ଦେଶ ବିଦେଶ

ନାଗପୁର: ସପିଂ କରି ଫେରୁଥିବା ବେଳେ ସେନା ଅଟୋକୁ ଧକ୍କା ଦେଲା ବସ୍‌; ୨ ଯବାନ ମୃତ, ୬ ଗୁରୁତର

ମହାରାଷ୍ଟ୍ରର ନାଗପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କହ୍ନାନ ନଦୀ ବ୍ରିଜ୍‌ରେ ଏକ ଦ୍ରୁତଗାମୀ ଘରୋଇ ବସ୍‌ ଅଟୋରିକ୍ସାକୁ ଜୋର୍‌ଦାର ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ସେନାର ୨ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଯବାନ ଏବଂ ଅଟୋ ଚାଳକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ମୁତାବକ, କହ୍ନାନ ନଦୀ ବ୍ରିଜ୍‌ରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍‌ ଅଟୋରିକ୍ସାକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆହତ ହୋଇଥିବା ସେନାର ୮ ଜଣ ଯବାନ ଏବଂ ଅଟୋ ଚାଳକଙ୍କୁ ଚିକିିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ୨ ଯବାନଙ୍କର ମୃତ୍ୟୁ ଘଟିଥିଲା । ମୃତ ଯବାନ ହେଲେ ବିଘ୍ନେଶ ଓ ଧୀରଜ ।

ପୋଲିସ କହିଛି ଯେ ଅନ୍ୟ ଆହତ ଯବାନମାନଙ୍କ ପରିଚୟ ମିଳିଛି । ସେମାନେ ହେଲେ ଦୀନ ପ୍ରଧାନ, କୁମାର ପି, ଶେଖର ଯାଦବ, ଅରବିନ୍ଦ, ମୁରୁଗନ ଓ ନାଗରତ୍ନମ୍‌ । କାମ୍ପଟିର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁମାର ପି ଏବଂ ନାଗପୁରର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାରତ ନାଗରତ୍ନମ୍‌ଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ମୁତାବକ, ନାଗପୁରଠାରୁ ପ୍ରାୟ ୨୦ କିଲୋମିଟର ଦୂର କାମ୍ପଟିସ୍ଥିତ ସେନା ଗାର୍ଡ ରେଜିମେଣ୍ଟାଲ ଟ୍ରେନିଂ ସେଣ୍ଟରର ୧୫ ଜଣ ଯବାନ ଦୁଇଟି ଅଟୋରେ କହ୍ନାନ ଯାଇଥିଲେ । ସେଠାରୁ କିଣାକିଣି ସାରି ଫେରିବା ସମୟରେ ଘରୋଇ ଟ୍ରାଭେଲ୍ସର ବସ୍‌ ଏକ ଅଟୋକୁ ଜୋର୍‌ଦାର ଧକ୍କା ଦେଇଥିଲା । ଏଥିରେ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିିଛି ।

ସେପଟେ ଦୁର୍ଘଟଣାକୁ ନେଇ ଉତ୍ତେଜିତ ସ୍ଥାନୀୟ ଅଞ୍ଚଳବାସୀ ବସ୍‌ ଭଙ୍ଗାରୁଜା କରିବା ସହ ନାଗପୁର-ଜବଲପୁର ରାଜପଥ ଅବରୋଧ କରିଥିଲେ । ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

10 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

25 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

40 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

50 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago