ସ୍ପେଶାଲ

ଖରମାସରେ ପ୍ରତିଦିନ ତିଥି ଅନୁସାରେ କରନ୍ତୁ ଏହି ଜିନିଷ ଦାନ, ତୁରନ୍ତ ଦୂର ହେବ ସବୁ ସମସ୍ୟା

ଆରମ୍ଭ ହୋଇଯାଇଛି ଖରମାସ ବା ମଳମାସ। ଏହି ମାସରେ ସ୍ୱତନ୍ତ୍ର ଭାବେ ସୂର୍ଯ୍ୟଦେବ ଓ ଭଗବାନ ବିଷ୍ଣୁଙ୍କ ପୂଜା ଉପାସନା କରିବାର ବିଶେଷ ମହତ୍ତ୍ୱ ରହିଛି। ଏଥିସହ ତୀର୍ଥସ୍ଥଳରେ ସ୍ନାନ ଏବଂ ଦାନ ଆଦି କରିବାକୁ ପୁରାଣରେ ବର୍ଣ୍ଣନା କରାଯାଇଛି। ଏହି ମାସରେ ପ୍ରତିଦିନ ଦାନଧର୍ମ କଲେ ସମସ୍ତ ସମସ୍ୟା ଦୂର ହୁଏ ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ମଳମାସରେ କ’ଣ କ’ଣ ଦାନଧର୍ମ କରିବା ଉଚିତ…

ପ୍ରତିପଦା: ପ୍ରତିପଦା ତିଥିରେ ଘିଅରେ ପୂର୍ଣ୍ଣ ଏକ ଚାନ୍ଦିର ପାତ୍ର ଦାନ କରନ୍ତୁ, ଏହା ଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ।

ଦ୍ୱିତୀୟା ତିଥି: ଦ୍ୱିତୀୟା ଦିନ କଂସାର ପାତ୍ରରେ ସୁନା ରଖି ଦାନ କରନ୍ତୁ ଆପଣଙ୍କ ଘରେ କେବେ ଧନଧାନ୍ୟର ଅଭାବ ରହିବ ନାହିଁ।

ତୃତୀୟା: ତୃତୀୟା ତିଥିରେ ଚଣା ଦାନ କରିବା ଦ୍ୱାରା ଜୀବନରେ ସୁଖ ପ୍ରାପ୍ତି ହୋଇଥାଏ।

ଚତୁର୍ଥୀ: ଚତୁର୍ଥୀ ତିଥିରେ ଖାରକ ଦାନ କରିବା ଦ୍ୱାରା ଲାଭ ମିଳିଥାଏ।

ପଞ୍ଚମୀ: ଏହି ତିଥିରେ ଗୁଡ଼ ଦାନ କରିବା ଦ୍ୱାରା ମାନସମ୍ମାନ ବୃଦ୍ଧି ହୋଇଥାଏ।

ଷଷ୍ଠୀ: ଏହି ଦିନ ଔଷଧ ଦାନ କରିବା ଦ୍ୱାରା ରୋଗ ବିକାର ଦୂର ହୋଇଥାଏ।

ସପ୍ତମୀ: ଏହି ତିଥିରେ ଲାଲ୍‌ ଚନ୍ଦନ ଦାନ କରନ୍ତୁ, ବଳ ବୁଦ୍ଧି ବଢ଼ିବ।

ଅଷ୍ଟମୀ: ଅଷ୍ଟମୀ ତିଥିରେ ରକ୍ତ ଚନ୍ଦନ ଦାନ କରିବା ଦ୍ୱାରା ପରାକ୍ରମ ବଢ଼ିଥାଏ।

ନବମୀ: ନବମୀରେ କେସର ଦାନ କରନ୍ତୁ ଭାଗ୍ୟ ଉଦୟ ହେବ।

ଦଶମୀ: ଏହି ତିଥିରେ କସ୍ତୁରୀ ଦାନ କରିବା ଦ୍ୱାରା ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

ଏକାଦଶୀ: ଏହି ଦିନ ଗୋରୋଚନ ଦାନ କରିବା ଦ୍ୱାରା ବୁଦ୍ଧି ବଢ଼େ।

ଦ୍ୱାଦଶୀ: ଦ୍ୱାଦଶୀରେ ଶଙ୍ଖ ଦାନ କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ତଥା ଧନ ଲାଭ ହୋଇଥାଏ।

ତ୍ରୟୋଦଶୀ: ତ୍ରୟୋଦଶୀ ତିଥିରେ କୌଣସି ମନ୍ଦିରରେ ଘଣ୍ଟି ଦାନ କରିବା ଦ୍ୱାରା ପାରିବାରିକ ସୁଖ ପ୍ରାପ୍ତି ହୋଇଥାଏ।

ଚତୁର୍ଦ୍ଦଶୀ: ଏହି ତିଥିରେ ଧଳା ମୋତି ଦାନ କରନ୍ତୁ ମନୋବିକାର ଦୂର ହେବ।

ଅମାବାସ୍ୟା: ଅମାବାସ୍ୟାରେ ନିଶ୍ଚିତ ଭାବେ ଅଟା ଦାନ କରନ୍ତୁ, ଏହା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ।

ପୂର୍ଣ୍ଣିମା: ପୂର୍ଣ୍ଣିମାରେ ରତ୍ନ ଦାନ କରିବା ଦ୍ୱାରା ଅପାର ଧନ ପ୍ରାପ୍ତି ହୋଇଥାଏ।

WCW 11

Recent Posts

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି (କେନ୍ୟୁଜ) : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ…

55 seconds ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

6 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

14 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

32 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

34 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago