ରସାୟନ ବିଜ୍ଞାନରେ ନୋବେଲ୍ ଘୋଷଣା; ଆମେରିକାର ୩ ବୈଜ୍ଞାନିକକୁ ଦିଆଯିବ ପୁରସ୍କାର
ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ସମ୍ମାନ ମିଳିତ ଭାବେ ଆମେରିକାର ୩ ବୈଜ୍ଞାନିକଙ୍କୁ ମିଳିବ।
ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ସମ୍ମାନ ମିଳିତ ଭାବେ ଆମେରିକାର ୩ ବୈଜ୍ଞାନିକଙ୍କୁ ମିଳିବ। ୩ ବୈଜ୍ଞାନିକ ହେଲେ, ମେସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ମୋଉଙ୍ଗୀ ବାେଓ୍ଵଣ୍ଡି, କଲମ୍ବିଆ ବିଶ୍ୱବିଦ୍ୟାଳୟର ଲୁଇସ୍ ବ୍ରୁସ୍ ଏବଂ ନାନୋକ୍ରିଷ୍ଟାଲ୍ ଟେକ୍ନୋଲୋଜି ଇଙ୍କ୍ର ଆଲୋକ୍ସି ଏକିମୋଭ। କ୍ୱାଣ୍ଟମ୍ ବିନ୍ଦୁର ଆବିଷ୍କାର ଏବଂ ବିଶ୍ଳେଷଣ ପାଇଁ ବୈଜ୍ଞାନିକମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ବୁଧବାର ଏହା ଘୋଷଣା କରିଛି। ଏଥି ପୂର୍ବରୁ ଭୌତିକ ବିଜ୍ଞାନ ଏବଂ ଚିକିତ୍ସା କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା ହୋଇସାରିଛି। ଫିଜିକ୍ସରେ ପିୟରେ ଆଗୋଷ୍ଟିନୀ, ଫେରେଙ୍କ୍ କ୍ରୁଜ ଓ ଏନି ଏଲ୍ ହୁଇଲିୟରଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ।
ମେଡିସିନ୍ ପାଇଁ ୨ ବୈଜ୍ଞାନିକ ପାଇବେ ନୋବେଲ୍ ପୁରସ୍କାର। ସେମାନେ ହେଲେ ହଙ୍ଗେରୀ-ଆମେରିକାନ୍ ନାଗରିକ କାଟାଲିନ୍ କାରିକୋ ଓ ଆମେରିକା ନାଗରିକ ଡ୍ରିଉ ୱିଜମ୍ୟାନ। MrNA-କୋଭିଡ ଭ୍ୟାକ୍ସିନ୍ କ୍ଷେତ୍ରରେ ଗବେଷଣା ପାଇଁ ୨ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି।
ପ୍ରଥମ ଥର ୧୯୦୧ରେ ନୋବେଲ୍ ପୁରସ୍କାର ଦିଆଯାଇଥିଲା। ୧୯୬୮ରେ ସ୍ୱିଡେନ୍ର ସେଣ୍ଟ୍ରାଲ ବ୍ୟାଙ୍କ୍ ଏଥିରେ ଆଉ ଏକ କାଟେଗୋରୀ ଇକୋନୋମିକ୍ ସାଇନ୍ସେସ୍କୁ ଯୋଡ଼ିଥିଲା। ନୋବେଲ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱଙ୍କୁ ଏକ ଡିପ୍ଲୋମା, ଏକ ମେଡାଲ୍ ସହ ୧୦ ମିଲିୟନ ସ୍ୱିଡିଶ୍ କ୍ରୋନା (ପାଖାପାଖି ୭୫୭୬୪୭୨୭ ଟଙ୍କା)ର ନଗଦ ରାଶି ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଅଲ୍ଫ୍ରେଡ୍ ନୋବେଲ୍ଙ୍କ ପୁଣ୍ୟତିଥି ଅର୍ଥାତ୍ ଡିସେମ୍ବର ୧୦ରେ ପ୍ରଦାନ କରାଯାଏ।
BREAKING NEWS
The Royal Swedish Academy of Sciences has decided to award the 2023 #NobelPrize in Chemistry to Moungi G. Bawendi, Louis E. Brus and Alexei I. Ekimov “for the discovery and synthesis of quantum dots.” pic.twitter.com/qJCXc72Dj8— The Nobel Prize (@NobelPrize) October 4, 2023