ଅଧିକ ସନସ୍କ୍ରିନ୍‌ ଲୋସନ ଲଗାଉଥିଲେ ଏହି ମହିଳା, ଶେଷରେ ଭୋଗିବାକୁ ପଡିଲା ଏଭଳି ପରିସ୍ଥିତି

ସାଧାରଣତଃ ଲୋକମାନେ ତ୍ୱଚାକୁ ଧୂଳି ଏବଂ ଧୂଆଁରୁ ରକ୍ଷା କରିବା ପାଇଁ ସନସ୍କ୍ରିନ୍‌ ଲୋସନ ଲଗାଇଥାନ୍ତି। ସନସ୍କ୍ରିନ୍‌ ଲୋସନ ସୂର୍ଯ୍ୟର ହାନିକାରକ କିରଣରୁ ତ୍ୱଚାକୁ ରକ୍ଷା କରିଥାଏ। ବିଶେଷ ରୂପେ ଗରମ ଦିନେ ଲୋକମାନେ ବିନା ସନସ୍କ୍ରିନ୍‌ ଲୋସନରେ ଘରୁ ବାହାରି ନଥାନ୍ତି। କିନ୍ତୁ ଆବଶ୍ୟକତା ଠାରୁ ଅଧିକ ସନସ୍କ୍ରିନ୍‌ ଲୋସନ ଲଗାଇବା ମଧ୍ୟ କ୍ଷତିକାରକ ହୋଇପାରେ।

ଚୀନରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଯୁବତୀ ଜଣକ ସନସ୍କ୍ରିନ୍‌ ଲୋସନ ଲଗାଇବା ଦ୍ୱାରା ହାଡ ଦୁର୍ବଳ ହେବା ସହ ତାଙ୍କର ୧୦ଟି ହାଡ ମଧ୍ୟ ଭାଙ୍ଗି ଯାଇଛି। ଚୀନର ଝୋଜିୟାଙ୍ଗରେ ୨୦ ବର୍ଷର ଜିୟାଓ ମାଓ ସନସ୍କ୍ରିନ୍‌ ଲଗାଇବାରେ ଅଭ୍ୟସ୍ତ ଥିଲେ। ଏହି କାରଣରୁ ମାଓଙ୍କର ହାଡ ଦୁର୍ବଳ ହୋଇଯାଇଛି। କେବଳ ଏତିକି ନୁହେଁ ଅଧିକ ସନସ୍କ୍ରିନ୍‌ ଲଗାଇବାରୁ ତାଙ୍କର ୧୦ଟି ପିଞ୍ଜରା ହାଡ ମଧ୍ୟ ଭାଙ୍ଗି ଯାଇଛି। ଏହି ବିଷୟରେ ସେ ନିଜର କାଶ ହେବାର ସମସ୍ୟାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ଜାଣିଥିଲେ।

ଏହାସହ ପଢନ୍ତୁ: ଗାଈପଲକୁ ବଞ୍ଚାଇବାକୁ ଯାଇ ଗଛରେ ଧକ୍କା ହେଲା ୨ଟି ବସ୍‌, ୧୨ ମୃତ୍ୟୁ ୧୦ ଗୁରୁତର

ରିପୋର୍ଟ ଅନୁଯାୟୀ ମାଓ ଗରମ ଦିନେ ଷ୍ଟ୍ରରେ ତିଆରି ହୋଇଥିବା ମ୍ୟାଟରେ ଶୋଇବା ଆରମ୍ଭ କରିଥିଲେ, ଯାହା ପରେ ତାଙ୍କର କାଶ ଆରମ୍ଭ ହୋଇଯାଇଥିଲା। ଚିକିତ୍ସା ଆରମ୍ଭ ସମୟରେ ଡାକ୍ତରଙ୍କୁ ଏହା ଏଲର୍ଜି ଅସ୍ଥମା ଲାଗିଥିଲା କିନ୍ତୁ ଯେତେବେଳେ ତାଙ୍କ ଛାତିର ବାମ ପଟ ଯନ୍ତ୍ରଣା ହୋଇଥିଲା ସେହି ସମୟରେ ଡାକ୍ତରଙ୍କ ତାଙ୍କୁ କିଛି ଟେଷ୍ଟ କରିବା ପାଇଁ କହିଥିଲେ। ଟେଷ୍ଟ ପରେ ଡାକ୍ତର ଜାଣିବାକୁ ପାଇଥିଲେ ମାଓଙ୍କର ୧୦ଟି ପିଞ୍ଜରା ହାଡ ଭାଙ୍ଗି ସାରିଛି, ଯେଉଁକାରଣରୁ ତାଙ୍କୁ ବାରମ୍ବାର ଯନ୍ତ୍ରଣା ହେଉଛି। ଡାକ୍ତରଙ୍କ କହିବା ଅନୁଯାୟୀ ହାଡ ଦୁର୍ବଳ ହେବା ଏବଂ ପିଞ୍ଜରା ହାଡ ଭାଙ୍ଗିବା କାରଣ ହେଉଛି ଆବଶ୍ୟକତା ଠାରୁ ଅଧିକ ସନସ୍କ୍ରିନ୍‌ ଲୋସନ ଲଗାଇବା ହୋଇପାରେ। କାରଣ ମାଓ ଅତ୍ୟଧିକ ସନସ୍କ୍ରିନ୍‌ ଲୋସନ ଲଗାଉଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ଅତ୍ୟଧିକ ସନସ୍କ୍ରିନ୍‌ ଲୋସନ ଲଗାଇବା ଦ୍ୱାରା ଶରୀରକୁ ଉଚିତ ପରିମାଣର ଭିଟାମିନ-ଡି ମିଳିନଥାଏ। ଯେଉଁ କାରଣରୁ ମାଓଙ୍କର ହାଡ ଦୁର୍ବଳ ହେବା ସହ ପିଞ୍ଜରା ହାଡ ମଧ୍ୟ ଭାଙ୍ଗି ଯାଇଛି।

KNews Bureau

Recent Posts

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିନ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

2 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

21 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

24 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

31 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

33 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago