ଦେବଦୂତ ସାଜିଲେ ଡାକ୍ତର: ଥ୍ରୀ-ଡି ଟେକ୍ନୋଲୋଜିରେ ସୃଷ୍ଟି କଲେ ୨ ମାସ ଶିଶୁର ମଳଦ୍ୱାର!

ଜବଲପୁର: ମଧ୍ୟପ୍ରଦେଶର ଜବଲପୁରରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ କଲେଜ ଅପରେଶନ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି। ଏଠାରେ ୨ ମାସର ଏକ ଶିଶୁ କନ୍ୟାର ଥ୍ରୀ-ଡି ଲାପ୍ରୋସ୍କୋପିକ୍‌ ଶଲ୍ୟ ଚିକିତ୍ସା ଦ୍ୱାରା ମଳଦ୍ୱାର ବାହାର କରାଯାଇଛି। ରାଜ୍ୟର ଏହା ପ୍ରଥମ ଥ୍ରୀ-ଡି ଲାପ୍ରୋସ୍କୋପିକ୍‌ ଶଲ୍ୟ ଚିକିତ୍ସା ବୋଲି କୁହାଯାଉଛି।

ଶଲ୍ୟ ଚିକିତ୍ସା ବିଭାଗର ଅଧ୍ୟକ୍ଷ ଡା. ବିକାଶ ଅଗ୍ରଓ୍ଵାଲ କହିଥିଲେ, କଟନୀ ଅଞ୍ଚଳର ଏହି ଶିଶୁର ଜନ୍ମରୁ ମଳଦ୍ୱାର ନ ଥିଲା ଏବଂ ମୂତ୍ରାଶୟରେ ସମସ୍ୟା ଥିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲା। ଏଭଳି ପରିସ୍ଥିତିରେ ଶଲ୍ୟ ଚିକିତ୍ସା ଜରିଆରେ ଶିଶୁର ମଳଦ୍ୱାର ସୃଷ୍ଟି କରିବା ଡାକ୍ତରମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା।

ଯଦିଓ ମେଡିକାଲ କଲେଜରେ ଲାପ୍ରୋସ୍କୋପିକ୍‌ର ସୁବିଧା ପୂର୍ବରୁ ଉପଲବ୍ଧ ଥିଲା, କିନ୍ତୁ ଥ୍ରୀ-ଡି ସର୍ଜରୀ ଆସିବା ପରେ ଶିଶୁଙ୍କଠାରେ ରୋବୋଟିକ୍‌ ସର୍ଜରୀର ରାସ୍ତା ସଫା ହୋଇଯାଇଛି।

ରିକଭରୀ ଜଲ୍‌ଦି ହୋଇଥାଏ

ଥ୍ରୀ-ଡି ସର୍ଜରୀ ବିଷୟରେ ଡାକ୍ତର କହିଥିଲେ, ଏଭଳି ସର୍ଜରୀ ଥ୍ରୀ-ଡି ଆନିମେଶନ ଭଳି ହୋଇଥାଏ, ଯେଉଁଥିରେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ୩ଟି ଆୟତନରେ ଦେଖାଯାଇଥାଏ। ସର୍ଜନମାନେ ଅଧିକ କାଯ୍ୟର୍ଦକ୍ଷତା ଦ୍ୱାରା ଲାପ୍ରୋସ୍କୋପିକ୍‌ କିହୋଲ୍‌ ସର୍ଜରୀ କରିଥାଆନ୍ତି। ଏହି ଥ୍ରୀ-ଡି ଟେକ୍ନୋଲୋଜିରେ ରିକଭରୀ ବହୁତ ଜଲ୍‌ଦି ହୋଇଯାଏ।

ଥ୍ରୀ-ଡି ଚଷମା ସାହାଯ୍ୟରେ ସର୍ଜରୀ

ଡା. ଅଗ୍ରଓ୍ଵାଲ କହିଥିଲେ, ‘ଶିଶୁଠାରେ ସର୍ଜରୀ ପାଇଁ ଛୋଟ ଜାଗା ଥିବାରୁ ଥ୍ରୀ-ଡି ଟେକ୍ନୋଲୋଜି ଆପଣାଯାଇଥାଏ। ଏଥିପାଇଁ ଥ୍ରୀ-ଡି ଆଧୁନିକ ମେଶିନ ଏବଂ ଥ୍ରୀ-ଡି ଚଷମାର ସାହାରା ନିଆଯାଏ’।

Roshni

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

18 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

20 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

23 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

29 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

44 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago