୪ବର୍ଷ ଛୁଆର ହଠାତ ଦେହ ଖରାପ ହେବାରୁ ବସରୁ ଓଲ୍ହାଇଦେଲା କଣ୍ଡକ୍ଟର, ରାସ୍ତାରେ ଚାଲିଗଲା ଜୀବନ
ମାନବିକତା ହରାଇ ବସିଲେ ବସ କର୍ମଚାରୀ । ଛୋଟ ଶିଶୁର ଦେହ ଖରାପ ଜାଣି ମଧ୍ୟ ମନରେ ଟିକେ ଦରଦ ଆସିଲାନି। ଅଧା ବାଟରେ ମା ସହ ଛୁଆକୁ ବସ ରୁ ବାହାର କରିଦେଲେ । ଯାହା କାରଣରୁ ପିଲାର ମୃତ୍ୟୁ ହୋଇଯାଇଛି ।

ମାନବିକତା ହରାଇ ବସିଲେ ବସ କର୍ମଚାରୀ । ଛୋଟ ଶିଶୁର ଦେହ ଖରାପ ଜାଣି ମଧ୍ୟ ମନରେ ଟିକେ ଦରଦ ଆସିଲାନି। ଅଧା ବାଟରେ ମା ସହ ଛୁଆକୁ ବସ ରୁ ବାହାର କରିଦେଲେ । ଯାହା କାରଣରୁ ପିଲାର ମୃତ୍ୟୁ ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜ ଅଂଚଳରେ ଘଟିଛି। ଭୁବନେଶ୍ଵରରୁ ମୟୁରଭଞ୍ଜ ଯାଉଥିବା ସମୟରେ ହଠାତ ଅଧା ବାଟରେ ଶିଶୁ ପୁତ୍ରର ଦେହ ଖରାପ ହେବାରୁ ମା ସହ ଛୁଆକୁ ଓଲ୍ଲାହି ଚାଲିଗଲା ବସ । ଏଘଟଣା କୁ ଜାଣିବାପରେ ସବୁଠି ଏହାର ଏବେ ଘୋର ନିନ୍ଦା କରାଯାଉଛି ।
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବଜାରରେ ଘଟିଯାଇଛି ଏହି ସଭ୍ୟ ସମାଜର ଅତି ଦୟନୀୟ ଘଟଣା । ଅସୁସ୍ଥ ଶିଶୁ ଓ ମାଆକୁ ରାସ୍ତା କଡରେ ଛାଡି ପଳାଇଲା ବସ। ବାଟରେ ରହି ଅସହାୟ ମା ଟି ସାହାଯ୍ୟ କୁ ଅପେକ୍ଷା କରିଥିଲା..ପିଲା ଟି ମା ର ଆଖି ଆଗରେ ରାସ୍ତାରେ ପଡି ରହି ସେମିତି ଛଟପଟ ହେଉଥିଲା ।ଏ ଦୁଃଖ ଆଉ ପରିସ୍ଥିତିରେ ମା ର ଅବସ୍ଥା କଣ ହେଉଥିବ ଆପଣ ଠିକ ବୁଝି ପାରୁଥିବେ ।ଚାରି ବର୍ଷର ଶିଶୁ ପୁତ୍ରର ଦେହ ଖରାପ ଜାଣି ବସ କର୍ମଚାରୀ ତାକୁ ବାହାରକୁ ନେଇଯିବାକୁ ମା କୁ କହିଲା .. ଆଉ ବାଧ୍ୟ କଲା ବସ ରୁ ଓଲ୍ହାଇଯିବା ପାଇଁ । ଅନେକ ସମୟ ପରେ ବଡ କଷ୍ଟରେ ମା ଟି ନିଜ ଅସୁସ୍ଥ ପୁଅ କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିଦେଲେ । ଯାହାକୁ ଶୁଣିବା ପରେ ମା ର ଆଉ ଧର୍ଯ୍ୟ ନାହିଁ ।
