Below header

ଗଛ ପାଇଁ ବଞ୍ଚିଗଲା ଚାରି ମହଲାରୁ ଖସି ପଡ଼ିଥିବା ୧୪ ମାସ ଶିଶୁର ଜୀବନ, ଏଭଳି ଚମତ୍କାରିତା କୌଣସି ଫିଲ୍ମ କାହାଣୀଠୁ କମ୍ ନୁହେଁ

ମୁମ୍ବାଇ : ଏକ ୧୪ ମାସର ଶିଶୁ ପୁତ୍ର ସହ ଘଟିଛି ଚମତ୍କାରିତା । ଗୁରୁବାର ଦିନ ସକାଳେ ଶିଶୁ ଜଣଙ୍କ ଗୋବନ୍ଦ ସ୍ଥିତ ଚାରିମହଲା ଉପରେ ଥିବା ନିଜ ଘରେ ଖେଳୁଥିବା ସମୟରେ ହଠାତ୍ ଝରକା ଫାଙ୍କରୁ ତଳକୁ ଖସିପଡିଥିଲା । କିନ୍ତୁ ଆଶ୍ଚର‌୍ୟ୍ୟର କଥା ଚାରିମହଲାରୁ ଖସିବା ପରେ ମଧ୍ୟ ଶିଶୁଟି ବଞ୍ଚିଯାଇଥିଲା । ସୂଚନା ଅନୁଯାୟୀ ଯେତେବେଳେ ଶିଶୁଟି ଝରକା ତଳକୁ ଖସିଥିଲା ସେତେବେଳେ ସେ ତଳେ ଥିବା ଏକ ଗଛରେ ଲାଖି ଯାଇଥିଲା । ଏହି ଘଟଣାଟି ବି ଏସ୍ ଗୋବନ୍ଦ ନିକଟ ଗୋପୀ କିସନ୍ ବିଲ୍ଡିଙ୍ଗରେ ଗତକାଲି ପ୍ରାୟ ସକାଳ ୮ଟା ୩୦ ମିନିଟ୍ ସମୟରେ ଘଟିଥିଲା । ଯେଉଁଠାରେ ଶିଶୁଟିର ପରିବାର ସଦସ୍ୟ ସମସ୍ତେ ବସବାସ କରନ୍ତି ।

reeଶିଶୁଟିର ନାଁ ଅଥର୍ବ । ଏହି ଦିନ ଅଥର୍ବର ଜେଜେମା ଲିଭିଙ୍ଗ ରୁମର ଝରକା ଖୋଲି ଦେଇଥିଲେ ଯେଉଁଥିରେ କୌଣସି ଗ୍ରୀଲ୍ ନଥିଲା । ସେଠାରେ ସମସ୍ତ ଓଦା କପଡା ଶୁଖାଯାଇଥାଏ । ହଠାତ୍ ସେଠାରେ ଖେଳୁଥିବା ସମୟରେ ଅଥର୍ବ ଝରକା ପାଖକୁ ଦୌଡି ଆସିଥିଲା ଏବଂ କିଛି ଭାବିବା ପୂର୍ବରୁ ଝରକାରୁ ଖସିପଡିଥିଲା । ଜେଜେମା  କେବେ ଭାବି ପାରି ନଥିଲେ ଯେ ଝରକାରୁ ଏପରି ଭାବେ ଅଥର୍ବ ତଳକୁ ଖସିପଡିବ । ସେ ପୂରାପୂରି ସ୍ତବ୍‌ଧ ହୋଇ ଯାଇଥିଲେ ।

ଏହି ଘଟଣା ପରେ ପରିବାର ଲୋକେ ସମସ୍ତେ ତଳକୁ ଯାଇ ଦେଖିବା ବେଳକୁ ଅଥର୍ବ ଏକ ଗଛରେ ଲାଖି ଯାଇଥିଲା । କିନ୍ତୁ ଗଛରେ ମାଡ ହୋଇ ଅଥର୍ବ କିଛି ସମୟ ପରେ ତଳକୁ ଖସିପଡିଥିଲା । ଗଛ ଥିବା କାରଣରୁ ପଡିବାର ଜୋର କମିଯାଇଥିଲା ଏବଂ ଏକ ବଡ ଅଘଟଣରୁ ରକ୍ଷା ମଳିଥିଲା । ଏହି ଘଟଣାରେ ଅଥର୍ବର ଓଠ ଏବଂ ଗୋଡରେ କ୍ଷତ ହୋଇଥିବା କାରଣରୁ ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ସେଠାରେ ଆଇସିୟୁରେ ଚିକିତ୍ସା କରାଯାଇଛି । ବର୍ତ୍ତମାନ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ସବୁଠୁ ବଡ଼ କଥା ହେଉଛି ଗଛ ଯୋଗୁଁ ବଞ୍ଚିଗଲା ଅବୋଧ ଶିଶୁ ଅଥର୍ବର ଜୀବନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.