ଢେଙ୍କାନାଳ : କପିଳାସରେ ଜଙ୍ଗଲ ସଫାରୀ ଆରମ୍ଭ
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଢେଙ୍କାନାଳ କପିଳାସରେ ଆରମ୍ଭ ହେଲା ଜଙ୍ଗଲ ସଫାରୀ । ଶିମିଳିପାଳ, ଦେବ୍ରିଗଡ଼ ଏବଂ ଚନ୍ଦକା ପରେ ଏବେ କପିଳାସ ଅଭୟାରଣ୍ୟରେ ଜଙ୍ଗଲ ସଫାରୀର ମଜା ଉଠାଇପାରିବେ ପର୍ଯ୍ୟଟକ । ସଫାରୀ ପାଇଁ ଏଣ୍ଟ୍ରି ପଏଣ୍ଟ କପିଳାସ ହୋଇଥିବା ବେଳେ ସୋରିଷପଦା ହେଉଛି ଏଗ୍ଜିଟ ପଏଣ୍ଟ । ଏହା ସହ ଆଉ ଏକ ଏଗଜିଟ ପଏଣ୍ଟ ହେଉଛି ବଣିଆ ।
ଢେଙ୍କାନାଳ((କେନ୍ୟୁଜ୍)) : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଢେଙ୍କାନାଳ କପିଳାସରେ ଆରମ୍ଭ ହେଲା ଜଙ୍ଗଲ ସଫାରୀ । ଶିମିଳିପାଳ, ଦେବ୍ରିଗଡ଼ ଏବଂ ଚନ୍ଦକା ପରେ ଏବେ କପିଳାସ ଅଭୟାରଣ୍ୟରେ ଜଙ୍ଗଲ ସଫାରୀର ମଜା ଉଠାଇପାରିବେ ପର୍ଯ୍ୟଟକ । ସଫାରୀ ପାଇଁ ଏଣ୍ଟ୍ରି ପଏଣ୍ଟ କପିଳାସ ହୋଇଥିବା ବେଳେ ସୋରିଷପଦା ହେଉଛି ଏଗ୍ଜିଟ ପଏଣ୍ଟ । ଏହା ସହ ଆଉ ଏକ ଏଗଜିଟ ପଏଣ୍ଟ ହେଉଛି ବଣିଆ । ଏହି ୧୨୬ କିଲୋମିଟର ଯାତ୍ରା ମଧ୍ୟରେ ରହିଛି ୩୦ ମିନିଟ୍ର ବ୍ରେକ୍ ।
ତେବେ ଖାସ୍ ଜଙ୍ଗଲର ମଜା ନେବା ପାଇଁ ୧୫ କିଲୋମଟିର ରାସ୍ତା କେବଳ ମାଟିରେ ତିଆରି ହୋଇଛି । ଏହି ଜଙ୍ଗଲ ସଫାରୀର ମୁଖ୍ୟ ଆକର୍ଷଣ ହେଉଛନ୍ତି ହାତୀ । ପ୍ରାୟ ୧୦ ରୁ ୧୫ ଟିକିଆ ହାତୀ ଦଳ କପିଳାସ ଜଙ୍ଗଲରେ ଦେଖିବାକୁ ମିଳିଥାଏ । ହରିଣ,ସମ୍ବର, ଝିଙ୍କ ଓ ବଜ୍ରକାପ୍ତା ସହ ଅନ୍ୟ ଜୀବଜନ୍ତୁ ମଧ୍ୟ ଅଛନ୍ତି କପିଳାସ ଅଭୟାରଣ୍ୟରେ ।
ଜଙ୍ଗଲ ସଫାରୀରେ ଯାହାର ମଜା ଉଠାଇପାରିବେ ପର୍ଯ୍ୟଟକ । ଏହା ସହ ଏକ ଓ୍ଵାଚ୍ ଟାଓ୍ଵାର ମଧ୍ୟ ନିର୍ମାଣ ହୋଇଛି । ଯେଉଁଥିରେ ସ୍ନାକ୍ସର ବ୍ୟବସ୍ଥା କରାଯାଇଛି । ସଫାରୀ ପାଇଁ ଦୁଇଟି ସେଭେନ୍ ସିଟର୍ ଗାଡି ଚଳାଚଳ କରୁଛି । ଏଥିପାଇଁ ecotourodisha.comରେ ଅନଲାଇନ୍ ଟିକେଟ୍ କରି ପାରିବେ ପର୍ଯ୍ୟଯକ । ଜଣକ ପିଛା ଟିକେଟ୍ ଦାମ ହେଉଛି ୨୬ଶହ ୨୫ ଟଙ୍କା । ଅଫଲାଇନ୍ରେ ମଧ୍ୟ ଟିକେଟ୍ ଉପଲବ୍ଧ ଅଛି ।