Categories: ମନୋରଂଜନ

ଏପରି ଦୀପାବଳିକୁ ଖାସ୍‌ ବନାଇଲେ ବିରାଟ-ଅନୁଷ୍କା

ଦୀପାବଳି ପାଳନ କରିବାର ଉତ୍ସାହ ପୁରା ଦେଶରେ ଦେଖାଯିବା ସହ ବଲିଉଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ଏପରିକି ବିଗ୍ ବି ଅମିତାଭ ବଚ୍ଚନ ନିଜ ପରିବାରରେ ଦୀପାବଳି ପାଳନ କରିବା ପାଇଁ ଆୟୋଜନ କରିଥିବା ବେଳେ ଅନୁଷ୍କା ଶର୍ମା ପତି ବିରାଟ କୋହଲିଙ୍କ ସହ ଦୀପାବଳି ସେଲିବ୍ରେଟ୍ କରିଛନ୍ତି। ଏଥର ଦୀପାବଳି ବିରାଟ ଏବଂ ଅନୁଷ୍କା ଦୀପାବଳି ଖୁବ୍ ଭଲଭାବେ ସେଲିବ୍ରେଟ୍ କରିଛନ୍ତି।

ଅନୁଷ୍କା ଶର୍ମା ଦୀପାବଳି ଦିନ କୌଣସି ଧମାକାଦାର୍ ପାର୍ଟି ନକରି ଶାନ୍ତିରେ ଦୀପାବଳି ପାଳନ କରିଛନ୍ତି। ଅନୁଷ୍କା ଦୀପାବଳିରେ ପୂଜା କରିବାର ଫଟୋ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଦୀପାବଳି ଦିନ ଅନୁଷ୍କା ନିଜ ଘରକୁ ଖୁବ୍ ସୁନ୍ଦର ଭାବେ ସଜାଇଥିଲେ ଏବଂ ଉଭୟ ମିଶି ଘର ବାହାରକୁ ଲାଇଟରେ ସଜାଇଥିଲେ। ଏଥିସହ ଘର ଭିତରେ ମଧ୍ୟ ଖୁବ୍ ସୁନ୍ଦର ରଙ୍ଗୋଲି ତିଆରି କରିଥିଲେ।

ଅନୁଷ୍କା ଦୀପାବଳି ଦିନ ବିରାଟଙ୍କ ସହ ମଧ୍ୟ ନିଜର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦୁଇଜଣ ଟ୍ରାଡିସ୍ନାଲ ଲୁକ୍ ରେ ଖୁବ୍ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି। ଏହି ଫଟୋ ସେୟାର କରିବା ସହ ଅନୁଷ୍କା ଲେଖିଛନ୍ତି- ସମସ୍ତଙ୍କୁ ମୋର ଦୀପାବଳିର ଶୁଭକାମନା। ଏପରି ଆଲୋକରେ ଆପଣମାନଙ୍କ ଜୀବନ ଆଲୋକିତ ହେଉ ଏବଂ ସମସ୍ତଙ୍କୁ ମୋର ବହୁତସାରା ଭଲପାଇବା।

ଏହାସହ ପଢନ୍ତୁ: ଦୀପାବଳି ଅବସରରେ ରାନୁ ମଣ୍ଡଳ ଗାଇଲେ ଏହି ଗୀତ, ଯାହାର ଭିଡିଓ ସୋସିଆଲ ମିଡିଆରେ ହେବାରେ ଲାଗିଛି ଭାଇରାଲ

ଅନୁଷ୍କା ଶର୍ମା ନିଜର ଲୁକ୍ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସହ ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କ ଲୁକ୍ ମଧ୍ୟ ଚର୍ଚ୍ଚାରେ ରହିଥାଏ। ସେହିପରି ଏଥର ଦୀପାଳବିରେ ଦୁଇ ଜଣଙ୍କ ଲୁକ୍ ବିଲକୁଲ୍ ଅଲଗା ଥିଲା। ରିପୋର୍ଟ ଅନୁଯାୟୀ ଅନୁଷ୍କା ଘରେ ଦୀପାବଳି ପାଳନ କରିବା ସହ ଅମିତାଭ ବଚ୍ଚନଙ୍କ ପାର୍ଟିକୁ ମଧ୍ୟ ଯାଇଥିଲେ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

14 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

22 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

29 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

37 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

39 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

47 mins ago