Below header

ନବବିବାହିତ ସ୍ତ୍ରୀଙ୍କୁ ଧରି ଗାଡିରେ ଯାଉଥିଲେ ବର, ହଠାତ୍‌ କାର ପାଲଟିଗଲା ନିଆଁଗୋଲା

ବିବାହର ମାତ୍ର କିଛି ସମୟ ପରେ ଘଟିଗଲା କିଛି ଏମିତି, ଯାହାକୁ କେହି ସ୍ୱପ୍ନରେ ବି ଭାବିନଥିବେ। ଜଣେ ବର ନିଜ ନିବବିବାହିତ କନ୍ୟାକୁ ସାଙ୍ଗରେ ଧରି କାରରେ ନିଜ ଘରକୁ ଆସୁଥିଲେ। ଠିକ ଏହି ସମୟରେ କ୍ଷଣିକ ମଧ୍ୟରେ ଘଟିଗଲା କିଛି ଏମିତି। ରାସ୍ତାରେ ବର କାରଟି ଯାଉଥିବାବେଳେ କାରର ଇଞ୍ଜିନରେ ନିଆଁ ଲାଗିଗଲା। ଆଉ ଦେଖୁ ଦେଖୁ ଏହି ନିଆଁ ସମ୍ପୂର୍ଣ୍ଣ କାରରେ ଲାଗିଗଲା। ଏହି ଦ୍ରୁଶ୍ୟ ବହୁତ ଲୋମଟାଙ୍କୁରା ଥିଲା।

groom carଘଟଣା ଘଟିଛି ରାଜସ୍ଥାନ ଭିଲଓ୍ଵାଡା ଜିଲ୍ଲାରେ। କୁରଜରୁ କନ୍ୟାକୁ ନେଇ ମାଣ୍ଡଳକୁ ଆସୁଥିବା ବର କାରରେ ତାଙ୍କ ନବବିବାହିତ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଘରକୁ ଆସୁଥିଲେ କିନ୍ତୁ କାରଟି ହାଇେଓ୍ଵ ଉପରେ ଚାଲୁଥିବାବେଳେ ହଠାତ୍‌ ଲାଗିଗଲା ନିଆଁ। ନିଆଁର ପ୍ରକୋପ ଏତେ ଥିଲା ଯେ ଦେଖୁ ଦେଖୁ ଏହା ଚାରିଆଡକୁ ବ୍ୟାପି ଯାଇଥିଲା। ଏହି ସମୟରେ କାରରେ ବର, କନ୍ୟାଙ୍କ ସମେତ କନ୍ୟାଙ୍କର ଭଉଣୀ ଏବଂ କାର ଡ୍ରାଇଭର ଥିଲେ।

fire carନିଆଁ ଲାଗିବାର ସୂଚନା ପାଇ ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି କାରକୁ ଅଟକାଇ ସମସ୍ତଙ୍କୁ କାର ଭିତରୁ ବାହାରକୁ ବାହାର କରିଥିଲେ। ସୂଚନା ପାଇ ଅଗ୍ନିଶମ ବିବାହ ଯାଇ ଘଟଣାସ୍ଥଳରେ ପହଁଚିଥିଲେ କିନ୍ତୁ ସେତେବେଳକୁ କାରଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା।

ଏହାସହ ପଢନ୍ତୁ : ଓ୍ଵିଣ୍ଡୋକୁ ନେଇ ଚଳନ୍ତା ବିମାନରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଲା କୋଲଡ୍‌ ଓ୍ଵାର, ଫ୍ଲାଇଟ୍‌ ଆଟେଡାଣ୍ଟ ବି ହେଲେ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.