ଏପରି ଦୀପାବଳିକୁ ଖାସ୍‌ ବନାଇଲେ ବିରାଟ-ଅନୁଷ୍କା

ଦୀପାବଳି ପାଳନ କରିବାର ଉତ୍ସାହ ପୁରା ଦେଶରେ ଦେଖାଯିବା ସହ ବଲିଉଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ଏପରିକି ବିଗ୍ ବି ଅମିତାଭ ବଚ୍ଚନ ନିଜ ପରିବାରରେ ଦୀପାବଳି ପାଳନ କରିବା ପାଇଁ ଆୟୋଜନ କରିଥିବା ବେଳେ ଅନୁଷ୍କା ଶର୍ମା ପତି ବିରାଟ କୋହଲିଙ୍କ ସହ ଦୀପାବଳି ସେଲିବ୍ରେଟ୍ କରିଛନ୍ତି। ଏଥର ଦୀପାବଳି ବିରାଟ ଏବଂ ଅନୁଷ୍କା ଦୀପାବଳି ଖୁବ୍ ଭଲଭାବେ ସେଲିବ୍ରେଟ୍ କରିଛନ୍ତି।

ଅନୁଷ୍କା ଶର୍ମା ଦୀପାବଳି ଦିନ କୌଣସି ଧମାକାଦାର୍ ପାର୍ଟି ନକରି ଶାନ୍ତିରେ ଦୀପାବଳି ପାଳନ କରିଛନ୍ତି। ଅନୁଷ୍କା ଦୀପାବଳିରେ ପୂଜା କରିବାର ଫଟୋ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଦୀପାବଳି ଦିନ ଅନୁଷ୍କା ନିଜ ଘରକୁ ଖୁବ୍ ସୁନ୍ଦର ଭାବେ ସଜାଇଥିଲେ ଏବଂ ଉଭୟ ମିଶି ଘର ବାହାରକୁ ଲାଇଟରେ ସଜାଇଥିଲେ। ଏଥିସହ ଘର ଭିତରେ ମଧ୍ୟ ଖୁବ୍ ସୁନ୍ଦର ରଙ୍ଗୋଲି ତିଆରି କରିଥିଲେ।

anuskhaଅନୁଷ୍କା ଦୀପାବଳି ଦିନ ବିରାଟଙ୍କ ସହ ମଧ୍ୟ ନିଜର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦୁଇଜଣ ଟ୍ରାଡିସ୍ନାଲ ଲୁକ୍ ରେ ଖୁବ୍ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି। ଏହି ଫଟୋ ସେୟାର କରିବା ସହ ଅନୁଷ୍କା ଲେଖିଛନ୍ତି- ସମସ୍ତଙ୍କୁ ମୋର ଦୀପାବଳିର ଶୁଭକାମନା। ଏପରି ଆଲୋକରେ ଆପଣମାନଙ୍କ ଜୀବନ ଆଲୋକିତ ହେଉ ଏବଂ ସମସ୍ତଙ୍କୁ ମୋର ବହୁତସାରା ଭଲପାଇବା।

ଏହାସହ ପଢନ୍ତୁ: ଦୀପାବଳି ଅବସରରେ ରାନୁ ମଣ୍ଡଳ ଗାଇଲେ ଏହି ଗୀତ, ଯାହାର ଭିଡିଓ ସୋସିଆଲ ମିଡିଆରେ ହେବାରେ ଲାଗିଛି ଭାଇରାଲ

ଅନୁଷ୍କା ଶର୍ମା ନିଜର ଲୁକ୍ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସହ ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କ ଲୁକ୍ ମଧ୍ୟ ଚର୍ଚ୍ଚାରେ ରହିଥାଏ। ସେହିପରି ଏଥର ଦୀପାଳବିରେ ଦୁଇ ଜଣଙ୍କ ଲୁକ୍ ବିଲକୁଲ୍ ଅଲଗା ଥିଲା। ରିପୋର୍ଟ ଅନୁଯାୟୀ ଅନୁଷ୍କା ଘରେ ଦୀପାବଳି ପାଳନ କରିବା ସହ ଅମିତାଭ ବଚ୍ଚନଙ୍କ ପାର୍ଟିକୁ ମଧ୍ୟ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.