କେଡେ ନିଷ୍ଠୁର ସେ ମଣିଷ .. ଦେହ ଖରାପ ଜାଣି ମଧ୍ୟ ତାକୁ ହସ୍ପିଟାଲ କଣ ନେବ ଅଧା ବାଟରେ ଗାଡି ରୁ ବାହାର କରିଦେଲା ମରିବା ପାଇଁ … ଏଭଳି ଲୋକଙ୍କୁ ଶାସ୍ତି ଦରକାର .. ସୂଚନା ଅନୁସାରେ ମୃତ ଶିଶୁପୁତ୍ର ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅଧୀନ ବାଟଦୁମା ଗ୍ରାମର ସ୍ୱର୍ଗତ ରଵୀନ୍ଦ୍ର ମୁର୍ମୁଙ୍କ ପୁଅ ଭୀମ ମୁର୍ମୁ। ରବୀନ୍ଦ୍ର ମୁର୍ମୁ ସ୍ତ୍ରୀ ଜସ୍ମି ମୁର୍ମୁ ନିଜର ଶିଶୁପୁତ୍ରକୁ ନେଇ ଭୁବନେଶ୍ୱର ସ୍ଥିତ ପଟିଆ ଅଞ୍ଚଳରେ ପକ୍କାକାମ କରି ଗୁଜୁରାଣ ମେଣ୍ଟାଉଥିଲେ ।ତେବେ ଗତ ମେ ମାସରେ ରବୀନ୍ଦ୍ରଙ୍କର ଜ୍ଵରରେ ଭୁବନେଶ୍ୱରଠାରେ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଜସ୍ମି ସେଠାରେ ଶିଶୁପୁତ୍ର ସହିତ ରହି ପକ୍କାକାମ କରି ଆସୁଥିଲେ ।ତେବେ ପୁଅ ଭୀମର ଥଣ୍ଡା ଏବଂ କାଶ ହେଉଥିବାରୁ ଶୁକ୍ରବାର ପାଣିକୋଚ ନାମକ ଘରୋଇ ବସଯୋଗେ ଜସ୍ମି ଅସୁସ୍ଥ ଶିଶୁପୁତ୍ରକୁ ନେଇ ଘରକୁ ଫେରୁଥିଲେ।
ତେବେ ରାସ୍ତାରେ ଭୀମର ଭୀଷଣ ପେଟବଥା ହେବାରୁ ଜସ୍ମି ବସ କଣ୍ଡକ୍ଟରଙ୍କୁ ଜଣାଇଥିଲା। ଏହାପରେ ଜସ୍ମିଙ୍କୁ ବୈଶିଙ୍ଗାରେ ଅସହାୟ ଅବସ୍ଥାରେ ଓଲ୍ହାଇଦେଇ ବସ ପଳାଇଯାଇଥିଲା । ଗୁରୁତର ଭୀମଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିବାପରେ କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିବା ସହିତ ପୋଲିସକୁ ଖବର ଦେଇଛନ୍ତି । ଏପଟେ ଖବରପାଇ ଜସ୍ମିଙ୍କ ଭାଇ ଏବଂ ଅନ୍ୟାନ୍ୟ ସମ୍ପର୍କୀୟ ମଧ୍ୟ ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚିଥିବା ଜଣାଯାଇଛି । ତେବେ ୬ ମାସର ବ୍ୟବଧାନରେ ସ୍ୱାମୀ ଏବଂ ପୁଅର ମୃତ୍ୟୁରେ ସର୍ବସ୍ୱ ହରାଇଥିବା ଜସ୍ମି ଏବେ ସମ୍ପୃନ ଅସହାୟ ହୋଇପଡିଛନ୍ତି । ଖବର ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଯାତ୍ରୀ ପରିବହନକୁ ସେବା ବୋଲି କହୁଥିବା ବସ୍ କର୍ମଚାରୀଙ୍କ ଏଭଳି କାଣ୍ଡ କୁ ସବୁଠି ଏବେ ସମାଲୋଚନା କରାଯାଉଛି।