Below header

ଏ ମାସର ତୃତୀୟ ଓ ଚତୁର୍ଥ ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା, ୧୬ ତାରିଖ ପରେ ରାଜ୍ୟରେ ପାଗ ବଦଳିବ

ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ଠାରୁ ବଢିବ ବର୍ଷାର ବିସ୍ତୃତି। କାଲି ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୪ ଓ ୧୫ ତାରିଖରେ ମଧ୍ୟ ପ୍ରବଳ ବର୍ଷା ନେଇ ୧୨ଟି ଲେଖାଏଁ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି।

କେନ୍ୟୁଜ୍(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳରେ ଘୂର୍ଣ୍ଣିବଳୟ। ସମୁଦ୍ର ପତ୍ତନରୁ ୩.୧ କିମି ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆଗକୁ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସମ୍ଭାବନା । ଚଳିତ ମାସର ତୃତୀୟ ଓ ଚତୁର୍ଥ ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା ରହିଛି। ଏନେଇ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସ ପୂର୍ବାନୁମାନ କରିଛନ୍ତି। ୧୬ ତାରିଖ ପରେ ରାଜ୍ୟରେ ପାଗ ବଦଳିବ। ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ପାଇଁ ୫ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁରର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ଠାରୁ ବଢିବ ବର୍ଷାର ବିସ୍ତୃତି। କାଲି ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୪ ଓ ୧୫ ତାରିଖରେ ମଧ୍ୟ ପ୍ରବଳ ବର୍ଷା ନେଇ ୧୨ଟି ଲେଖାଏଁ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି। ସେପଟେ ରାଜ୍ୟରେ ଏଯାଏ ୨୬ ପ୍ରତିଶତ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି। ଜୁନ ୧ରୁ ଜୁଲାଇ ୧୨ ତାରିଖ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ୩୨୩.୬ମିମି ଥିବା ବେଳେ ୨୩୮. ୮ ମିମି ବର୍ଷା ରେକର୍ଡ ହୋଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.