ମୃଣାଲଙ୍କ ବିବାହକୁ ନେଇ ଚାଲିଥିଲା ଚର୍ଚ୍ଚା, ଜବାବ ଦେଲେ ଅଭିନେତ୍ରୀ

ମୃଣାଲ ଠାକୁର୍‌ ବିବାହ ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃଣାଲ ଜଣେ ତେଲୁଗୁ ଅଭିନେତାଙ୍କୁ ବିବାହ କରିପାରନ୍ତି । ଏବେ ଏହି କଥାକୁ ନେଇ ଅଭିନେତ୍ରୀ ମୃଣାଲ ଠାକୁର ନିଜ ମତବ୍ୟ ଦେଇଛନ୍ତି । ଅଭିନେତ୍ରୀଙ୍କ ମତବ୍ୟ ଣୁଣିବା ପରେ, ତାଙ୍କର ଅନେକ ଫ୍ୟାନ୍ସ ମନ ଭାଙ୍ଗି ଯାଇଛି ।

ବଲିଉଡର ଅଭିନେତ୍ରୀ ମୃଣାଲ ଠାକୁର୍‌ ସୋସିଆଲ ମିଡିଆରେ ସବୁ ବେଳେ ତାଙ୍କ ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ବିବାହ ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃଣାଲ ଜଣେ ତେଲୁଗୁ ଅଭିନେତାଙ୍କୁ ବିବାହ କରିପାରନ୍ତି । ଏବେ ଏହି କଥାକୁ ନେଇ ଅଭିନେତ୍ରୀ ମୃଣାଲ ଠାକୁର ନିଜ ମତବ୍ୟ ଦେଇଛନ୍ତି । ଯାହା ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେଉଛି ।

ମୃଣାଲ ଠାକୁର ଭିଡିଓ ସେୟାର କରି କହିଥିଲେ, ଯେ ‘ମୁଁ ତୁମର ମନ ଭାଙ୍ଗିବା ପାଇଁ ବହୁତ ଦୁଃଖୀତ ହେଉଛି ବନ୍ଧୁ’ । ଆଉ ସେହି ସବୁ ସେଲିବ୍ରେଟି ଓ ମୋର ସବୁ ସମ୍ପର୍କୀୟ ବି ଯେଉଁମାନେ ମତେ ଏବେ ବାରମ୍ବାର ଫୋନ୍‌ କରି ଏହି ବିଷୟରେ ପଚାରୁଥିଲେ । ଏହା ସହ ମୁଁ ଏଇଟା ମଧ୍ୟ ଜାଣିବା ପାଇଁ ଚାହୁଁଛି, ଯେ ସେହି ପିଲା କିଏ ଯାହା ସହ ମୋର ବିବାହ ହେବ ? ସେଥିପାଇଁ ମୁଁ ବହୁତ ଦୁଃଖୀତ କି ଏହି ଭୁଲ ପ୍ରଚାର ଓ ପ୍ରସାର ପାଇଁ ।

 

View this post on Instagram

 

A post shared by Mrunal Thakur (@mrunalthakur)

ଏହି କଥାକୁ ନେଇ ମୃଣାଲ ଠାକୁର ମଜାକ୍‌ରେ କହିଲେ, ଯେ ଯଦି ଆପଣଙ୍କୁ ମୋ ପାଇଁ ପୁଅ ମଳିଯାଉଛି, ତାହେଲେ ମୋତେ ଜଣାଇ ଦେବ ମୁଁ ସେଠାରେ ଯାଇ ପହଞ୍ଚି ଯିବି ।

ଏହା ସହ କିଛି ଦିନ ପୂର୍ବରୁ ଅଲୁ ଅରବିନ୍ଦ୍‌ ଖୁବ୍‌ ଶୀଘ୍ର ମୃଣାଲଙ୍କ ବିବାହ ହେବା ପାଇଁ ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ । ଏହାପରେ ହିଁ ମୃଣାଲଙ୍କ ବିବାହକୁ ନେଇ ଚର୍ଚ୍ଚା ହେବାକୁ ଲାଗିଥିଲା । ତେବେ ମୃଣାଲ ସେହି କଥାକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି, ଯେ ଏହି କଥା ଏକ ଗୁଜବ । ଅଭିନେତ୍ରୀଙ୍କ ମତବ୍ୟ ଣୁଣିବା ପରେ, ତାଙ୍କର ଅନେକ ଫ୍ୟାନ୍ସ ମନ ଭାଙ୍ଗି ଯାଇଛି ।

ଯଦି ମୃଣାଲଙ୍କ ଅଭିନୟ ବିଷୟରେ କହିବା ତାହେଲେ, ସେ କରିଥିବା ଟିଭି ସିରିଏଲରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ସବୁଥିରେ ତାଙ୍କ ଫ୍ୟାନ୍ସ ବହୁତ ହିଁ ପସନ୍ଦ କରନ୍ତି ଓ ଭଲପାଇବା ମଧ୍ୟ ଦିଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.