ଆଉ ଛପା ହେବନି ନୂଆ ୨ ହଜାର ଟଙ୍କିଆ ନୋଟ୍‌ , ବନ୍ଦ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି

କେନ୍ୟୁଜ୍ : ଆଉ ଛପା ହେବନି ନୂଆ ୨ ହଜାର ଟଙ୍କିଆ ନୋଟ୍‌ । ବନ୍ଦ ହେବ ୨ ହଜାର ଟଙ୍କିଆ ନୋଟ୍‌ । କିଛି ଦିନ ହେବ ବଜାରରେ ୨ ହଜାର ଟଙ୍କିଆ ନୋଟ୍‌ କମ୍‌ ଦେଖିବାକୁ ମିଳୁଛି । ଭାରତ ସରକାର ୨ ହଜାର ଟଙ୍କିଆ ନୋଟ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

୨୦୦୮ ନଭେମ୍ବରରେ ସରକାର ବିମୁଦ୍ରୀକରଣ ଘୋଷଣା କରିବା ପରେ ନୂଆ ୨ ହଜାର ଟଙ୍କିଆ ନୋଟ୍‌ ପ୍ରଚଳନ କରାଯାଇଥିଲା । ୫୦୦ ଓ ୧୦୦୦ ଟଙ୍କଆ ନୋଟ୍‌ ବନ୍ଦ ହେବା ପରେ ନୂଆ ୨୦୦୦ ଟଙ୍କା ଓ ୫୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରାଯାଇଥିଲା ।

ଏହି ୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ଅନେକ ସମୟରେ ମୋଦି ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏହି ବଡ଼ ନୋଟ୍‌ ଦ୍ୱାରା ମନି ଲଣ୍ଡ୍ରିଂ ଓ ଟ୍ୟାକ୍ସ ଚୋରି ସହଜ ହେବ ବୋଲି ବିରୋଧୀ ଅଭିଯୋଗ କରିଥିଲେ । ସରକାର କଳା ଧନ ରୋକିବା ପାଇଁ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ କରିଥିଲେ । ଏହା ବଦଳରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିଥିଲେ । ଏହା ଦ୍ୱାରା କିପରି କଳାଧନ ରୋକା ଯାଇପାରିବ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ।

ସୂଚନା ଅନୁସାରେ ମାର୍ଚ୍ଚ ୨୦୧୮ରେ ଦେଶରେ ୧୮.୦୩ ଲକ୍ଷ କୋଟି କରେନ୍ସି ସର୍କୁଲେସନ୍‌ ହୋଇଥିଲା । ଏଥିରେ ୬. ୭୩ ଲକ୍ଷ କୋଟିର ୨୦୦୦ ଟଙ୍କିଆ ନୋଟ୍‌ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.