ଦେଶ ବିଦେଶ

ପାର୍କିଂକୁ ନେଇ ତୁମୂଳକାଣ୍ଡ: ଘର ଏବଂ ଗାଡିରେ ନିଆଁ ଲଗାଇବା ପରେ ଫୁଟିଲା ଗୁଳି, ୨ ମୃତ

ପାର୍କିଂ ଲଟ୍‌କୁ ନେଇ ଲାଗିଥିବା ବିବାଦ ଥମିବାରେ ନାଁ ଧରୁନି । ବିହାର ପାଟନାର ଜେଠୁଲି ଗାଁରେ ପାର୍କିଂକୁ ନେଇ ଗତକାଲି ଘର ଏବଂ ଗାଡିରେ ନିଆଁ ଲଗାଇ ଦେବା ପରେ ଆଜି ଗୁଳିକାଣ୍ଡ ଘଟିଛି । ଆଉ ଗୁଳିକାଣ୍ଡରେ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ୫୦ ରାଉଣ୍ଡରୁ ଅଧିକ ଗୁଳି ଫୁଟାଯାଇଛି । ଏହି ଘଟଣା ବିଷୟରେ ସୂଚନା ମିଳିବା ପୋଲିସ, ଦମକଳ ଏବଂ ଯବାନ ପହଞ୍ଚିଛନ୍ତି । ଏହି ମାମଲାରେ ଏପର୍ଯ୍ୟନ୍ତ ପୋଲିସ ୬ ଜଣଙ୍କୁ ଗିରଫ ହୋଇଛନ୍ତି । ଫେରାର ଥିବା ଲୋକଙ୍କୁ ପୋଲିସ ଖୋଜୁଛି ବୋଲି ପାଟନା ଏସଏସପି କହିଛନ୍ତି। ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଖବର ମୁତାବକ, ରବିବାର ଦିନ ୧.୩୦ ମିନିଟରେ ଗୌତମ କୁମାର ନାମକ ଜଣେ ବ୍ୟକ୍ତି ଘରୋଇ ଗାଡି ପାର୍କିଂ ସ୍ଥାନରୁ ତାଙ୍କ ଗାଡି ବାହାର କରିବା ବେଳେ ଅଭିଯୁକ୍ତ ଉମେଶ ତାଙ୍କ ଗାଡ଼ିରୁ ଗୋଡ଼ି ଖାଲି କରୁଥିଲେ। ଏଥିପାଇଁ ପାର୍କିଂ ଲଟ୍କୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ହୋଇଯାଇଥିଲା। ଗାଡି ଯିବାକୁ ବାଧା ଉପୁଜିବାରୁ ଗୌତମ ଉକ୍ତ ଗାଡିକୁ ବାହାର କରିବାକୁ ଅନୁରୋଧ କରିଥିଲେ। ଏଥିପାଇଁ ଉମେଶ ଓ ଆଉ ଗୋଟିଏ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା ଯେ ଘଟଣାକୁ ନେଇ ଗୁଳିମାଡ଼ ଓ ପୋଡ଼ାଜଳା ଘଟିଥିଲା। ହିଂସା ପରେ ଏହି ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଉମେଶ ଓ ତାଙ୍କ ପରିବାରର କିଛି ସଦସ୍ୟ ପାଟିତୁଣ୍ଡ ଭିତରେ ଅପରପକ୍ଷର ୫ ଜଣଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Swagatika

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

23 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

30 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

46 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

51 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago