ବାତିଲ ହେଲା ‘ଜୀ ଲେ ଜରା’: ପ୍ରିୟଙ୍କାଙ୍କୁ ପସନ୍ଦ ଆସିଲାଣି ସ୍କ୍ରିପ୍ଟ

ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ସ୍କ୍ରିପ୍ଟ ପସନ୍ଦ ଆସିନି ତେଣୁ ସେ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଛନ୍ତି। ଏବେ ଏହି ଫିଲ୍ମ ରିଲିଜ ହେବାକୁ ଆହୁରି ୨ ବର୍ଷ ସମୟ ଲାଗିପାରେ ।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଜୀ ଲେ ଜରା’ ୨୦୨୧ରେ ଆନାଉନ୍ସ ହୋଇଥିଲା । ଫରହାନ ଅଖତର ଏହାର ଆନାଉନ୍ସ ପରଠାରୁ ଫିଲ୍ମ ବିଷୟରେ କିଛି କହିନଥିଲେ । ଫ୍ୟାନ୍ସମାନେ ଅତି ଉତ୍ସାହର ସହ ଏହି ଫିଲ୍ମର ଅପେକ୍ଷା କରିଥିଲେ । ଏହି ଫିଲ୍ମର ସୁଟିଂ ଏବଂ ରିଲିଜ ତାରିଖ ଘୁଞ୍ଚି ଚାଲିଥିଲା । କାଷ୍ଟରେ ପରିବର୍ତ୍ତନ ଯୋଗୁ ତାରିଖ ଘୁଞ୍ଚାଯାଉଛି ବୋଲି କୁହାଯାଇଥିଲା ।

ଫରହାନ ଅଖତରଙ୍କ ଫିଲ୍ମ ‘ଜୀ ଲେ ଜରା’ ଗତ କିଛି ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଇଣ୍ଟରଭିୟୁରେ ଫରହାନ ଅଖତର କହିଥିଲେ, ‘ତାରିଖକୁ ନେଇ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏହା ସେ ଭଗବାନଙ୍କ ଉପରେ ଛାଡିଦେଇଛନ୍ତି । ଏହା ଯେବେ ରିଲିଜ ହେବାର ଥିବ ହେବ । ଏଥି ପାଇଁ ଚିନ୍ତା କରି କିଛି ଲାଭ ନାହିଁ ।’ ସୂତ୍ରରୁ ଜଣାପଡିଛି ଯେ, ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ସ୍କ୍ରିପ୍ଟ ପସନ୍ଦ ଆସିନି ତେଣୁ ସେ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଛନ୍ତି । ତେବେ ଆଗକୁ କଣ ହେଉଛି ତାହା ଦେଖିବା ବାକି ରହିଲା ।

ସୂଚନାଯୋଗ୍ୟ ଯେ ସେ ତାଙ୍କ ଭଉଣୀ ପରିଣୀତିଙ୍କ ବିବାହରେ ଆସିବାର ଥିଲା ଏବଂ ଏହି ସମୟରେ ସେ ଏହି ଫିଲ୍ମର କଣ୍ଟ୍ରାକ୍ଟ ସାଇନ କରିବାର ଥିଲା। ଏବେ ଏହି ଫିଲ୍ମ ରିଲିଜ ହେବାକୁ ଆହୁରି ୨ ବର୍ଷ ସମୟ ଲାଗିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.