ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ, ତେଲେଙ୍ଗାନାରୁ ଧରିଲା ପୋଲିସ
ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇ ୪୦୦ କୋଟି ମାଗିଥିବା ଯୁବକ ଗିରଫ । ଇ-ମେଲରେ ଧମକ ଦେଉଥିବା ମାମଲାରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି ।

ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ । ଇ-ମେଲରେ ଧମକ ଦେଉଥିବା ମାମଲାରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି । ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକଙ୍କ ନାମ ଗଣେଶ ରମେଶ ବନପାରଧି ।
ଅଭିଯୁକ୍ତ ଜଣକ ଶାଦାବ ଖାନ ନାମରେ ଇ-ମେଲ ପଠାଇ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଉଥିଲା । ପ୍ରଥମେ ୨୦ କୋଟି ଏବଂ ପରେ ତା’ପରେ ୨୦୦ କୋଟି ଆଉ ପରେ ୪୦୦ କୋଟି ଟଙ୍କା ମାଗୁଥିଲା । ଅଭିଯୁକ୍ତ ଜଣକ ୫ଟି ଇ-ମେଲ ପଠାଇଥିଲା । ଇ-ମେଲ ପଠାଇବା ପାଇଁ ବିପିଏନ ନେଟଓ୍ଵାର୍କ ବେଲଜିୟମର ବୋଲି ଜଣାପଡିଛି ।
Reliance Industries Chairman Mukesh Ambani has received three death threats in three days from the same email. The sender has demanded Rs 400 crores from Ambani now due to non-response to the previous emails. A case has been registered against an unknown person in Gamdevi PS of…
— ANI (@ANI) October 31, 2023
ସୂଚନାଯୋଗ୍ୟ, ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀର ଅଫିସିଆଲ ଇମେଲ ଆଇଡିକୁ ୨୭ ଅକ୍ଟୋବରରେ ପ୍ରଥମ ଧମକ ମିଳିଥିଲା । ଧମକ ଦେଇଥିବା ଯୁବକ ଜଣକ ପ୍ରଥମେ ୨୦ କୋଟି ଦାବି କରି ହତ୍ୟା କରିବାକୁ ଧମକ ଦେଇଥିଲା । ଏହାପରେ ୨୮ ଅକ୍ଟୋବରରେ ପୁଣି ହତ୍ୟା ଧମକ ଦିଆଯାଇ ୨୦୦ କୋଟି ଟଙ୍କା ଦାବି କରିଥିଲା ଅଭିଯୁକ୍ତ । ଏହାପରେ ପୁଣି ୩୦ ତାରିଖରେ ଆଉ ଏକ ମେଲ୍ କରି ୪୦୦ କୋଟି ମାଗିଥିଲା ଅଭିଯୁକ୍ତ ।
ଏହି ମାମଲାର ପୋଲିସ ଯାଞ୍ଚ କରି ୧୯ ବର୍ଷୀୟ ଯୁବକଙ୍କୁ ତେଲେଙ୍ଗାନାରୁ ଗିରଫ କରିବାରେ ସକ୍ଷମ ହୋଇଛି । ଯୁବକଙ୍କୁ ଗିରଫ କରି ପରେ ଯାଞ୍ଚ ଆରମ୍ଭ କରିଛି ପୋଲିସ ।