ଦେଶ ବିଦେଶ

ରସାୟନ ବିଜ୍ଞାନରେ ନୋବେଲ୍‌ ଘୋଷଣା; ଆମେରିକାର ୩ ବୈଜ୍ଞାନିକକୁ ଦିଆଯିବ ପୁରସ୍କାର

ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ସମ୍ମାନ ମିଳିତ ଭାବେ ଆମେରିକାର ୩ ବୈଜ୍ଞାନିକଙ୍କୁ ମିଳିବ। ୩ ବୈଜ୍ଞାନିକ ହେଲେ, ମେସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ମୋଉଙ୍ଗୀ ବାେଓ୍ଵଣ୍ଡି, କଲମ୍ବିଆ ବିଶ୍ୱବିଦ୍ୟାଳୟର ଲୁଇସ୍‌ ବ୍ରୁସ୍‌ ଏବଂ ନାନୋକ୍ରିଷ୍ଟାଲ୍‌ ଟେକ୍ନୋଲୋଜି ଇଙ୍କ୍‌ର ଆଲୋକ୍ସି ଏକିମୋଭ। କ୍ୱାଣ୍ଟମ୍‌ ବିନ୍ଦୁର ଆବିଷ୍କାର ଏବଂ ବିଶ୍ଳେଷଣ ପାଇଁ ବୈଜ୍ଞାନିକମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ରୟାଲ୍‌ ସ୍ୱିଡିଶ୍‌ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ବୁଧବାର ଏହା ଘୋଷଣା କରିଛି। ଏଥି ପୂର୍ବରୁ ଭୌତିକ ବିଜ୍ଞାନ ଏବଂ ଚିକିତ୍ସା କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା ହୋଇସାରିଛି। ଫିଜିକ୍ସରେ ପିୟରେ ଆଗୋଷ୍ଟିନୀ, ଫେରେଙ୍କ୍‌ କ୍ରୁଜ ଓ ଏନି ଏଲ୍‌ ହୁଇଲିୟରଙ୍କୁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ।

ମେଡିସିନ୍ ପାଇଁ ୨ ବୈଜ୍ଞାନିକ ପାଇବେ ନୋବେଲ୍ ପୁରସ୍କାର। ସେମାନେ ହେଲେ ହଙ୍ଗେରୀ-ଆମେରିକାନ୍ ନାଗରିକ କାଟାଲିନ୍ କାରିକୋ ଓ ଆମେରିକା ନାଗରିକ ଡ୍ରିଉ ୱିଜମ୍ୟାନ। MrNA-କୋଭିଡ ଭ୍ୟାକ୍ସିନ୍ କ୍ଷେତ୍ରରେ ଗବେଷଣା ପାଇଁ ୨ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି।

ପ୍ରଥମ ଥର ୧୯୦୧ରେ ନୋବେଲ୍‌ ପୁରସ୍କାର ଦିଆଯାଇଥିଲା। ୧୯୬୮ରେ ସ୍ୱିଡେନ୍‌ର ସେଣ୍ଟ୍ରାଲ ବ୍ୟାଙ୍କ୍‌ ଏଥିରେ ଆଉ ଏକ କାଟେଗୋରୀ ଇକୋନୋମିକ୍‌ ସାଇନ୍ସେସ୍‌କୁ ଯୋଡ଼ିଥିଲା। ନୋବେଲ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱଙ୍କୁ ଏକ ଡିପ୍ଲୋମା, ଏକ ମେଡାଲ୍‌ ସହ ୧୦ ମିଲିୟନ ସ୍ୱିଡିଶ୍‌ କ୍ରୋନା (ପାଖାପାଖି ୭୫୭୬୪୭୨୭ ଟଙ୍କା)ର ନଗଦ ରାଶି ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଅଲ୍‌ଫ୍ରେଡ୍‌ ନୋବେଲ୍‌ଙ୍କ ପୁଣ୍ୟତିଥି ଅର୍ଥାତ୍‌ ଡିସେମ୍ବର ୧୦ରେ ପ୍ରଦାନ କରାଯାଏ।

Roshni

Recent Posts

ଓଡ଼ିଶାକୁ ମିଳିପାରେ ନୂଆ ବାଚସ୍ପତି, ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ (କେନ୍ୟୁଜ): ଓଡ଼ିଶାକୁ ମିଳିପାରେ ବାଚସ୍ପତି ପଦବୀ । କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର ।…

24 mins ago

ମାଲକାନଗିରିରେ ତାଣ୍ଡବ ରଚିଲା କାଳବୈଶାଖୀ: ଘରେ ପଶିଲା ପାଣି, ଭାଙ୍ଗିଲା ଚାଳ ଛପର

ମାଲକାନଗରି (କେନ୍ୟୁଜ): କାଳବୈଶାଖୀ ତାଣ୍ଡବ ।  ମାଲକାନଗରି ସଦର ମହକୁମାରେ ତାଣ୍ଡବ ରଚିଛି କାଳବୈଶାଖୀ ।  ବର୍ଷା ପ୍ରଭାବରେ ବାଲି…

39 mins ago

ପେଟ୍ରୋଲ ଓ ଡିଜେଲ ଦର ସ୍ଥିର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ତେଲ ରେଟ

ଭୁବନେଶ୍ୱରରେ ସ୍ଥିର ଅଛି ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି…

52 mins ago

କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

1 hour ago

ପରାଜିତ ପ୍ରାର୍ଥୀଙ୍କ ମନୋବଳ ବଢ଼ାଇଲେ ନବୀନ, ବୈଠକରେ ଆଗାମୀ ରଣନୀତି ସଂପର୍କରେ କଲେ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ): ମନୋବଳ ବଢ଼ାଇଲେ ନବୀନ । ଦଳୀୟ ନେତାଙ୍କ ମନୋବଳ ସୁଦୃଢ କରିବା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ…

1 hour ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ପାକିସ୍ତାନକୁ ୫ ରନ୍ ରେ ହରାଇଲା ଆମେରିକା

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବଡ଼ ବିପର୍ଯ୍ୟୟ । ପାକିସ୍ତାନକୁ ହରାଇଲା ଆମେରିକା । ପାକିସ୍ତାନକୁ ୫ ରନ୍ ରେ ହରାଇଲା…

2 hours ago