କଅଁଳ ଶିଶୁ ଉପରେ କାର୍ ଚଢାଇଦେଲା ମା’, ଜାଣନ୍ତୁ କାହିଁକି
ମା’ କାର ପାର୍କିଂ କରୁଥିବା ବେଳେ ଚକା ତଳକୁ ପସିଗଲା ୧୩ ମାସର ଛୁଆ । ଆଉ ମା’ ଅଜାଣତରେ ଗାଡି ଚଢାଇଦେଲା । ଘଟଣା ସ୍ଥଳରେ ଶିଶୁର ମୃତ୍ୟୁ ହୋଇଛି । ଏମିତି ଘଟଣା ଆମେରିକାର ଏରିଜୋନାରେ ଘଟିଛି ।

ଆମେରିକାରେ ନିଜ ୧୩ ମାସର ଛୁଆକୁ ଗାଡି ଚଢାଇ ମାରିଦେଲା ମା’ । ମହିଳା ଜଣକ ଘର ବାହାରେ ଗାଡି ପାର୍କିଂ କରୁଥିବା ସମୟରେ ଛୁଆଟି ହଠାତ୍ ଚାଲିଆସିଥିଲା । ଆଉ ମହିଳା ଜଣକ ଅଜାଣତରେ ଗାଡି ପିଲା ଉପରେ ଚଢାଇ ଦେଇଥିଲେ । ଫଳରେ ପିଲାଟିର ମୃତ୍ୟୁ ଘଟିଥିଲା । ଆମେରିକାର ଏରିଜୋନାରେ ଘଟିଛି ଏଭଳି ଘଟଣା ।
ଖବର ମୁତାବକ, ୟାବାପାଇ କାଉଣ୍ଟି ଶେରିଫ ପୋଲିସକୁ ଏକ କଲ୍ ଆସିଥିଲା । ଫୋନରେ ମହିଳା ଜଣକ ନିଜ ପିଲାକୁ ମାରିଦେଇଥିବା ପୋଲିସକୁ କହିଥିଲେ । ମହିଳା ଜଣକ ଘର ବାହାରେ ଗାଡିକୁ ପାର୍କ କରୁଥିଲେ । ଏହି ସମୟରେ ତାଙ୍କ ଝିଅ (୧୩ମାସର) ଗୋଟେ ସ୍ଥାନରେ ବାହାରେ ବସିଥିଲା । ଯେତେବେଳେ ମହିଳା ଜଣକ ନିଜକୁ କାରକୁ ଆଡଜଷ୍ଟ କରି ପାର୍କ କରୁଥିବା ବେଳେ ପିଲାଟି ଖେଳୁ ଖେଳୁ କାର ଚକା ତଳକୁ ଆସିଯାଇଥିଲା । ଆଉ ପିଲାଟି ଗୁରୁତର ଆହତ ହୋଇଥିଲା ।
କାରର ଟାୟାର ଝିଅ ଉପରେ ଚଢିଯାଇଥିଲା । ଏଥିପାଇଁ ପିଲାଟି କାରର ପଛ ପଟରେ ପଡିଯାଇଥିଲା । ଘଟଣା ପରେ ପିଲାକୁ ତୁରନ୍ତ ସ୍ଥାନୀୟ ହସପିଟାଲକୁ ନିଆଯାଇଥିଲା । କିନ୍ତୁ ସେପର୍ଯ୍ୟନ୍ତ ବହୁତ ବିଳମ୍ବ ହୋଇଯାଇଥିଲା । ହସପିଟାଲରେ ଡାକ୍ତର ପିଲାକୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ପିଲାର ମା’ ଶୋକରେ ରହିଛନ୍ତି । ମହିଳା ଜଣକ ନିଜେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ମାମଲା ଦାଏର କରିବା ପରେ ଯାଞ୍ଚ କରୁଛି ।