ନବବିବାହିତ ସ୍ତ୍ରୀଙ୍କୁ ଧରି ଗାଡିରେ ଯାଉଥିଲେ ବର, ହଠାତ୍‌ କାର ପାଲଟିଗଲା ନିଆଁଗୋଲା

ବିବାହର ମାତ୍ର କିଛି ସମୟ ପରେ ଘଟିଗଲା କିଛି ଏମିତି, ଯାହାକୁ କେହି ସ୍ୱପ୍ନରେ ବି ଭାବିନଥିବେ। ଜଣେ ବର ନିଜ ନିବବିବାହିତ କନ୍ୟାକୁ ସାଙ୍ଗରେ ଧରି କାରରେ ନିଜ ଘରକୁ ଆସୁଥିଲେ। ଠିକ ଏହି ସମୟରେ କ୍ଷଣିକ ମଧ୍ୟରେ ଘଟିଗଲା କିଛି ଏମିତି। ରାସ୍ତାରେ ବର କାରଟି ଯାଉଥିବାବେଳେ କାରର ଇଞ୍ଜିନରେ ନିଆଁ ଲାଗିଗଲା। ଆଉ ଦେଖୁ ଦେଖୁ ଏହି ନିଆଁ ସମ୍ପୂର୍ଣ୍ଣ କାରରେ ଲାଗିଗଲା। ଏହି ଦ୍ରୁଶ୍ୟ ବହୁତ ଲୋମଟାଙ୍କୁରା ଥିଲା।

ଘଟଣା ଘଟିଛି ରାଜସ୍ଥାନ ଭିଲଓ୍ଵାଡା ଜିଲ୍ଲାରେ। କୁରଜରୁ କନ୍ୟାକୁ ନେଇ ମାଣ୍ଡଳକୁ ଆସୁଥିବା ବର କାରରେ ତାଙ୍କ ନବବିବାହିତ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଘରକୁ ଆସୁଥିଲେ କିନ୍ତୁ କାରଟି ହାଇେଓ୍ଵ ଉପରେ ଚାଲୁଥିବାବେଳେ ହଠାତ୍‌ ଲାଗିଗଲା ନିଆଁ। ନିଆଁର ପ୍ରକୋପ ଏତେ ଥିଲା ଯେ ଦେଖୁ ଦେଖୁ ଏହା ଚାରିଆଡକୁ ବ୍ୟାପି ଯାଇଥିଲା। ଏହି ସମୟରେ କାରରେ ବର, କନ୍ୟାଙ୍କ ସମେତ କନ୍ୟାଙ୍କର ଭଉଣୀ ଏବଂ କାର ଡ୍ରାଇଭର ଥିଲେ।

ନିଆଁ ଲାଗିବାର ସୂଚନା ପାଇ ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି କାରକୁ ଅଟକାଇ ସମସ୍ତଙ୍କୁ କାର ଭିତରୁ ବାହାରକୁ ବାହାର କରିଥିଲେ। ସୂଚନା ପାଇ ଅଗ୍ନିଶମ ବିବାହ ଯାଇ ଘଟଣାସ୍ଥଳରେ ପହଁଚିଥିଲେ କିନ୍ତୁ ସେତେବେଳକୁ କାରଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା।

ଏହାସହ ପଢନ୍ତୁ : ଓ୍ଵିଣ୍ଡୋକୁ ନେଇ ଚଳନ୍ତା ବିମାନରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଲା କୋଲଡ୍‌ ଓ୍ଵାର, ଫ୍ଲାଇଟ୍‌ ଆଟେଡାଣ୍ଟ ବି ହେଲେ…

Pritiparna

Recent Posts

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି…

4 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

9 mins ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

12 mins ago

ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍‌): ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥ ଖଳା l ତିନି…

19 mins ago

ବାଟ ଛାଡ ଆମ ସାର୍‌ ଆସୁଛନ୍ତି, ଡିଜେ ବଜାଇ ନାଚି ନାଚି ସାରଙ୍କୁ ଘରେ ଛାଡି ଆସିଲେ ଛାତ୍ର

ସୁବର୍ଣ୍ଣପୁର (କେନ୍ୟୁଜ) : ବାଜୁଛି ଡିଜେ ଆଉ ଡିଜେର ତାଳେ ତାଳେ ନୃତ୍ୟ କରୁଛନ୍ତି ଯୁବକମାନେ । ସେପଟେ ସୁସଜ୍ଜିତ…

20 mins ago

ରାଜ୍ୟରେ ଦିନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୪୯.୭୭% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୩ଟା…

41 mins ago