ପାର୍କିଂକୁ ନେଇ ତୁମୂଳକାଣ୍ଡ: ଘର ଏବଂ ଗାଡିରେ ନିଆଁ ଲଗାଇବା ପରେ ଫୁଟିଲା ଗୁଳି, ୨ ମୃତ
ବିହାର ପାଟନାରେ ଗାଡି ପାର୍କିଂକୁ ନେଇ ତୁମୂଳକାଣ୍ଡ ଘଟିଥିଲା। ଘର ଏବଂ ଗାଡିରେ ନିଆଁ ଲଗାଇବା ପରେ ଆଜି ଗୁଳିକାଣ୍ଡ । ଆଉ ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ପାର୍କିଂ ଲଟ୍କୁ ନେଇ ଲାଗିଥିବା ବିବାଦ ଥମିବାରେ ନାଁ ଧରୁନି । ବିହାର ପାଟନାର ଜେଠୁଲି ଗାଁରେ ପାର୍କିଂକୁ ନେଇ ଗତକାଲି ଘର ଏବଂ ଗାଡିରେ ନିଆଁ ଲଗାଇ ଦେବା ପରେ ଆଜି ଗୁଳିକାଣ୍ଡ ଘଟିଛି । ଆଉ ଗୁଳିକାଣ୍ଡରେ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ୫୦ ରାଉଣ୍ଡରୁ ଅଧିକ ଗୁଳି ଫୁଟାଯାଇଛି । ଏହି ଘଟଣା ବିଷୟରେ ସୂଚନା ମିଳିବା ପୋଲିସ, ଦମକଳ ଏବଂ ଯବାନ ପହଞ୍ଚିଛନ୍ତି । ଏହି ମାମଲାରେ ଏପର୍ଯ୍ୟନ୍ତ ପୋଲିସ ୬ ଜଣଙ୍କୁ ଗିରଫ ହୋଇଛନ୍ତି । ଫେରାର ଥିବା ଲୋକଙ୍କୁ ପୋଲିସ ଖୋଜୁଛି ବୋଲି ପାଟନା ଏସଏସପି କହିଛନ୍ତି। ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଖବର ମୁତାବକ, ରବିବାର ଦିନ ୧.୩୦ ମିନିଟରେ ଗୌତମ କୁମାର ନାମକ ଜଣେ ବ୍ୟକ୍ତି ଘରୋଇ ଗାଡି ପାର୍କିଂ ସ୍ଥାନରୁ ତାଙ୍କ ଗାଡି ବାହାର କରିବା ବେଳେ ଅଭିଯୁକ୍ତ ଉମେଶ ତାଙ୍କ ଗାଡ଼ିରୁ ଗୋଡ଼ି ଖାଲି କରୁଥିଲେ। ଏଥିପାଇଁ ପାର୍କିଂ ଲଟ୍କୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ହୋଇଯାଇଥିଲା। ଗାଡି ଯିବାକୁ ବାଧା ଉପୁଜିବାରୁ ଗୌତମ ଉକ୍ତ ଗାଡିକୁ ବାହାର କରିବାକୁ ଅନୁରୋଧ କରିଥିଲେ। ଏଥିପାଇଁ ଉମେଶ ଓ ଆଉ ଗୋଟିଏ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା ଯେ ଘଟଣାକୁ ନେଇ ଗୁଳିମାଡ଼ ଓ ପୋଡ଼ାଜଳା ଘଟିଥିଲା। ହିଂସା ପରେ ଏହି ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
Patna | A fight b/w two groups escalated into violence with firing by one group. 5 people were injured. We’ve got info about 2 deaths. 7 accused incl village chief arrested. Police to camp in Jethuli until situation normalises. Situation stabalising: Syed Imran Masood SP City pic.twitter.com/KKBrMkktGM
— ANI (@ANI) February 19, 2023
ଉମେଶ ଓ ତାଙ୍କ ପରିବାରର କିଛି ସଦସ୍ୟ ପାଟିତୁଣ୍ଡ ଭିତରେ ଅପରପକ୍ଷର ୫ ଜଣଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।