ଦେଶ ବିଦେଶ

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ, ତେଲେଙ୍ଗାନାରୁ ଧରିଲା ପୋଲିସ

ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ । ଇ-ମେଲରେ ଧମକ ଦେଉଥିବା ମାମଲାରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି । ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକଙ୍କ ନାମ ଗଣେଶ ରମେଶ ବନପାରଧି ।

ଅଭିଯୁକ୍ତ ଜଣକ ଶାଦାବ ଖାନ ନାମରେ ଇ-ମେଲ ପଠାଇ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଉଥିଲା । ପ୍ରଥମେ ୨୦ କୋଟି ଏବଂ ପରେ ତା’ପରେ ୨୦୦ କୋଟି ଆଉ ପରେ ୪୦୦ କୋଟି ଟଙ୍କା ମାଗୁଥିଲା । ଅଭିଯୁକ୍ତ ଜଣକ ୫ଟି ଇ-ମେଲ ପଠାଇଥିଲା । ଇ-ମେଲ ପଠାଇବା ପାଇଁ ବିପିଏନ ନେଟଓ୍ଵାର୍କ ବେଲଜିୟମର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀର ଅଫିସିଆଲ ଇମେଲ ଆଇଡିକୁ ୨୭ ଅକ୍ଟୋବରରେ ପ୍ରଥମ ଧମକ ମିଳିଥିଲା । ଧମକ ଦେଇଥିବା ଯୁବକ ଜଣକ ପ୍ରଥମେ ୨୦ କୋଟି ଦାବି କରି ହତ୍ୟା କରିବାକୁ ଧମକ ଦେଇଥିଲା । ଏହାପରେ ୨୮ ଅକ୍ଟୋବରରେ ପୁଣି ହତ୍ୟା ଧମକ ଦିଆଯାଇ ୨୦୦ କୋଟି ଟଙ୍କା ଦାବି କରିଥିଲା ଅଭିଯୁକ୍ତ । ଏହାପରେ ପୁଣି ୩୦ ତାରିଖରେ ଆଉ ଏକ ମେଲ୍‌ କରି ୪୦୦ କୋଟି ମାଗିଥିଲା ଅଭିଯୁକ୍ତ ।

ଏହି ମାମଲାର ପୋଲିସ ଯାଞ୍ଚ କରି ୧୯ ବର୍ଷୀୟ ଯୁବକଙ୍କୁ ତେଲେଙ୍ଗାନାରୁ ଗିରଫ କରିବାରେ ସକ୍ଷମ ହୋଇଛି । ଯୁବକଙ୍କୁ ଗିରଫ କରି ପରେ ଯାଞ୍ଚ ଆରମ୍ଭ କରିଛି ପୋଲିସ ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

27 mins ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

2 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

4 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

4 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

4 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

5 hours ago