ଦୀର୍ଘ ୮୦ ଘଣ୍ଟାର ସଂଘର୍ଷ ପରେ ବି ବୋରୱେଲ୍ ଭିତରୁ ଜୀବିତ ଉଦ୍ଧାର ହୋଇପାରିଲାନାହିଁ ୨ବର୍ଷର ଶିଶୁ ସୁଜିତ୍

ତାମିଲନାଡୁ: ସଂଘର୍ଷ କରି କରି ଶେଷରେ ହାରିଗଲା ସୁଜିତ୍। ୮୦ଘଣ୍ଟାରୁ ଅଧିକ ସମୟ ଧରି ବୋରୱେଲ୍ ଭିତରେ ଏକାକି ଜୀବନ ସହିତ ସଂଗ୍ରାମ କରିବା ଭିତରେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛି । ତିରୁଚିରାପଲ୍ଲୀ ଜିଲ୍ଲାର ନାଡୁକଟଟୁପଟ୍ଟୀରେ ଶୁକ୍ରବାର ଏକ ୨ବର୍ଷର ଶିଶୁ ପାଖାପାଖି ୨୫ଫୁଟ୍ ବୋରୱେଲ୍ ଭିତରେ ଖସିପଡିଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଦୁଃଖର କଥା ଘଟଣାକୁ ୮୦ଘଣ୍ଟାରୁ ଅଧିକ ସମୟ ବିତିବା ପରେ ସୁଦ୍ଧା ଶିଶୁଟିକୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ହେଲେ ମୃତ ଅବସ୍ଥାରେ । ଆଜି ସକାଳେ ଉପସ୍ଥିତ ଅଧିକାରୀମାନେ ସୁଜିତକୁ ମୃତ ଘୋଷଣା କରିଥିବା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ଏହାସହ ପଢନ୍ତୁ:

ସାରା ବିଶ୍ୱରେ ହିରୋ ପାଲଟିଛି ଆମେରିକାର ଶିକାରୀ କୁକୁର, ବାଗ୍‌ଦାଦି ଅପରେସନ୍‌ ବେଳେ ହୋଇଛି ଆହତ

ଅନ୍ୟପଟେ ଉଦ୍ଧାରକାରୀ ଦଳ ସୁଜିତ ପାଖରେ ପହଞ୍ଚିବା ଏତେ ସମ୍ଭବ ନଥିଲା । କାହିଁକିନା ଶିଶୁଟି ପ୍ରଥମେ ମାତ୍ର ୨୫ ଫୁଟ ଭିତରେ ଲଟକି ରହିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଖସି ଖସି ୧୦୦ ଫୁଟ ଭିତରକୁ ଚାଲିଯାଇଥିଲା । ଦୀର୍ଘ ୪ଦିନର ଅପରେସନ ପରେ ସୋମବାର ମଧ୍ୟରାତ୍ରୀରେ ସୁଜିତ ପାଖକୁ ପହଞ୍ଚିଲେ ଉଦ୍ଧାରକାରୀ ଦଳ । ହେଲେ ସେତେବେଳକୁ ଆଉ ନଥିଲା ସୁଜିତ ।.ତେବେ ଉଦ୍ଧାର ପରେ  ଆଜି ସୁଜିତଙ୍କ ମୃତଦେହ ପ୍ରଥମେ ସ୍ଥାନୀୟ ମନପ୍ପାରାଇ ମେଡିକାଲକୁ ନିଆଯାଇଥିଲା । ପରେ ଗାଁକୁ ମୃତଦେହ ଅଣାଯାଇଛି ।

 

 

Sonalisa

Recent Posts

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

11 seconds ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

23 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

31 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

37 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

45 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

48 mins ago