ଗଛ ପାଇଁ ବଞ୍ଚିଗଲା ଚାରି ମହଲାରୁ ଖସି ପଡ଼ିଥିବା ୧୪ ମାସ ଶିଶୁର ଜୀବନ, ଏଭଳି ଚମତ୍କାରିତା କୌଣସି ଫିଲ୍ମ କାହାଣୀଠୁ କମ୍ ନୁହେଁ

ମୁମ୍ବାଇ : ଏକ ୧୪ ମାସର ଶିଶୁ ପୁତ୍ର ସହ ଘଟିଛି ଚମତ୍କାରିତା । ଗୁରୁବାର ଦିନ ସକାଳେ ଶିଶୁ ଜଣଙ୍କ ଗୋବନ୍ଦ ସ୍ଥିତ ଚାରିମହଲା ଉପରେ ଥିବା ନିଜ ଘରେ ଖେଳୁଥିବା ସମୟରେ ହଠାତ୍ ଝରକା ଫାଙ୍କରୁ ତଳକୁ ଖସିପଡିଥିଲା । କିନ୍ତୁ ଆଶ୍ଚର‌୍ୟ୍ୟର କଥା ଚାରିମହଲାରୁ ଖସିବା ପରେ ମଧ୍ୟ ଶିଶୁଟି ବଞ୍ଚିଯାଇଥିଲା । ସୂଚନା ଅନୁଯାୟୀ ଯେତେବେଳେ ଶିଶୁଟି ଝରକା ତଳକୁ ଖସିଥିଲା ସେତେବେଳେ ସେ ତଳେ ଥିବା ଏକ ଗଛରେ ଲାଖି ଯାଇଥିଲା । ଏହି ଘଟଣାଟି ବି ଏସ୍ ଗୋବନ୍ଦ ନିକଟ ଗୋପୀ କିସନ୍ ବିଲ୍ଡିଙ୍ଗରେ ଗତକାଲି ପ୍ରାୟ ସକାଳ ୮ଟା ୩୦ ମିନିଟ୍ ସମୟରେ ଘଟିଥିଲା । ଯେଉଁଠାରେ ଶିଶୁଟିର ପରିବାର ସଦସ୍ୟ ସମସ୍ତେ ବସବାସ କରନ୍ତି ।

ଶିଶୁଟିର ନାଁ ଅଥର୍ବ । ଏହି ଦିନ ଅଥର୍ବର ଜେଜେମା ଲିଭିଙ୍ଗ ରୁମର ଝରକା ଖୋଲି ଦେଇଥିଲେ ଯେଉଁଥିରେ କୌଣସି ଗ୍ରୀଲ୍ ନଥିଲା । ସେଠାରେ ସମସ୍ତ ଓଦା କପଡା ଶୁଖାଯାଇଥାଏ । ହଠାତ୍ ସେଠାରେ ଖେଳୁଥିବା ସମୟରେ ଅଥର୍ବ ଝରକା ପାଖକୁ ଦୌଡି ଆସିଥିଲା ଏବଂ କିଛି ଭାବିବା ପୂର୍ବରୁ ଝରକାରୁ ଖସିପଡିଥିଲା । ଜେଜେମା  କେବେ ଭାବି ପାରି ନଥିଲେ ଯେ ଝରକାରୁ ଏପରି ଭାବେ ଅଥର୍ବ ତଳକୁ ଖସିପଡିବ । ସେ ପୂରାପୂରି ସ୍ତବ୍‌ଧ ହୋଇ ଯାଇଥିଲେ ।

ଏହି ଘଟଣା ପରେ ପରିବାର ଲୋକେ ସମସ୍ତେ ତଳକୁ ଯାଇ ଦେଖିବା ବେଳକୁ ଅଥର୍ବ ଏକ ଗଛରେ ଲାଖି ଯାଇଥିଲା । କିନ୍ତୁ ଗଛରେ ମାଡ ହୋଇ ଅଥର୍ବ କିଛି ସମୟ ପରେ ତଳକୁ ଖସିପଡିଥିଲା । ଗଛ ଥିବା କାରଣରୁ ପଡିବାର ଜୋର କମିଯାଇଥିଲା ଏବଂ ଏକ ବଡ ଅଘଟଣରୁ ରକ୍ଷା ମଳିଥିଲା । ଏହି ଘଟଣାରେ ଅଥର୍ବର ଓଠ ଏବଂ ଗୋଡରେ କ୍ଷତ ହୋଇଥିବା କାରଣରୁ ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ସେଠାରେ ଆଇସିୟୁରେ ଚିକିତ୍ସା କରାଯାଇଛି । ବର୍ତ୍ତମାନ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ସବୁଠୁ ବଡ଼ କଥା ହେଉଛି ଗଛ ଯୋଗୁଁ ବଞ୍ଚିଗଲା ଅବୋଧ ଶିଶୁ ଅଥର୍ବର ଜୀବନ ।

Sonalisa

Recent Posts

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

1 min ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

38 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

41 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

1 hour ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

1 hour ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago