ଗଣ୍ଠି ଯନ୍ତ୍ରଣା ଏବଂ ଡାଇବେଟିଜ୍‌ ରୋଗୀମାନଙ୍କ ପାଇଁ ଲାଭକାରୀ ତୁଳସୀ ଚା’, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ହିନ୍ଦୁ ଧର୍ମରେ ପୂଜା ପାଉଥିବା ତୁଳସୀ ଚେର-ମୂଳି ଔଷଧ ରୂପେ ଜଣାଶୁଣା। ଅଧିକାଂଶ ଲୋକମାନେ ଥଣ୍ଡା ସମୟରେ ତୁଳସୀକୁ ଔଷଧ ରୂପେ ବ୍ୟବହାର କରିଥାନ୍ତି। ତୁଳସୀରେ ଅନେକ ସ୍ୱାସ୍ଥ୍ୟ ଗୁଣ ଭରି ରହିଛି, ଯାହା ସମସ୍ତ ସ୍ୱାସ୍ଥ୍ୟ ସମସ୍ୟାକୁ ବହୁତ ଜଲଦି ଶେଷ କ ରିଦେଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ତୁଳସୀର ଫାଇଦା ନୁହେଁ ବରଂ ଏହାର ଚା’ ବିଷୟରେ କହିବୁ, ଯାହା ଆର୍ଥାଇଟିସ୍‌ ଏବଂ ଡାଇବେଟିଜ୍‌ ଭଳି ରୋ ଗର କାଳ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ତୁଳସୀ ଚା’ ର ଏପରି କିଛି ଫାଇଦା ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣାମନେ ନିଶ୍ଚୟ ନିଜ ଦିନର ଆରମ୍ଭ ଏହି ଚା’ରୁ ହିଁ କରିବେ।

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ତୁଳସୀ ଚା’:

ପ୍ୟାନରେ ୧ କପ୍‌ ପାଣିରେ ୫ ରୁ ୬ଟି ତୁଳସୀ ପତ୍ର , ଗୁଜୁରାତି ଏବଂ ଅଦା ପକାଇ ୩ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ପରେ ଏହାକୁ ଛାଣି ସେଥିରେ ୧ ଚାମଚ ମହୁ ଏବଂ ଅଳ୍ପ ଲେମ୍ବୁ ରସ ମିଶାଇ ପିଅନ୍ତୁ।

ତୁଳସୀ ଚା’ ପିଇବାର ଫାଇଦା:

-ଥଣ୍ଡା, କାଶ ଏବଂ ଆସ୍ଥମା ଭଳି ଶ୍ୱାସ ସମ୍ବନ୍ଧୀୟ ରୋଗ ପାଇଁ ଏହି ଚା’ ଲାଭକାରୀ ହୋଇଥାଏ। ଏହା କାଶରୁ ମୁକ୍ତି ଦେଇଥାଏ , ଯାହା ଫଳରେ ଆପଣମାନେ ନିଶ୍ୱାସ ନେବାରେ ସହଜ ଅନୁଭବ କରିଥାନ୍ତି।

-ନିୟମିତ ତୁଳସୀ ଚା’ ପିଇବା ଦ୍ୱାରା ସୁଗାରେ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଡାଇବେଟିଜ୍‌ ଲୋକମାନଙ୍କ ପାଇଁ ଏହି ଚା’ ଅତ୍ୟନ୍ତ ଲାଭକାରୀ।

-ପ୍ରତ୍ୟେ କ ଦିନ ଏହି ଚା’ ପିଇବା ଦ୍ୱାରା ଇମ୍ୟୁନ ସିଷ୍ଟମ ମଜବୁତ୍‌ ହୋଇଥାଏ, ଯାହା ପଳରେ ଆପଣମାନେ ସଂକ୍ରମଣ ରୋଗରୁ ରକ୍ଷା ପାଇପାରିବେ।

-ରିସର୍ଚ୍ଚ ଅନୁଯାୟୀ ତୁଳସୀ ଚା’ ଶରୀରରେ କୋର୍ଟିସୋଲ ହର୍ମୋନ ସ୍ତର ସାମାନ୍ୟ ରଖିଥାଏ। ଯାହାଦ୍ୱାରା ଚିନ୍ତା ଦୂରେଇ ରହିଥାଏ। ଏଥିସହ ଷ୍ଟ୍ରେସ୍‌ରେ ଥିବା ସମୟରେ ଏହି ଚା’ ପିଇଲେ ତୁରନ୍ତ ଆରୋମ ମିଳିଥାଏ।

-ଏହି ଚା’ ମାଉଥ୍‌ ଫ୍ରେସନର ଭଳି ମଧ୍ୟ କାମ କରିଥାଏ।

– ପ୍ରତ୍ୟେକ ଦିନ ଏହି ଚା’ ପିଇବା ଦ୍ୱାରା ପାଚନ କ୍ରିୟା ଠିକ୍‌ ହୋଇଥାଏ। ଯାହାଦ୍ୱାରା କବଜ, ଏସିଡିଟି ଭଳ ପେଟ ସମସ୍ୟାରୁ ରକ୍ଷା ମିଳିଥାଏ।

-ତୁଳସୀରେ ଆଣ୍ଟି-ଇଫ୍ଲୋମେଟ୍ରୀ ଏବଂ ୟୁଗୋନାଲ ନାମକ ଏକ ଘଟକ ରହିଥାଏ, ଯାହା ଗଣ୍ଠି ଯନ୍ତ୍ରଣା ଏବଂ ଆର୍ଥାଇଟିସ୍‌ ଭଳି ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ।

KNews Bureau

Recent Posts

ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ପର୍ବ ହେଉଛି ରଜ: ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ

ନୂଆଦିଲ୍ଲୀ : ରଜ ପର୍ବ ଉପଲକ୍ଷେ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ…

4 mins ago

ଟି୨୦ ବିଶ୍ୱକପ ୨୦୨୪: ଭଙ୍ଗାଗଲା ନାସାଉ କାଉଣ୍ଟି ଷ୍ଟାଡିୟମ, ଖର୍ଚ୍ଚ ହୋଇଥିଲା ୨୫୦ କୋଟି

ଟି-୨୦ ବିଶ୍ୱକପରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମ । ମାତ୍ର ୩ ମାସରେ…

6 mins ago

ଅତ୍ୟଧିକ କେଶ ଝଡିବା ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘର ତିଆରି ତେଲ

ସୁନ୍ଦର ଲମ୍ବା କେଶ ଏବଂ ମୋଟା କେଶ ପାଇବା ପାଇଁ ଲୋକମାନେ ଅନେକ ଉପାୟ ଚେଷ୍ଟା କରନ୍ତି । କିନ୍ତୁ…

13 mins ago

କାଶ୍ମୀରକୁ ନେଇ ଉତ୍ତେଜିତ ଭାଷଣ, ବଢ଼ିଲା ଲେଖିକା ଅରୁନ୍ଧତୀ ରାୟଙ୍କ ସମସ୍ୟା; ଚାଲିବ UAPA ଅଧୀନରେ ମକଦ୍ଦମା

ବିଶିଷ୍ଟ ଲେଖିକା ଅରୁନ୍ଧତୀ ରାୟଙ୍କ ବିରୋଧରେ UAPA (ୟୁଏପିଏ) ଅଧୀନରେ ମକଦ୍ଦମା ଚାଲିବ । ଦିଲ୍ଲୀ ଏଲ୍‌ଜି ଭି.କେ. ସକ୍ସେନା…

16 mins ago

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ପାଟନା ହସ୍ପିଟାଲରେ ଭର୍ତ୍ତି

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା । ଆଜି ସକାଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପାଟନାର…

27 mins ago

୧୮ ରୁ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ, ପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ଦିଆଯିବା ନେଇ ନିର୍ଦ୍ଦେଶ

ଭୁବନେଶ୍ବର: ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ। ପ୍ରଥମ ଦିନରୁ ହିଁ ଓଡ଼ିଶାର ସବୁ ବିଦ୍ୟାଳୟରେ ମଧ୍ୟାହ୍ନ…

30 mins ago