ଦେଶ ବିଦେଶ

ଘରକୁ ଫେରିବା ପାଇଁ ବିକଳ : କଂକ୍ରିଟ ମିକ୍ସଚର ମେସିନରେ ପଶି ଆସୁଥିଲେ ୧୮ ପ୍ରବାସୀ ଶ୍ରମିକ, ପୋଲିସ ରଖିଲା ଅଟକ

କେନ୍ୟୁଜ(ବ୍ୟୁରୋ): ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ, ଛାତ୍ର ଏବଂ ଅନ୍ୟମାନଙ୍କୁ ନିଜ ଘରକୁ ଫେରାଇ ନେବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଠାରୁ କିଛି ସ୍ୱତନ୍ତ୍ର ଟ୍ରେନର ଯାତ୍ରା ଆରମ୍ଭ କରିଛନ୍ତି। ଏତେ ସୁବିଧା ପରେ ମଧ୍ୟ କିଛି ଶ୍ରମିକଙ୍କ ଏଭଳି କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାର ଏକ ଭିଡ଼ିଓ ମଧ୍ୟ ଭାଇରଲ ହୋଇଛି ଯେଉଁଥିରେ କଂକ୍ରିଟ ମିକ୍ସଚର ଟ୍ରକର ଟ୍ୟାଙ୍କରୁ ଶ୍ରମିକମାନେ ବାହାରକୁ ଆସୁଥିବା ଦେଖାଯାଉଛି। ମଧ୍ୟପ୍ରଦେଶର ହାଇୱେରେ ପୋଲିସ ସେମାନଙ୍କୁ କାବୁ କରିଥିଲା ବୋଲି ଜଣା ପଡିଛି।

ଡିଏସପି ଉମାକାନ୍ତ ଚୌଧରୀ କହିଛନ୍ତି ଯେ ମଧ୍ୟପ୍ରଦେଶର ଇନ୍ଦୋର ପୋଲିସ ୧୮ଜଣ ଶ୍ରମିକଙ୍କୁ ମହାରାଷ୍ଟ୍ରରୁ ଲୁଚି ଲକ୍ଷ୍ନ ଯାଉଥିବା ଏକ କଂକ୍ରିଟ ମିକ୍ସଚର ଟ୍ରକକୁ ଜବତ କରିଛି । ପୁରା ଘଟଣା ବିଷୟରେ ଜାଣି ଟ୍ରକକୁ ପୋଲିସ ଜବତ କରିବା ସହ ଏତଲା ରୁଜୁ କରାଯାଇଛି। ଟ୍ରାଫିକ ପୋଲିସ ଅମିତ କୁମାର ଯାଦବ କହିଛନ୍ତି ଯେ ନିୟମିତ ଯାଞ୍ଚ ସମୟରେ ଇନ୍ଦୋର ସହରଠାରୁ ପ୍ରାୟ ୩୫କିଲୋମିଟର ଦୂରରେ ଥିବା ପାନ୍ଥ ପିପ୍ଲାଇ ଗ୍ରାମରେ ଟ୍ରକକୁ ଅଟକାଇ ଦିଆଯାଇଥିଲା। ପରେ ଟ୍ରକର ଯାଞ୍ଚ କରିବା ପରେ କଂକ୍ରିଟ ମିକ୍ସର୍ ଟ୍ରକର ଟ୍ୟାଙ୍କରେ ୧୮ଜଣ ଶ୍ରମିକଙ୍କୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ।  ଏଥିରେ ୧୪ଜଣ ପ୍ରବାସୀ ଶ୍ରମିକ ଏବଂ ୪ଟ୍ରକ ମାଲିକ କର୍ମଚାରୀ ଲୁଚି ଲୁଚି ଉତ୍ତରପ୍ରଦେଶ ଯାଉଥିଲେ। ପଚରାଉଚରା ବେଳେ ଜଣାପଡିଥିଲା ଯେ ସେମାନେ ସମସ୍ତେ ଶୁକ୍ରବାର ଦିନ ମହାରାଷ୍ଟ୍ରରୁ ବାହାରିଥିଲେ। ବର୍ତ୍ତମାନ ସମସ୍ତଙ୍କୁ ଆଶ୍ରୟ ଗୃହରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରାଯାଉଛି। ଶ୍ରମିକମାନଙ୍କୁ ଘରକୁ ପଠାଇବା ପାଇଁ ଏକ ବସ୍ ବ୍ୟବସ୍ଥା କରାଯାଉଥିବା ସେ ସୂଚନା ଦେଇଛନ୍ତି।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

10 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

23 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

24 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago