ଦେଶ ବିଦେଶ

ଜଣେ କରୋନା ଆକ୍ରାନ୍ତଙ୍କ ପାଇଁ ହଇରାଣ ହେଲେ ୨୮୯ ବିମାନ ଯାତ୍ରୀ, ଅଧାବାଟରେ କରାଗଲା ଜରୁରୀ ଅବତରଣ

ଜଣେ କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ଦୁବାଇ ନେଉଥିବା ୨୮୯ ଜଣ ଯାତ୍ରୀଙ୍କୁ ଅଧାବାଟରେ ଓହ୍ଲାଇଲା ଏମିରେଟସ୍ ବିମାନ। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ କୋଚିରେ ଓହ୍ଲାଇଦେଲା ଏହି ଯାତ୍ରୀବାହୀ ବିମାନ। ସୂଚନା ଅନୁଯାୟୀ ଉଡାଣର କିଛି ସମୟ ପରେ ହିଁ ଜଣାପଡିଲା ଯେ ୨୮୯ ଜଣ ଯାତ୍ରୀଙ୍କ ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ରୋଗୀ ଅଛନ୍ତି। ଏହା ଜଣାଡିବା ପରେ ଯାତ୍ରୀମାନେ ଛାନିଆ ହୋଇଗଲେ ବିମାନ ଭିତରେ ହଇଚଇ ସ୍ରୁଷ୍ଟି ହେଲା। ସମସ୍ତ ଯାତ୍ରୀଙ୍କ ମନରେ ଭୟର ସଞ୍ଚାର ଖେଳିଗଲା। ଏହାପରେ ଏହି ଖବର ପାଇଲଟଙ୍କ ପାଖରେ ପହଁଚିଲା ଯାହାପରେ ସେ କୋଚି ବିମାନବନ୍ଦରରେ ବିମାନଟିକୁ ଅବତରଣ କରିବାକୁ ବାଧ୍ୟ ହେଲେ।

ସୂଚନା ଅନୁଯାୟୀ ଦୁବାଇ ଯାଉଥିବା ଏହି ବିମାନରେ ବ୍ରିଟେନର ଜଣେ ଯାତ୍ରୀ ଥିଲେ। ସେ କରୋନା ଭାଇରସରେ ଆକ୍ରାନ୍ତ ଥିଲେ ବୋଲି ସ୍ଥାନୀୟ ପ୍ରସାଶନ ତାଙ୍କ ଉପରେ ନଜର ରଖିଥିଲା କିନ୍ତୁ ସେ ସେଠାରୁ ସେ ଖସି ଆସି ଏହି ବିମାନରେ ବସି ଦୁବାଇ ଯାଉଥିଲେ। ଏହି ଆକ୍ରାନ୍ତ ଜଣଙ୍କ ଏକ ୧୯ ଜଣିଆ ଟିମ୍ ସହ କେରଳର ମୁନ୍ନାରକୁ ବୁଲି ଆସିଥିଲେ।

Pritiparna

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାମ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

3 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

5 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

9 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

10 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

15 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

23 mins ago