Below header

ବିଜେପି ବିଧାୟକଙ୍କ ବିବାଦୀୟ ବୟାନ୍‌ : କହିଲେ, ଦେଶରେ ନିଜକୁ ସୁରକ୍ଷିତ ମଣୁନଥିବା ଲୋକଙ୍କ ଉପରେ ବୋମା ପକାଇ ଦିଅ

ମୁଜାଫର ନଗର (ଉତ୍ତର ପ୍ରଦେଶ) : ଏମିତି କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଜାଫର ନଗର ବିଜେପି ବିଧାୟକ ।ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ବିଧାୟକ କହିଛନ୍ତି, ଯେଉଁମାନେ ଭାରତରେ ରହିବା ନିରାପଦ ମଣୁ ନାହାନ୍ତି ସେମାନଙ୍କ ଉପରେ ବୋମା ପକାଇ ଦେବା ଉଚିତ । ବିଧାୟକ ବିକ୍ରମ ସାଇନି ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେଉଁମାନେ ଭାରତକୁ ନିରାପଦ ଜାଗା ନୁହେଁ ବୋଲି କହୁଛନ୍ତି ମୁଁ ସେମାନଙ୍କୁ ବିଶ୍ୱାସଘାତକ ଓ ଦେଶଦ୍ରୋହୀ ବୋଲି କହିବି । ମୋତେ ସୁଯୋଗ ଦିଆଗଲେ ଓ ମୋତେ ମନ୍ତ୍ରାଳୟ ଦାୟିତ୍ୱ ମିଳିଲେ ମୁଁ ସେମାନଙ୍କ ଉପରେ ଆମ ସେନା ରଖିଥିବା ବୋମା ସବୁ ପକାଇ ଦେବି । ଯଦି ସେମାନେ ନିଜକୁ ଏଠାରେ ସୁରକ୍ଷିତ ମଣୁ ନାହାନ୍ତି ସେମାନେ ଦେଶ ଛାଡ଼ି ଚାଲିଯିବା ଉଚିତ କିମ୍ବା କେନ୍ଦ୍ର ସରକାର ସେମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ।
ନିଜ ଗାଁରେ ଏକ ସଭା ବେଳେ ବିକ୍ରମ ସାଇନି ଏକଥା କହିଛନ୍ତି । ତେବେ ସେ ସ୍ପଷ୍ଟ କରି ଦେଇଛନ୍ତି ଯେ ଏହା ତାଙ୍କର ନିଜସ୍ୱ ମନ୍ତବ୍ୟ, ଦଳ ସହିତ ଏହାର କୌଣସି ସମ୍ପର୍କ ନାହିଁ ।
ଅଭିନେତା ନସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରୟା ରଖି ଏହାକୁ ଖଣ୍ଡନ କରିଥିଲେ । ତା ପରେ ବିକ୍ରମ ସାଇନି ଏଭଳି କହିଛନ୍ତି । ନସିରୁଦ୍ଦିନ ମବ୍‌ ଲିଞ୍ଚିଂ ଏବଂ ଗାଈଗୋରୁଙ୍କ ପାଇଁ ହେଉଥିବା ଗଣ୍ଡଗୋଳକୁ ନେଇ କହିଥିଲେ, ଆମ ଦେଶରେ ମଣିଷ ମୃତ୍ୟୁ ତୁଳନାରେ ଗୋରୁ ମୃତ୍ୟୁକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.