ଦେଶ ବିଦେଶ

ଜମ୍ମୁ-କାଶ୍ମୀର ଶ୍ରୀନଗରର ଏକ ସରକାରୀ ସ୍କୁଲରେ ଆତଙ୍କବାଦୀ ହମ୍‌ଲା, ୨ ଶିକ୍ଷକ ମୃତ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ଶ୍ରୀନଗରର ସଙ୍ଗମ ଠାରେ ଏକ ସ୍କୁଲରେ ପଶି ଆତଙ୍କବାଦୀଙ୍କ ଗୁଳିମାଡ଼। ଆତଙ୍କବାଦୀଙ୍କ ଗୁଳିରେ ସ୍କୁଲ ଅଧ୍ୟକ୍ଷ ଓ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ସକାଳ ପ୍ରାୟ ଏଗାରଟା ବେଳେ ସ୍କୁଲରେ ପଶି ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ। ଶିକ୍ଷକଜଣକ କଶ୍ମୀର ପଣ୍ଡିତ ବୋଲି ଜଣାପ଼ଡିଛି। କଶ୍ମୀରରେ ଭୟର ବାତାବରଣ ସୃଷ୍ଟି କରିବା ସହ ସାଂପ୍ରଦାୟିକ ବିଭେଦ ସୃଷ୍ଟି କରିବାକୁ ସାଧାରଣ ନିରୀହଙ୍କୁ ଟାର୍ଗେଟ କରାଯାଉଥିବା କହିଛନ୍ତି ଜମ୍ମୁ କଶ୍ମୀର ପୋଲିସ ଡିଜି ଦିଲବାଗ ସିଂ। କଶ୍ମୀର ମୁସଲିମଙ୍କୁ ବଦନାମ କରିବାକୁ ଏହା ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ହତ୍ୟା ପଛରେ ପାକିସ୍ତାନର ଦି ରେଜିଷ୍ଟାନ୍‌ସ ଫ୍ରଣ୍ଟର ହାତ ଥିବା ସେ କହିଛନ୍ତି। ଗତ ୫ଦିନ ମଧ୍ୟରେ କଶ୍ମୀରରେ ୭ଜଣଙ୍କୁ ହତ୍ୟା କରିଲେଣି ଆତଙ୍କବାଦୀ।

ସେପଟେ ଜମ୍ମୁକଶ୍ମୀର ସ୍ଥିତି ନେଇ ଦିଲ୍ଲୀ ଗୃହ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। NSA ଅଜିତ ଡୋଭାଲଙ୍କ ସହ ଗୃହ ମନ୍ତ୍ରାଳୟର ବହୁ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି। ଏହା ଆତଙ୍କ ବିସ୍ତାର କରିବା ଓ କାଶ୍ମିରୀ ସମ୍ପ୍ରଦାୟକୁ ବାଣ୍ଟିବାର ପ୍ରୟାସ। ଘଟଣାର ଯାଞ୍ଚ ଚାଲିଛି। ଖୁବ ଶୀଘ୍ର ଏହି ଆତଙ୍କବାଦୀଙ୍କ ପର୍ଦାଫାଶ ହେବ ବୋଲି ସେ କହିଛନ୍ତି। ଏସବୁ ସୀମା ସେପଟେ ବସିଥିବା ପାକିସ୍ତାନର ହ୍ୟାଣ୍ଡଲର୍ସଙ୍କ ଇସାରାରେ ହେଉଛି ବୋଲି ସେ କହିଛନ୍ତି।

ଜାମ୍ମୁ କାଶ୍ମୀରର ଶିବସେନା ଅଧ୍ୟକ୍ଷ ମନୀଷ ସାହାଣୀ କହିଛନ୍ତି ଯେ କାଶ୍ମିରୀ ପଣ୍ଡିତଙ୍କୁ ବାଛି ବାଛି ଟାର୍ଗେଟ କରାଯାଉଛି। କାରଣ ସରକାର କାଶ୍ମୀରରେ ପଣ୍ଡିତଙ୍କ ସମସ୍ୟା ସମାଧାନ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ଭାରତୀୟ ସେନା କାଶ୍ମୀରରେ ଯେଉଁ ଅପରେସନ ଅଲଆଉଟ ଚଲାଇଛି ସେଥିପାଇଁ ଆତଙ୍କବାଦୀ ପାଗଳ ହୋଇଗଲେଣି ଓ ସେଥିପାଇଁ ସେମାନେ ବାଛି ବାଛି ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ସେ କହିଛନ୍ତି ପିଏମ ମୋଦିଙ୍କୁ ଆମର ଅପିଲ ଏହା ପଛରେ ପାକିସ୍ତାନ ଅଛି ଓ ପାକିସ୍ତାନ ଉପରେ ଲଗାତାର ଏୟାର ଷ୍ଟ୍ରାଇକ କରନ୍ତୁ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ଆତଙ୍କବାଦୀ ଦିନ ଦ୍ବିପ୍ରହରରେ ସ୍କୁଲରେ ପଶି ଦୁଇ ଶିକ୍ଷକଙ୍କୁ ହତ୍ୟା କରିଛନ୍ତି। ଦୁଇ ଶିକ୍ଷକଙ୍କ ମଧ୍ୟରେ ଜଣେ ଶିଖ ଓ ଆଉ ଜଣେ କାଶ୍ମିରୀ ପଣ୍ଡିତ। ମୃତକ ଦୁଇ ଜଣ ହେଲେ ପ୍ରିନ୍ସିପାଲ ସତୀନ୍ଦର ଓ ଶିକ୍ଷକ ଦୀପକ ଚନ୍ଦ। ଗୁଳି ବାଜିବା ପରେ ଦୁଇ ଜଣଙ୍କୁ ସୌରା SKIMS ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷିତ କରିଥିଲେ।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago