ ନିଜ ୧୩ ମାସର ଛୁଆକୁ ଗାଡି ଚଢାଇ ମାରିଦେଲା ମା’ । ମହିଳା ଜଣକ ଘର ବାହାରେ ଗାଡି ପାର୍କିଂ କରୁଥିବା ସମୟରେ ଛୁଆଟି ହଠାତ୍‌ ଚାଲିଆସିଥିଲା । ଆଉ ମହିଳା ଜଣକ ଅଜାଣତରେ ଗାଡି ପିଲା ଉପରେ ଚଢାଇ ଦେଇଥିଲେ । ଫଳରେ ପିଲାଟିର ମୃତ୍ୟୁ ଘଟିଥିଲା । ଆମେରିକାର ଏରିଜୋନାରେ ଘଟିଛି ଏଭଳି ଘଟଣା ।

ଖବର ମୁତାବକ, ୟାବାପାଇ କାଉଣ୍ଟି ଶେରିଫ ପୋଲିସକୁ ଏକ କଲ୍‌ ଆସିଥିଲା । ଫୋନରେ ମହିଳା ଜଣକ ନିଜ ପିଲାକୁ ମାରିଦେଇଥିବା ପୋଲିସକୁ କହିଥିଲେ । ମହିଳା ଜଣକ ଘର ବାହାରେ ଗାଡିକୁ ପାର୍କ କରୁଥିଲେ । ଏହି ସମୟରେ ତାଙ୍କ ଝିଅ (୧୩ମାସର) ଗୋଟେ ସ୍ଥାନରେ ବାହାରେ ବସିଥିଲା । ଯେତେବେଳେ ମହିଳା ଜଣକ ନିଜକୁ କାରକୁ ଆଡଜଷ୍ଟ କରି ପାର୍କ କରୁଥିବା ବେଳେ ପିଲାଟି ଖେଳୁ ଖେଳୁ କାର ଚକା ତଳକୁ ଆସିଯାଇଥିଲା । ଆଉ ପିଲାଟି ଗୁରୁତର ଆହତ ହୋଇଥିଲା ।

କାରର ଟାୟାର ଝିଅ ଉପରେ ଚଢିଯାଇଥିଲା । ଏଥିପାଇଁ ପିଲାଟି କାରର ପଛ ପଟରେ ପଡିଯାଇଥିଲା । ଘଟଣା ପରେ ପିଲାକୁ ତୁରନ୍ତ ସ୍ଥାନୀୟ ହସପିଟାଲକୁ ନିଆଯାଇଥିଲା । କିନ୍ତୁ ସେପର୍ଯ୍ୟନ୍ତ ବହୁତ ବିଳମ୍ବ ହୋଇଯାଇଥିଲା । ହସପିଟାଲରେ ଡାକ୍ତର ପିଲାକୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ପିଲାର ମା’ ଶୋକରେ ରହିଛନ୍ତି । ମହିଳା ଜଣକ ନିଜେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ମାମଲା ଦାଏର କରିବା ପରେ ଯାଞ୍ଚ କରୁଛି ।

Swagatika

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

11 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

15 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

32 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

35 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

44 mins ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

49 mins ago