ଆସିଲା ଭୋଡ଼ାଫୋନର ୧୯୮ ଏବଂ ୨୦୪ ଟଙ୍କାର ପ୍ରିପେଡ୍‌ ପ୍ଲାନ, ଜାଣନ୍ତୁ କଣ ରହିଛି ଖାସ

ନୂଆ ଭାବେ ଲଞ୍ଚ ହୋଇଥିବା ୧୯୮ ଟଙ୍କାର ପ୍ଲାନ ୩୦ ଦିନର ବୈଧତା ସହିତ ଟକ୍ ଟାଇମ୍ ବାଲାନ୍ସ ଦେଉଛି । ନୂଆ ପ୍ଲାନ ୧୯୮ ଟଙ୍କା ଭିଆଇ ରିଚାର୍ଜ ପ୍ୟାକ୍ ରେ ୫୦୦MB ଡାଟା ଏବଂ ଟକ୍ ଟାଇମ୍ ରହିଛି । ଭିଆଇ ୨୦୪ ଟଙ୍କା ପ୍ଲାନରେ ୫୦୦MB ଡାଟା ଏବଂ ୨୦୪ ଟଙ୍କାର ଟକ୍ ଟାଇମ୍ ମଧ୍ୟ ଦେଉଛି ।

ଭୋଡାଫୋନ୍-ଆଇଡିଆ ଭାରତରେ ଦୁଇଟି ନୂଆ ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ଏହି ପ୍ଲାନ ୧୯୮ ଏବଂ ୨୦୪ ଟଙ୍କାରେ ଉପଲବ୍ଧ ହେଉଛି ଏବଂ ଏଥିରେ ଟକ୍ ଟାଇମ୍ ସୁବିଧା ମଧ୍ୟ ରହିଛି । ଏହି ନୂଆ ପ୍ଲାନର ଏକ ଅଂଶ ଭାବେ ଗ୍ରାହକମାନେ ୫୦୦MB ପର୍ଯ୍ୟନ୍ତ ଡାଟା ପାଇପାରିବେ । ଟେଲିକମ୍ ଜିଆଣ୍ଟ ଦ୍ୱାରା ୨୪ ଟଙ୍କା ଏବଂ ୪୯ ଟଙ୍କାର ପ୍ଲାନ ଆରମ୍ଭ କରିବା ପରେ ଏହା ଗ୍ରାହକମାନଙ୍କ ପାଇଁ ଆରମ୍ଭ ହୋଇଛି । ନୂଆ ଭାବେ ଲଞ୍ଚ ହୋଇଥିବା ୧୯୮ ଟଙ୍କାର ପ୍ଲାନ ୩୦ ଦିନର ବୈଧତା ସହିତ ଟକ୍ ଟାଇମ୍ ବାଲାନ୍ସ ଦେଉଛି । ତେବେ ଭିଆଇର ନୂଆ ପ୍ଲାନ ବିଷୟରେ ଆସନ୍ତୁ ଜାଣିବା ।

