ଦେଶ ବିଦେଶ

କଓ୍ଵର୍ଦ୍ଧା ଦୁର୍ଘଟଣା: ଗୋଟିଏ ଜୁଇରେ ଜଳିଲା ୧୯ ଜଣଙ୍କ ଚିତା, ପୈତୃକ ଗାଁରେ ହେଲା ଅନ୍ତିମ ସଂସ୍କାର

ଛତିଶଗଡ଼ର କଓ୍ଵର୍ଦ୍ଧାରେ ସୋମବାର ଏକ ସଡ଼କ ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା । ମଙ୍ଗଳବାର ଏହି ମୃତକମାନଙ୍କ ଅନ୍ତିମ ସଂସ୍କାର ସେମାନଙ୍କ ପୈତୃକ ଗ୍ରାମରେ କରାଯାଇଛି । କଓ୍ଵର୍ଦ୍ଧା ଜିଲ୍ଲାର ସେମହାରା ଗ୍ରାମରେ ଗୋଟିଏ ଜୁଇରେ ୧୭ ଜଣଙ୍କ ଚିତା ଏକାଠି ଜଳି ଉଠିଥିଲା । ଏହି ସମୟରେ ସମଗ୍ର ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

ମିଳିଥିବା ସୂଚନା ମୁତାବକ, ମୃତ ୧୬ ଜଣ ମହିଳା ଏବଂ ଜଣେ ପୁରୁଷଙ୍କ ଅନ୍ତିମ ସଂସ୍କାର ଗୋଟିଏ ହିଁ ଚିତାରେ ଆଦିବାସୀ ରୀତିନୀତି ଅନୁସାରେ କରାଯାଇଛି । ଅନ୍ୟ ଦୁଇ ମୃତ ମହିଳାଙ୍କ ଅନ୍ତିମ ସଂସ୍କାର ସେମାନଙ୍କ ଶ୍ୱଶୁର ଘରେ ହୋଇଛି । ସେମହାରା ଗ୍ରାମରେ ୧୭ ଜଣଙ୍କ ସାମୂହିକ ଅନ୍ତିମ ସଂସ୍କାର କରାଯାଇଛି । ଏଥିରେ ରାଜ୍ୟର ଡେପୁଟି ସିଏମ୍ ବିଜୟ ଶର୍ମା ମଧ୍ୟ ସାମିଲ ହୋଇଥିଲେ । ଗତକାଲିର ଏହି ଦୁର୍ଘଟଣାକୁ ନେଇ ପୂରା ଗାଁରେ ଦୁଃଖର ବାତାବରଣ ରହିଛି ।

ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଥିଲେ ଏବଂ ଦୁର୍ଘଟଣାରେ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।

ସୂଚନାଥାଉ କି, ଏହି ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା । ଏକାଧିକ ଲୋକ ଏଥିରେ ଆହତ ହୋଇଥିଲେ । ଜିଲ୍ଲାର କୁକ୍‌ ଦୂର ଥାନା ଅଧୀନରେ ଏହି ଦୁର୍ଘଟଣା ଘଟିଥିଲା । ଏଠାରେ ବାଇଗା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ କେନ୍ଦୁପତ୍ର ତୋଳି ଫେରୁଥିବା ବେଳେ ସେମାନଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା ।

ବାହପାନି ଅଞ୍ଚଳରେ ଏକ ପିକ୍‌ଅପ୍‌ ଗାଡ଼ି ୨୦ ଫୁଟ୍‌ ଗଭୀର ଖାଇକୁ ଓଲଟି ପଡ଼ିଥିଲା, ଯେଉଁଥିରେ ଘଟଣାସ୍ଥଳରେ ହିଁ ୧୯ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହି ପିକ୍‌ଅପ୍‌ରେ ପ୍ରାୟ ୨୦ରୁ ଅଧିକ ଲୋକ ଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ଛତିଶଗଡ଼ର ଡେପୁଟି ସିଏମ୍‌ ବିଜୟ ଶର୍ମା ମଧ୍ୟ ‘x’ରେ ଟ୍ଵିଟ୍‌ କରି ଶୋକବ୍ୟକ୍ତ କରିଥିଲେ ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago