ମହାକାଶରେ ଜନ୍ମ ହୋଇପାରିବ କି ମଣିଷ ? ଆଶା ବଢ଼ାଇଲା ମୂଷା ଉପରେ ହୋଇଥିବା ପରୀକ୍ଷଣ

ଜାପାନିଜ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ସ୍ପେସ୍ ଏଜେନ୍ସି, JAXA ସଫଳତାର ସହିତ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ମୂଷାର ଭ୍ରୁଣ ସୃଷ୍ଟି କରିଛି । ବୈଜ୍ଞାନିକମାନଙ୍କ ଅନୁସାରେ ଯେତେବେଳେ ମହାକାଶରେ ମୂଷା ଭ୍ରୁଣ ବିକଶିତ ହୋଇପାରୁଛି ତେବେ ନିଶ୍ଚିତ ଭାବେ ମହାକାଶରେ ମଣିଷ ମଧ୍ୟ ସୃଷ୍ଟି ହୋଇପାରିବ ।

ମଣିଷ ମହାକାଶରେ ରହିବା ପାଇଁ ସ୍ୱପ୍ନ ଦେଖୁଛି । ଏନେଇ ବୈଜ୍ଞାନିକମାନେ ଲଗାତାର ରିସର୍ଚ୍ଚ କରୁଛନ୍ତି । ତେବେ ନିକଟରେ ବୈଜ୍ଞାନିକମାନେ ଏପରି ଏକ ପରୀକ୍ଷଣ କରିଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ ଏହି ପରୀକ୍ଷଣରେ ବୈଜ୍ଞାନିକମାନେ ଭ୍ରୁଣ ସୃଷ୍ଟି କରିଛନ୍ତି । ଜାପାନିଜ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ସ୍ପେସ୍ ଏଜେନ୍ସି, JAXA ସଫଳତାର ସହିତ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ମୂଷାର ଭ୍ରୁଣ ସୃଷ୍ଟି କରିଛି । ବୈଜ୍ଞାନିକମାନଙ୍କ ଅନୁସାରେ ଯେତେବେଳେ ମହାକାଶରେ ମୂଷା ଭ୍ରୁଣ ବିକଶିତ ହୋଇପାରୁଛି ତେବେ ନିଶ୍ଚିତ ଭାବେ ମହାକାଶରେ ମଣିଷ ମଧ୍ୟ ସୃଷ୍ଟି ହୋଇପାରିବ । କିନ୍ତୁ ଏବେ ବି ଅନେକ ପ୍ରଶ୍ନ ଅଛି ଯାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । କଣ ସତରେ ମହାକାଶରେ ମଣିଷ ଜନ୍ମ ହେବା ସମ୍ଭବ ? କିନ୍ତୁ ଏହି ସଫଳତା ନିଶ୍ଚିତ ଭାବରେ ବୈଜ୍ଞାନିକମାନଙ୍କ ମନରେ ଆଶା ବଢ଼ାଇଛି । ମହାକାଶରେ ମଣିଷ ଜନ୍ମ ହେବା ବୈଜ୍ଞାନିକଙ୍କ ପାଇଁ କେତେ ସହାୟକ ହେବ ତାହା ବୁଝିବା ଅତ୍ୟନ୍ତ ଜରୁରୀ ।

୨୦୨୧ ଅଗଷ୍ଟ ମାସରେ, ଜଳ ଅନୁସନ୍ଧାନକାରୀମାନେ ଶହ ଶହ ମୂଷାମାନଙ୍କର ଭ୍ରୁଣକୁ ମହାକାଶରେ ଥିବା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ପଠାଇଥିଲେ । ପରୀକ୍ଷଣ ପାଇଁ ପ୍ରସ୍ତୁତ ହେବା ପରେ ଜାପାନ ମହାକାଶଚାରୀମାନେ ଏହି ଭ୍ରୁଣଗୁଡ଼ିକୁ ଖାସ ଡିଭାଇସ୍‌ ବ୍ୟବହାର କରି ଆକ୍ଟିଭ କରିଥିଲେ ଏବଂ ଷ୍ଟେସନରେ ଚାରି ଦିନ ମଧ୍ୟରେ ଏହାକୁ ବିକଶିତ କରାଯାଇଥିଲା । ଏହି ଭ୍ରୁଣଗୁଡ଼ିକୁ ନିମ୍ନ ତାପମାତ୍ରାରେ ରଖି, ବିଶ୍ଳେଷଣ ପାଇଁ ଅକ୍ଟୋବର ୨୦୨୧ରେ ସେମାନଙ୍କୁ ପୃଥିବୀକୁ ଅଣାଯାଇଥିଲା ।

ଏହା ଉପରେ ଆଧାରିତ ଏକ ରିପୋର୍ଟ ଅକ୍ଟୋବର ୨୦୨୩ରେ ପ୍ରକାଶିତ ହୋଇଥିଲା । ରିପୋର୍ଟ ଅନୁଯାୟୀ ପରୀକ୍ଷଣରୁ ଜଣାପଡିଛି ଯେ ମାଧ୍ୟାକର୍ଷଣରେ DNA କିମ୍ବା ଭ୍ରୁଣର ଜିନ୍ ଉପରେ କୌଣସି ପ୍ରଭାବ ପଡି ନଥିଲା, ସେମାନେ ସାଧାରଣତଃ କୋଷ ଆକାରରେ ବିକଶିତ ହୋଇ ପରେ ଗର୍ଭସ୍ଥ ଶିଶୁରେ ବିକାଶ ହୋଇଥିଲେ ଏବଂ ଶେଷରେ ପ୍ଲେସେଣ୍ଟା ଫର୍ମରେ ପରିବର୍ତ୍ତନ ହୋଇଥିଲେ ।

ୟାମନାଶି ବିଶ୍ୱବିଦ୍ୟାଳୟ ଏବଂ ନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ରାଇକେନ୍ କହିଛନ୍ତି ଯେ ଏହା ହେଉଛି ମହାକାଶରେ ପ୍ରଥମ ପରୀକ୍ଷଣ ଯାହା ଦ୍ୱାରା ଜଣା ପଡ଼ିଛି ଯେ ସ୍ତନ୍ୟପାୟୀ ପ୍ରାଣୀମାନେ ମହାକାଶରେ ବିକଶିତ ହୋଇ ପାରିବେ ଏବଂ ଭ୍ରୁଣ ଭାବେ ମଧ୍ୟ ବଢ଼ି ପାରିବେ । ତେବେ ଏହା ହେଉଛି ବିଶ୍ୱର ପ୍ରଥମ ପରୀକ୍ଷଣ, ଯେଉଁଥିରେ ସ୍ତନ୍ୟପାୟୀ ଭ୍ରୁଣ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନର ମାଇକ୍ରୋଗ୍ରାଭିଟିରେ ସୃଷ୍ଟି ହୋଇପାରିଛି ।

ମୂଷା ଭ୍ରୁଣ ବିକଶିତ ହେବା ଏକ ବଡ଼ ସଫଳତା କାରଣ ଏହା ସୂଚାଏ ଯେ ମଣିଷ ମଧ୍ୟ ଦିନେ ମହାକାଶରେ ପ୍ରଜନନ କରିପାରିବ । ଏହାକୁ ବଡ଼ ସଫଳତା କହିବାର କାରଣ ହେଉଛି ଯଦି ମଣିଷ ମହାକାଶରେ ପ୍ରଜନନ କରିବାର କ୍ଷମତା ହାସଲ କରେ, ତେବେ ମହାକାଶରେ ରହି ପାରିବ । ସୂଚନା ଥାଉ କି ମଣିଷ ସ୍ୱାସ୍ଥ୍ୟକୁ ନେଇ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ଅନେକ ପରୀକ୍ଷଣ କରାଯାଉଛି । ମଣିଷ ମହାକାଶରେ ବସବାସ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.