ଭୋଡାଫୋନ୍ ଆଇଡିଆ ୧୯୮ ଟଙ୍କା ରିଚାର୍ଜ ପ୍ୟାକ୍ ରେ କଣ ସୁବିଧା ରହିଛି ତାହା ଜାଣି ରଖନ୍ତୁ । ନୂଆ ପ୍ଲାନ ୧୯୮ ଟଙ୍କା ଭିଆଇ ରିଚାର୍ଜ ପ୍ୟାକ୍ ରେ ୫୦୦MB ଡାଟା ଏବଂ ଟକ୍ ଟାଇମ୍ ରହିଛି । ଏହି ପ୍ଲାନ ୩୦ ଦିନ ପର୍ଯ୍ୟନ୍ତ ବୈଧତା ପ୍ରଦାନ କରେ । ତେବେ ଭୋଡାଫୋନ୍ ଆଇଡିଆ ୨୦୪ ଟଙ୍କା ରିଚାର୍ଜ ପ୍ୟାକ୍ରେ କଣ ସୁବିଧା ରହିଛି ଆସନ୍ତୁ ଜାଣିବା । ଭିଆଇ ୨୦୪ ଟଙ୍କା ପ୍ଲାନରେ ୫୦୦MB ଡାଟା ଏବଂ ୨୦୪ ଟଙ୍କାର ଟକ୍ ଟାଇମ୍ ମଧ୍ୟ ଦେଉଛି । ଏହି ରିଚାର୍ଜ ପ୍ଲାନ ମଧ୍ୟ ୩୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ୧୯୮ ଏବଂ ୨୦୪ ଟଙ୍କା ଭିଆଇ ପ୍ଲାନ ଉଭୟ ମୁମ୍ବାଇ ଏବଂ ଗୁଜରାଟ ସର୍କଲରେ ଉପଲବ୍ଧ ହେଉଛି ।

୧୯୮ ଏବଂ ୨୦୪ ଟଙ୍କା ପ୍ଲାନ ବ୍ୟତୀତ ଭିଆଇ ନିକଟରେ ଭାରତରେ ୧୭ ଟଙ୍କା ରିଚାର୍ଜ ପ୍ୟାକ୍ ଆରମ୍ଭ କରିଥିଲା ଏବଂ ଏହା ଗୋଟିଏ ଦିନର ଭେଲିଡିଟି ସହିତ ଆସିଥାଏ । ନୂଆ ପ୍ଲାନ ଗୁଡିକ ତୁଳନାରେ, ୧୭ ଟଙ୍କାର ପ୍ଲାନ ସମଗ୍ର ଦେଶରେ ଉପଲବ୍ଧ ହେଉଛି ଏବଂ ଏହା ରାତି ୧୨ ରୁ ସକାଳ ୬ ମଧ୍ୟରେ ଅସୀମିତ ଡାଟା ସୁବିଧା ପ୍ରଦାନ କରିଥାଏ । ଅନ୍ୟପଟେ, ୫୭ ଟଙ୍କାର ପ୍ଲାନ ୭ ଦିନର ବୈଧତା ଦେଇଥାଏ ଯାହା ରାତି ୧୨ ରୁ ସକାଳ ୬ ମଧ୍ୟରେ ଅସୀମିତ ଡାଟା ପ୍ରଦାନ କରିଥାଏ ।

ଭୋଡାଫୋନ୍ ଆଇଡିଆ ୨୩୨ ଟଙ୍କା ପ୍ଲାନ ଆରମ୍ଭ କରିଛି ଏବଂ ଏହା କେବଳ ମୁମ୍ବାଇ ଏବଂ ଗୁଜରାଟ ସର୍କଲ ପାଇଁ ରହିଛି । ଏହି ଯୋଜନାରେ ଯେକୌଣସି ନେଟୱର୍କକୁ ଅସୀମିତ ଭଏସ୍ କଲ୍ ପ୍ରଦାନ କରିବା ସହ ୪ ଜିବି ଡାଟା ଦେଇଥାଏ । ଏହି ପ୍ୟାକ୍ ୩୦ ଦିନର ବୈଧତା ପ୍ରଦାନ କରେ । ୨୨୪ଟଙ୍କା ପ୍ଲାନ ମଧ୍ୟ ରହିଛି ଯାହା ଏକ ମାସର ବୈଧତା ସହ ୪ ଜିବି ଡାଟା ଏବଂ ଅସୀମିତ ଭଏସ୍ କଲ୍ ପ୍ରଦାନ କରେ । ମନେ ରଖନ୍ତୁ ଯେ ୨୨୪ ଟଙ୍କା ଏବଂ ୨୩୨ ଟଙ୍କା ଯୋଜନାରେ କୌଣସି SMS ସୁବିଧା ଦିଆଯାଇ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.