ଗଣ୍ଠି ଯନ୍ତ୍ରଣା ଏବଂ ଡାଇବେଟିଜ୍‌ ରୋଗୀମାନଙ୍କ ପାଇଁ ଲାଭକାରୀ ତୁଳସୀ ଚା’, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ହିନ୍ଦୁ ଧର୍ମରେ ପୂଜା ପାଉଥିବା ତୁଳସୀ ଚେର-ମୂଳି ଔଷଧ ରୂପେ ଜଣାଶୁଣା। ଅଧିକାଂଶ ଲୋକମାନେ ଥଣ୍ଡା ସମୟରେ ତୁଳସୀକୁ ଔଷଧ ରୂପେ ବ୍ୟବହାର କରିଥାନ୍ତି। ତୁଳସୀରେ ଅନେକ ସ୍ୱାସ୍ଥ୍ୟ ଗୁଣ ଭରି ରହିଛି, ଯାହା ସମସ୍ତ ସ୍ୱାସ୍ଥ୍ୟ ସମସ୍ୟାକୁ ବହୁତ ଜଲଦି ଶେଷ କ ରିଦେଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ତୁଳସୀର ଫାଇଦା ନୁହେଁ ବରଂ ଏହାର ଚା’ ବିଷୟରେ କହିବୁ, ଯାହା ଆର୍ଥାଇଟିସ୍‌ ଏବଂ ଡାଇବେଟିଜ୍‌ ଭଳି ରୋ ଗର କାଳ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ତୁଳସୀ ଚା’ ର ଏପରି କିଛି ଫାଇଦା ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣାମନେ ନିଶ୍ଚୟ ନିଜ ଦିନର ଆରମ୍ଭ ଏହି ଚା’ରୁ ହିଁ କରିବେ।

basil-teaଜାଣନ୍ତୁ କିପରି ପ୍ରସ୍ତୁତ କରିବେ ତୁଳସୀ ଚା’:

ପ୍ୟାନରେ ୧ କପ୍‌ ପାଣିରେ ୫ ରୁ ୬ଟି ତୁଳସୀ ପତ୍ର , ଗୁଜୁରାତି ଏବଂ ଅଦା ପକାଇ ୩ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ପରେ ଏହାକୁ ଛାଣି ସେଥିରେ ୧ ଚାମଚ ମହୁ ଏବଂ ଅଳ୍ପ ଲେମ୍ବୁ ରସ ମିଶାଇ ପିଅନ୍ତୁ।

ତୁଳସୀ ଚା’ ପିଇବାର ଫାଇଦା:

-ଥଣ୍ଡା, କାଶ ଏବଂ ଆସ୍ଥମା ଭଳି ଶ୍ୱାସ ସମ୍ବନ୍ଧୀୟ ରୋଗ ପାଇଁ ଏହି ଚା’ ଲାଭକାରୀ ହୋଇଥାଏ। ଏହା କାଶରୁ ମୁକ୍ତି ଦେଇଥାଏ , ଯାହା ଫଳରେ ଆପଣମାନେ ନିଶ୍ୱାସ ନେବାରେ ସହଜ ଅନୁଭବ କରିଥାନ୍ତି।

-ନିୟମିତ ତୁଳସୀ ଚା’ ପିଇବା ଦ୍ୱାରା ସୁଗାରେ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଡାଇବେଟିଜ୍‌ ଲୋକମାନଙ୍କ ପାଇଁ ଏହି ଚା’ ଅତ୍ୟନ୍ତ ଲାଭକାରୀ।

-ପ୍ରତ୍ୟେ କ ଦିନ ଏହି ଚା’ ପିଇବା ଦ୍ୱାରା ଇମ୍ୟୁନ ସିଷ୍ଟମ ମଜବୁତ୍‌ ହୋଇଥାଏ, ଯାହା ପଳରେ ଆପଣମାନେ ସଂକ୍ରମଣ ରୋଗରୁ ରକ୍ଷା ପାଇପାରିବେ।

-ରିସର୍ଚ୍ଚ ଅନୁଯାୟୀ ତୁଳସୀ ଚା’ ଶରୀରରେ କୋର୍ଟିସୋଲ ହର୍ମୋନ ସ୍ତର ସାମାନ୍ୟ ରଖିଥାଏ। ଯାହାଦ୍ୱାରା ଚିନ୍ତା ଦୂରେଇ ରହିଥାଏ। ଏଥିସହ ଷ୍ଟ୍ରେସ୍‌ରେ ଥିବା ସମୟରେ ଏହି ଚା’ ପିଇଲେ ତୁରନ୍ତ ଆରୋମ ମିଳିଥାଏ।

-ଏହି ଚା’ ମାଉଥ୍‌ ଫ୍ରେସନର ଭଳି ମଧ୍ୟ କାମ କରିଥାଏ।

Basil_Tea_– ପ୍ରତ୍ୟେକ ଦିନ ଏହି ଚା’ ପିଇବା ଦ୍ୱାରା ପାଚନ କ୍ରିୟା ଠିକ୍‌ ହୋଇଥାଏ। ଯାହାଦ୍ୱାରା କବଜ, ଏସିଡିଟି ଭଳ ପେଟ ସମସ୍ୟାରୁ ରକ୍ଷା ମିଳିଥାଏ।

-ତୁଳସୀରେ ଆଣ୍ଟି-ଇଫ୍ଲୋମେଟ୍ରୀ ଏବଂ ୟୁଗୋନାଲ ନାମକ ଏକ ଘଟକ ରହିଥାଏ, ଯାହା ଗଣ୍ଠି ଯନ୍ତ୍ରଣା ଏବଂ ଆର୍ଥାଇଟିସ୍‌ ଭଳି ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.