ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣାରେ ଜଣେ ମୃତ, ୧୫ ଆହତ

ମୁଜାଫର ନଗର (ବିହାର) : ଘନ କୁହୁଡ଼ି ଯୋଗୁଁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଚାଲିଛି । ଦୈନିକ ଅନେକ ଯାନବାହନ ଦୁର୍ଘଟଣାର ସମ୍ମୁଖୀନ ହେବା ସହିତ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି । ପ୍ରଥମରେ ରାତି ଓ ଦ୍ୱିତୀୟରେ ଘନ କୁହୁଡ଼ି ହେଉଛି ଦୁର୍ଘଟଣାର କାରଣ । ଏଭଳି ଭାବେ ଆଜି ଭୋର ସମୟରେ ବିହାରର ମୁଜାଫର ନଗର ସ୍ଥିତ ୨୮ ନମ୍ବର ଜାତୀୟ ରାଜପଥରେ ଏଭଳି ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ତେବେ ଠିକ୍‌ ପଛକୁ ପଛ ଆସୁଥିବାରୁ ଅନେକ ଗାଡ଼ି ଏକା ସାଙ୍ଗରେ ଧକ୍କା ହେବା ଫଳରେ ବହୁ କାର୍‌ ଏବଂ ଅନ୍ୟ ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ଏମିତିକି କିଛି ଗାଡ଼ି ମଝିରେ ଚାପି ହୋଇ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.