ଖାଇବା ସମୟରେ କିଛି ନିୟମର ପାଳନ, କମ କରିବ ଆପଣଙ୍କ ଜୀବନରେ ଅର୍ଥର ଅଭାବ

ହିନ୍ଦୁ ଶାସ୍ତ୍ରରେ ଏପରି ଅନେକ ପ୍ରକାରର ନିୟମ ରହିଛି ଯାହାର ପାଳନ ଆପଣଙ୍କ ସମସ୍ତ ଦୁଃଖକଷ୍ଟକୁ ଦୂର କରିଦେଇଥାଏ। ପରମ୍ପରା ଅନୁଯାୟୀ ଖାଦ୍ୟ ବା ଅନ୍ନକୁ ଲକ୍ଷ୍ମୀ ତଥା ଭଗବାନଙ୍କ ସହ ତୁଳନା କରାଯାଇଥାଏ। ଆଜି ଆମେ ଖାଦ୍ୟ ଗ୍ରହଣ ସମୟରେ ପାଳନ କରାଯାଉଥିବା କିଛି ଖାସ୍ ନିୟମ ବିଷୟରେ କହିବାକୁ ଯାଉଛୁ। ଯାହା ଦ୍ବାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ଅର୍ଥ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହେବ।

eat 2

-ଶାସ୍ତ୍ରନୁଯାୟୀ, ଯେଉଁ ବ୍ୟକ୍ତି ବିନା ହାତ-ମୁହଁ ଧୋଇ ,ଅପରିଷ୍କାର ସ୍ଥାନରେ ବସି ଖାଦ୍ୟ ଗ୍ରହଣ କରିଥାନ୍ତି ତାଙ୍କ ନିକଟରେ ଧନର ଘୋର ଅଭାବ ଦେଖାଯାଇଥାଏ। ଏଣୁ ସବୁବେଳେ ସଫାସୁତୁରା ଭାବେ ଖାଦ୍ୟ ପ୍ରସ୍ତୁତି ସହ ତାହାକୁ ଗ୍ରହଣ ମଧ୍ୟ କରିବା ଦରକାର।

-ଏହାଛଡ଼ା ବିନା ସ୍ନାନରେ କୌଣସି ଖାଦ୍ୟ ଗ୍ରହଣ କରିବା ଅନୁଚିତ୍। ଏଣୁ ସବୁବେଳେ ନିଜ ଶରୀରକୁ ପରିଷ୍କାର କରିବା ପରେ ହିଁ ଖାଦ୍ୟ ଗ୍ରହଣ କରନ୍ତୁ। ଏହା ଦ୍ବାରା ଶରୀର ସୁସ୍ଥ ରହିବା ସହ ମନ ଶାନ୍ତ ରହିଥାଏ।

eat

-ପରମ୍ପରା ଅନୁଯାୟୀ, ଶୋଫା, ଖଟ ଆଦିରେ ବସି ଭୋଜନ ଗ୍ରହଣ କରବା ଆଦୌ ଉଚିତ୍ ନୁହଁ। ଏହା ଦ୍ବାରା ଲକ୍ଷ୍ମୀ ଛାଡ଼ି ଯିବାର ସମ୍ବାବନା ରହିଥାଏ।

-ବାସ୍ତୁଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗକୁ ମୁହଁକରି ଖାଇବା ପ୍ରେତଲୋକ ପ୍ରାପ୍ତି ହୋଇଥିବା ବେଳେ ପଶ୍ଚିମ ଦିଗକୁ ମୁହଁ କରି ଖାଇଲେ ମାନସୀକ ଚିନ୍ତା ବଢ଼ିଥାଏ।
ଏଣୁ ସର୍ବଦା ପୂର୍ବ ବା ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ୍ ।ଏହା ଦ୍ବାରା ମନୁଷ୍ୟଙ୍କ ଆୟୁ ଏବଂ ଧନ ବଢ଼ିଥାଏ।