ଘରୋଇ ଉପାୟରେ ବନାନ୍ତୁ ବ୍ଲିଚ, ତ୍ୱଚାରେ ଆଣନ୍ତୁ ଏପରି ଚମକ

ଦୁନିଆର ପ୍ରତିଟି ଝିଅ ଚାହାନ୍ତି କି ନିଜେ କେମିତି ଅଧିକରୁ ଅଧିକ ସୁନ୍ଦର ଦେଖାଯିବେ । ଅନ୍ୟ ମାନଙ୍କ ଆଗରେ ନିଜେ କେମିତି ଉଜ୍ଜ୍ୱଳ ଦେଖାଯିବେ ।ଏବାବଦରେ ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ଖାଲି ଝିଅ କାହିଁକି ପୁଅ ମାନେ ମଧ୍ୟ ଏବେ ଏହି ଦୌଡରେ ଏକ ପ୍ରକାର ସାମିଲ ହୋଇଗଲେଣି । ବେଳେ ବେଳେ ଏମିତି ବି ଦେଖାଯାଏ କି ଦାମୀ ପାର୍ଲର ଯାଇ ବିଭିନ୍ନ ଦାମୀ ଟ୍ରିଟମେଣ୍ଟ କରୁଥିଲେ ମଧ୍ୟ ତାହା ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ | ଏହାକୁ ନେଇ ଯୁବକ ଯୁବତୀ ମାନେ ଚିନ୍ତାରେ ପଡିଯାନ୍ତି । ଏ ମାମଲାରେ ବେଳହୁଁ ସତର୍କ ରହିବା ବୁଦ୍ଦିମାନର କାମ ହୋଇଥାଏ । ଅନ୍ୟ ପକ୍ଷରେ ଆପଣ ଯଦି ଧ୍ୟାନ ଦେବା ସହ କିଛିଟା ଚର୍ଚ୍ଚା କରିବା ଦ୍ୱାରା ଆପଣଙ୍କ ତ୍ୱଚା ଅଳ୍ପ ଦିନ ଭିତରେ ନିଶ୍ଚିତ ଭାବେ ଚମକି ଉଠିବ । ଆଜି ଆମେ ଆପଣଙ୍କୁ କିଛି ଘରୋଇ ବ୍ଲିଚ ବିଷୟରେ ଜଣାଇବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଅତି ସହଜରେ ନିଜର ତ୍ୱଚାକୁ ଏକ ନୂଆ ରଙ୍ଗ ଦେଇ ପାରିବେ ।

ସାମଗ୍ରୀ:

୧. କିଛି କଞ୍ଚା କ୍ଷୀର
୨. ଗୋଟେ ଚାମଚ ଆଳୁ ରସ
୩.ଲେମ୍ବୁ ରସ – ୨ ରୁ ୩ ବୁନ୍ଦା
୪.ଚାଉଳ ଗୁଣ୍ଡ- ଏକ ଛୋଟ ଚାମଚ

ବ୍ଲିଚ ତିଆରି କରିବା ପାଇଁ କ୍ଷୀରକୁ ଛାଡି ଅନ୍ୟ ପଦାର୍ଥ ଗୁଡିକୁ ଏକା ସାଙ୍ଗରେ ମିଶାଇ ଦିଅନ୍ତୁ । ଏବେ କଞ୍ଚା କ୍ଷୀରରେ ତୁଳା ବୁଡେଇ ନିଜ ତ୍ୱଚାକୁ ସଫା କରନ୍ତୁ । ଏହା ଦ୍ୱାରା ତ୍ୱଚାରୁ ଧୂଳି ମାଟି ଦୂରେଇ ଯିବ । ଏବେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ନିଜ ତ୍ୱଚାରେ ଧୀରେ ଧୀରେ ୨ରୁ ୩ ମିନିଟ ପାଇଁ ମସାଜ କରନ୍ତୁ । ତାହା ପରେ ଏହାକୁ ଅଧ ଘଣ୍ଟା ପାଇଁ ଛାଡ଼ିଦିଅନ୍ତୁ । ପରେ ସାଧା ପାଣିରେ ମୁହଁ ଧୋଇଦିଅନ୍ତୁ । ଏବେ କିଛି ଏଲୋଭେରା ଜେଲ ତ୍ୱଚାରେ ଲଗାଇଦିଅନ୍ତୁ । କିନ୍ତୁ ଧ୍ୟାନରେ ରଖିବେ ଏହି ସବୁ ଜିନିଷ ଆପଣଙ୍କୁ ନିହାତି ସୁହେଇବା ଦରକାର । ନଚେତ ଏହା ଆପଣଙ୍କ ତ୍ୱଚା ଉପରେ କୁପ୍ରଭାବ ପକାଇପାରିବ । ତ୍ୱଚାରେ ବ୍ରଣ ଉଠିବା, କୁଣ୍ଡେଇ ହେବା ଏପରିକି ତ୍ୱଚା ସଂକ୍ରମଣ ପରି ସମସ୍ୟା ମଧ୍ୟ ଦେଖାଦେଇପାରେ ।
ଏକ୍ଷେତ୍ରରେ ଏହି ୩ଟି ଜିନିଷ ହୋଇଥାଏ ଅଧିକ ଲାଭକାରୀ:

tamato

ଟମାଟୋ:

ଗୋଟେ ପାଚିଲା ଟମାଟୋ ଖଣ୍ଡ ନେଇ ନିଜ ମୁହଁରେ ହାଲ୍କା ଭାବେ ମାଲିସ କରନ୍ତୁ । ପରେ ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା କିଛି ଦିନ ପରେ ଦେଖିବେ ତ୍ୱଚାରେ ଏକ ଅଦ୍ଭୁତ ଚମକ ଆସିବ ।

ଏହା ସହ ପଢନ୍ତୁ: ଆପଣ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କରୁଥିବା ଏହି ୮ଟି ଜିନିଷରେ ମିଶି ରହିଛି କ୍ଷତିକାରକ କେମିକାଲ, ଜାଣନ୍ତୁ କ’ଣ

curd

ଦହି:

ଏଥିରେ ମହଜୂତ ଥିବା ଲାକଟିକ ଏସିଡ ତ୍ୱଚାର ରଙ୍ଗ ସଫା କରିଥାଏ । ଚେହେରାରେ କିଛି ସମୟ ଏହାକୁ ଲଗାଇ ଛାଡି ଦିଅନ୍ତୁ । ଏହାକୁ ସପ୍ତାହରେ ୨ ଥର ଟ୍ରାଏ କରନ୍ତୁ ।

ପାଚିଲା ଅମୃତ ଭଣ୍ଡା:

ପାଚିଲା ଅମୃତ ଭଣ୍ଡାକୁ ନିଜ ମୁହଁରେ ହାଲ୍କା ଭାବେ ମାଲିସ କରନ୍ତୁ । ପରେ ନଖ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.